ଟାଟୁରେ ଉତ୍ତାରିଲେ ୬୬୭ ଥର ଝିଅର ନାଁ

Above Post Content

ୟୁକେ: ଆଜିକାଲି ଯୁବପିଢୀ ନିଜ ଶରୀରର ବିଭିନ୍ନ ସ୍ଥାନରେ ଟାଟୁ କରିବା ଏକ ପ୍ରକାର ଫ୍ୟାଶନ ହୋଇଯାଇଛି । ସେହିପରି ପ୍ରେମୀଯୁଗଳ ନିଜ ନିଜର ସାଥୀଙ୍କୁ କେତେ ଭଲ ପାଆନ୍ତି ତାହାକୁ ନିଜ ଶରୀରରେ ଟାଟୁ କରି ପ୍ରମାଣ କରି ଦେଖାଇଥାନ୍ତି । ହେଲେ ଏବେ ୟୁକେର ଜଣେ ଯୁବକ ତାଙ୍କ ଝିଅର ନାଁକୁ ନିଜ ଦେହରେ ଟାଟୁ କରି ବିଶ୍ୱ ରେକର୍ଡ଼ କରିଛନ୍ତି । ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଟାଟୁ କରି ଗିନିଜ୍ ୱାଲ୍‌ର୍ଡ଼ ରେକର୍ଡ଼

After 2nd paragraph post ads
Middle post content

ବାପ ଝିଅର ସମ୍ପର୍କ ଖୁବ୍ ମଧୁର । ବାପା ପାଇଁ ଝିଅ କୁନି କଣ୍ଢେଇ ହୋଇଥିବାବେଳେ ଝିଅ ପାଇଁ ବାପା ସୁପର ହିରୋ । ସବୁ ବାପା ନିଜ ଝିଅକୁ ଜୀବନଠୁ ବି ବେଶି ଭଲ ପାଇଥାନ୍ତି । ଏମିତିକି ଝିଅ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥାଆନ୍ତି । ୟୁକେର ଜଣେ ବାପା ବି ସେହିଭଳି ନିଜ ଝିଅକୁ ଏତେ ଭଲ ପାଆନ୍ତି ଯେ, ତା’ ନାଁର ଟାଟୁ ଦେହରେ ଖୋଦେଇ କରି ରେକର୍ଡ କରିଛନ୍ତି । ସେ ହେଲେ ମାର୍କ ଓୱେନ ଉଭାନ୍ସ । ମାର୍କଙ୍କ ଝିଅର ନାମ ଲୁସି । ସେ ନିଜ ଝିଅକୁ ବହୁତ ଭଲ ପାଆନ୍ତି । ତେଣୁ ପ୍ରଥମେ ତା’ ନାଁକୁ ପିଠିରେ ୬୬୭ ଥର ଟାଟୁରେ ଉତାରିଛନ୍ତି । ଏଥିପାଇଁ ତାଙ୍କ ନାଁ ଗିନିଜ ୱାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଥିଲା ।

ଦୁଇଗୋଡ଼ରେ ଟାଟୁ କରିଛନ୍ତି ଝିଅଁର ନାଁ

ତେବେ ୨୦୨୦ରେ ଅନ୍ୟ ଜଣେ ବ୍ୟକ୍ତି ଗୋଟିଏ ନାଁକୁ ୩୦୦ ଥର ଶରୀରରେ ଟାଟୁ କରି ମାର୍କଙ୍କ ରେକର୍ଡକୁ ଭାଙ୍ଗି ଦେଇଥିଲେ । ତେଣୁ ନିଜ ରେକର୍ଡ ପୁଣି ଥରେ ଫେରି ପାଇବା ଲାଗି ମାର୍କ ନିଜ ଦୁଇଗୋଡରେ ଦୁଇ ଶହ ଦୁଇ ଶହ କରି ୪୦୦  ଝିଅ ନାଁର ଟାଟୁ କରାଇଲେ । ଫଳରେ ତାଙ୍କ ଶରୀରରେ ସର୍ବମୋଟ ୬୬୭ଟି ଝିଅ ଲୁସି ନାଁର ଟାଟୁ ହେଲା । ଆଉ ସେ ପୁଣି ଥରେ ଗୋଟିଏ ନାଁର ସର୍ବାଧିକ ଟାଟୁ କରି ରେକର୍ଡ କରିବାରେ ସଫଳ ହୋଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami