କୋହଲିଙ୍କୁ ଖୁବ୍ ପ୍ରଶଂସା କଲେ ଆଫଗାନିସ୍ତାନ ଫ୍ୟାନ

Above Post Content

ନୂଆଦିଲ୍ଲୀ: ବିଶ୍ୱକପର ନବମ ମ୍ୟାଚ ଆଫଗାନିସ୍ତାନ ଏବଂ ଭାରତ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଆଇପିଏଲ ସମୟରେ ନବୀନ ଉଲ୍ଲକହ ଏବଂ ବିରାଟ କୋହଲିଙ୍କ ବିବାଦକୁ ନେଇ ଏହି ମ୍ୟାଚରେ ଫ୍ୟାନ୍ସମାନଙ୍କ ମଧ୍ୟରେ ସାମାନ୍ୟ ଝଗଡ଼ା ଦେଖିବାକୁ ମିଳିଥିଲା । ତେବେ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ଆଫଗାନିସ୍ତାନର ଜଣେ ସୁନ୍ଦରୀ ପ୍ରଂଶସକ ୱାଜମା ଆୟୁବି ବିରାଟ କୋହଲିଙ୍କୁ ସପୋର୍ଟ କରିଥିବା ଦେଖିବାକୁ ମିଳିଥିଲା । ଏପରିକି ସେ ଉଭୟ ନବୀନ ଏବଂ କୋହଲିିଙ୍କ ପ୍ରଂଶସକ ଝଗଡ଼ା ନ କରିବାକୁ ଟୁଇଟ କରିଛନ୍ତି । କେବଳ ସେତିକି ନୁହେଁ, କୋହଲିଙ୍କୁ ନେଇ ମଧ୍ୟ ଏହି ପୋଷ୍ଟରେ ଲେଖିଛନ୍ତି ଯେ, ଦିଲ୍ଲୀ ହେ ଦିଲ୍ ୱାଲେ କା । ମୁଁ ହେଉଛିି କୋହଲିଙ୍କ ଜଣେ ବଡ଼ ପ୍ରଂଶସକ । ମୁଁ ଆଫଗାନିସ୍ତାନର ହେଲେ ମଧ୍ୟ କୋହଲି ମୋର ପ୍ରିୟ ଖେଳାଳି । ତାଙ୍କୁ କିଙ୍ଗ କୁହାଯିବା ପଛରେ କାରଣ ରହିଛି । ଏଭଳି ଅନେକ ପ୍ରଂଶସା କରିଛନ୍ତି ଆଫଗାନିସ୍ତାନ ସୁନ୍ଦରୀ ।
ସୂଚନା ଥାଉକି, ୨୦୨୩ ଆଇପିଏଲରେ ଲକ୍ଷେ୍ନା÷ ପକ୍ଷରୁ ନବୀନ ଖେଳୁଥିବାବେଳେ କୋହଲି ବାଙ୍ଗାଲୋର ପକ୍ଷରୁ ଖେଳୁଛନ୍ତି । ଏକ ମ୍ୟାଚରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଦେଖିବାକୁ ମିଳିଥିଲା । ଏହାକୁ ନେଇ ଅନେକ ଥର ସୋସିଆଲ ମିଡିଆରେ ନବୀନ ବହୁ ପୋଷ୍ଟ କରି ଟ୍ରୋଲର ଶିକାର ହୋଇଛନ୍ତି । ଏମିତିକି ପଡ଼ିଆରେ ମଧ୍ୟ ଟ୍ରୋଲ ହୋଇଛନ୍ତି ନବୀନ ।
ବୁଧବାର ଅ।।ଫଗାନିସ୍ତାନକୁ ଭାରତ ନିଜର ଦ୍ୱିତୀୟ ମୁକାବିଲାରେ ହରାଇ ଲଗାତାର ବିଜୟ ହାସଲ କରିଛି । ଶତକୀୟ ପାଳି ଖେଳିଥିବା ରୋହିତ ଶର୍ମା ଏହି ମ୍ୟାଚରେ ଅନେକ ରେକର୍ଡ ଅର୍ଜନ କରିଛନ୍ତି । ଦିନିକିଆରେ ସର୍ବାଧିକ ଛକା ମାରିବାର ରେକର୍ଡ ତାଙ୍କ ନାମରେ କରିଛନ୍ତି । ୱେଷ୍ଟଇଣ୍ଡିଜର ପୂର୍ବତନ ଧୂଆଁଧାର ବ୍ୟାଟ୍ସମ୍ୟାନ କ୍ରିସ ଗେଲଙ୍କ ରେକର୍ଡକୁ ଭାଙ୍ଗିଛନ୍ତି । ରୋହିତ ଦିନିକିଆରେ ୫୫୬ଟି ଛକା ମାରି ଏବେ ଏକ ନମ୍ବର ସ୍ଥାନରେ ରହିଛନ୍ତି । ତାଙ୍କ ପଛକୁ ରହିଛନ୍ତି କ୍ରିସ୍ ଗେଲ୍ ସେ ୫୫୩ ଛକା ମାରିଛନ୍ତି । କେବଳ ଏତିକି ନୁହେଁ ଏହି ମ୍ୟାଚରେ ଅନେକ ରେକର୍ଡ ମଧ୍ୟ ତାଙ୍କ ନାମରେ ଯୋଡ଼ି ହୋଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami