ଖୁବଶୀଘ୍ର ଆସୁଛି ଲାଲୁ ଯାଦବଙ୍କ ବାୟୋପିକ୍‌

Above Post Content

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳର ବହୁ ଚର୍ଚ୍ଚିତ ରାଜନେତା ଲାଲୁ ପ୍ରସାଦ ଯାଦବ ଜଣେ ଲୋକପ୍ରିୟ ଭାରତୀୟ ରାଜନେତା । ବିହାର ଏବଂ ଝଡଖଣ୍ଡର ରାଜନୀତିରେ ମୁଖ୍ୟତଃ ସକ୍ରିୟ ଥିବା ସତ୍ତ୍ୱେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଜାତୀୟ ସ୍ତରରେ ନିଜର ରାଜନୈତିକ କ୍ୟାରିୟରରେ ସର୍ବଦା ଶୀର୍ଷରେ ରୁହନ୍ତି । ସେ ତାଙ୍କର ଶୈଳୀ ହେଉ କିମ୍ବା ରାଜନୀତିରେ ତାଙ୍କର କୌଶଳ, ସବୁ ବିଷୟରେ ସେ ପାରଦର୍ଶୀ । ବର୍ତ୍ତମାନ ଲାଲୁଙ୍କ ବିଷୟରେ ଏକ ବଡ଼ ଖବର ଆସିଛି । ଭାରତୀୟ ରାଜନୈତିକ କ୍ୟାରିୟରରେ ଲାଲୁ ପ୍ରସାଦ ଯାଦବଙ୍କର ଏକ ସ୍ୱତନ୍ତ୍ର ଶୈଳୀ ଅଛି । ଏବେ ଲାଲୁ ଯାଦବଙ୍କ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି, ଯାହା ତାଙ୍କ ଜୀବନ ବିଷୟରେ ଖୋଲାଖୋଲି ଭାବେ ଦର୍ଶାଇବ ।

Middle post content

ପ୍ରକାଶ ଝା କରୁଛନ୍ତି ଫିଲ୍ମ ପ୍ରଯୋଜନା

After 2nd paragraph post ads

ଯେତେବେଳେ ଆରଜେଡି ମୁଖପାତ୍ର ଚିତ୍ତରଂଜନ ଗଗନଙ୍କୁ ଏ ବିଷୟରେ ପଚରାଯାଇଥିଲା, ସେ କହିଥିଲେ, ‘ଯଦି ଫିଲ୍ମ ନିର୍ମାଣ ହେଉଛି ତେବେ ଏହା ଏକ ଭଲ କଥା । ଆମ ଦେଶର ଲୋକମାନେ ଲାଲୁ ପ୍ରସାଦ ଯାଦବଙ୍କ ଜୀବନ ବିଷୟରେ ଜାଣିବାକୁ ଆଗ୍ରହୀ । ଏହାପୂର୍ବରୁ ମଧ୍ୟ ତାଙ୍କ ଉପରେ ଅନେକ ପୁସ୍ତକ ଏବଂ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରୀୟ ଜନତା ପାର୍ଟି ଏହି ସୂଚନା ଦେଇଛି । ଗତ ୫-୬ ମାସ ଧରି ଲାଲୁଙ୍କ ବାୟୋପିକ୍ ଉପରେ କାମ ଚାଲିଛି । ନିକଟ ସୂତ୍ର ଅନୁଯାୟୀ ପ୍ରକାଶ ଝାଙ୍କ ପ୍ରଡକ୍ସନ ହାଉସ ଦ୍ୱାରା ପ୍ରସ୍ତୁତ ହେଉଛି ଏହି ଫିଲ୍ମ । ଆହୁରି ମଧ୍ୟ ଖବର ରହିଛି, ତେଜସ୍ୱୀ ପ୍ରସାଦ ଏହି ଫିଲ୍ମରେ ଟଙ୍କା ବିନିଯୋଗ କରୁଛନ୍ତି ଏବଂ ସେ ଏଥିପାଇଁ ଟଙ୍କା ମଧ୍ୟ ଦେଇଛନ୍ତି । ବର୍ତ୍ତମାନ ଫିଲ୍ମରେ ଷ୍ଟାରକାଷ୍ଟକୁ ନେଇ କୌଣସି ସୂଚନା ସାମ୍ନାକୁ ଆସିନାହିଁ । ଫିଲ୍ମର କାଷ୍ଟିଂ କେବଳ ହିନ୍ଦୀ ସିନେମାରୁ ହେବ । ଏହି ଫିଲ୍ମ ଆସନ୍ତା ବର୍ଷ ସୁଦ୍ଧା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏଥିସହିତ ଏକ ଖବର ମଧ୍ୟ ଆସୁଛି ଯେ ତିଆରି ହେବାକୁ ଥିବା ବାୟୋପିକର ନାମ ଲାଲଟେନ ରଖାଯିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami