ପ୍ରଚାର ବେଳେ ଗାଡିରୁ ଖସି ପଡ଼ିଲେ ମୁଖ୍ୟମନ୍ତ୍ରୀଙ୍କ ପୁଅ

Above Post Content

ତେଲେଙ୍ଗାନା: ପ୍ରଚାର ବେଳେ ଗାଡ଼ିରୁ ଖସିପଡ଼ିଲେ ମୁଖ୍ୟମନ୍ତ୍ରୀଙ୍କ ପୁଅ । ତାଙ୍କ ସହ ଜଣକ ପରେ ଜଣେ କରି ଏକାଧିକ ନେତା ଓ ମନ୍ତ୍ରୀ ପ୍ରଚାର ଗାଡିରୁ ତଳକୁ ଖସିପଡ଼ିଛନ୍ତି । ନିଜାମାବାଦର ଆର୍ମୁରରେ ଘଟିଛି ଏହି ଘଟଣା । ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ତେଲେଙ୍ଗାନା ମନ୍ତ୍ରୀ କେଟିଆର । ଏହି ପୂରା ଘଟଣାର ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ତଥାପି କିଛି ନେତା ତଳେ ପଡି ଆହତ ହୋଇଛନ୍ତି ।

ବର୍ତ୍ତିଲେ ନେତା ଓ ମନ୍ତ୍ରୀ

After 2nd paragraph post ads

ଆଗକୁ ତେଲେଙ୍ଗାନ ବିଧାନସଭା ନିର୍ବାଚନ । ଏଥିପାଇଁ ଆଜି ନିଜାମାବାଦରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ପୁଅ କେଟିଆର ବିଆରଏସ୍ ପ୍ରଚାର କରୁଥିଲେ । ସେ ମିିନି ବସ୍‌ର ଉପରେ ତିଆରି ହୋଇଥିବା ଏକ ରୁଫଟପ୍ ବାଲକୋନୀରେ ଠିଆ ହୋଇ ପ୍ରଚାର କରୁଥିଲେ । ତାଙ୍କ ସହ ଅନ୍ୟ ନେତାମାନେ ମଧ୍ୟ ଏହି ରାଲିରେ ସାମିଲ ହୋଇଥିଲେ । କେଟିଆର ଲୋକଙ୍କୁ ହାତ ହଲାଇ ଅଭିବାଦନ ଜଣାଉଥିଲେ । ଠିକ୍ ଏହି ସମୟରେ ଭାଙ୍ଗି ଯାଇଥିଲା ବସ୍ ରୁଫଟପ୍ ବାଲକୋନୀରେ ଲାଗିଥିବା ରେଲିଂ । ଏହାପରେ ବସ୍‌ରୁ ନେତାମାନେ ତଳକୁ ଗଳି ପଡ଼ିଥିଲେ । ତେବେ ସୌଭାଗ୍ୟ ବଶତଃ ସମସ୍ତ ନେତା ଓ ମନ୍ତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ବସ ଡ୍ରାଇଭର ହଠାତ୍ ବ୍ରେକ୍ ଦେବାରୁ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି । ତଥାପି କିଛି ନେତା ତଳେ ପଡି ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଗାଡି ଉପରେ ଆବଶ୍ୟକତା ଠାରୁ ଅଧିକ ଲୋକ ଠିଆ ହୋଇଥିଲେ । ପାଖାପାଖ ୧୦ ଜଣ ଲୋକ ଗାଡି ଉପରେ ଠିଆ ହୋଇଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

Middle post content

ତେଲେଙ୍ଗାନାରେ ନିର୍ବାଚନ ୩୦ରେ

ଆସନ୍ତା ନଭେମ୍ବର ୩୦ ତାରିଖରେ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଭୋଟ ହେବ । ମୋଟ ୧୧୯ଟି ଆସନରେ ହେବ ମତଦାନ । ଡିସେମ୍ବର ୩ ତାରିଖରେ ଫଳାଫଳ ଘୋଷଣା ହେବ । ବିଆରଏସ୍ ପ୍ରମୁଖ ତଥା କେ ଚନ୍ଦ୍ରଶେଖର ରାଓ ଏଥର ମଧ୍ୟ ତୃତୀୟ ଥର ଲାଗି ତେଲେଙ୍ଗାନାର ଗେଜବେଲ ଆସନରୁ ନିର୍ବାଚନ ଲଢ଼ୁଛନ୍ତି । ପୂର୍ବରୁ କେସିଆର ୨୦୧୪ ଓ ୨୦୧୮ରେ ଏହି ଆସନରୁ ନିର୍ବାଚନ ଲଢ଼ି ଜିତି ସାରିଛନ୍ତି । ସେପଟେ କାମାରେଡ୍ଡୀ ଆସନରୁ ସେ ପ୍ରଥମ ଥର ପାଇଁ ଏଥର ନିର୍ବାଚନ ଲଢ଼ୁଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami