ମୃତ୍ୟୁ ପରେ କାହିଁକି କରାଯାଏ ପିଣ୍ଡଦାନ ?

Above Post Content

ଗରୁଡପୁରାଣ ଅନୁସାରେ ମୃତ୍ୟୁ ପରେ ପ୍ରତି ମଣିଷ ପ୍ରେତ ଯୋନିକୁ ଯାଇ ଥାଆନ୍ତି ଓ ପରିଜନ ମାନଙ୍କ ଦ୍ୱାରା ଦିଆଯାଇଥିବା ଖାଦ୍ୟକୁ ଗ୍ରହଣ କରି ଥାଆନ୍ତି ଓ ଦିଆଯାଇଥିବା ଜଳ କୁ ପିଇ ଥାଆନ୍ତି l ଅନ୍ତିମ ସଂସ୍କାର ପରେ ୧୩ ଦିନ ପର୍ଯ୍ୟନ୍ତ ଆତ୍ମାର ଶାନ୍ତି ପାଇଁ ସମସ୍ତ କାର୍ଯ୍ୟ କରାଯାଇଥାଏ l ୧୩ ଦିନ ପରେ ଆତ୍ମା ଅନ୍ୟ ଯୋନିକୁ ଯାଇଥାଏ l ଯେଉଁ ବ୍ୟକ୍ତି ମାନଙ୍କର ସୁଧୀ କ୍ରିୟା ଠିକ ଭାବରେ ହୋଇ ନଥାଏ ସେହି ବ୍ୟକ୍ତି ମାନଙ୍କ ଆତ୍ମା ସନ୍ତୁଷ୍ଟ ହୋଇ ନଥାଏ।

ଗରୁଡ଼ ପୁରାଣ ଅନୁସାରେ ବ୍ୟକ୍ତି ସବୁବେଳେ ନିଜ କର୍ମର ଫଳ ଭୋଗ କରିଥାଏ ତାହା ମୃତ୍ୟୁ ପରେ ମଧ୍ୟ । ଏହାପରେ ସେ ନିଜ କର୍ମ ଅନୁସାରେ ଜନ୍ମ ଲାଭ କରି ଥାଆନ୍ତି l ଯେଉଁ ବ୍ୟକ୍ତିମାନେ ପୁଣ୍ୟାତ୍ମା ହୋଇ ଥାଆନ୍ତି ସେମାନେ କେବେବି ପ୍ରେତ ଯୋନିକୁ ଯାଇ ନଥାନ୍ତି । ମଣିଷ ନିଜ କର୍ମ ଅର୍ଜିତ ଫଳ ଅନୁସାରେ ବିଷ୍ଣୁ ଲୋକ ଯାଇଥାଏ।

After 2nd paragraph post ads
Middle post content

ମୃତ୍ୟୁପରେ ଯମଦୂତ ଯେତେବେଳେ ଆତ୍ମାକୁ ନେଇ ଯମପୁରୀକୁ ନେଇ ଯାଇ ଥାଆନ୍ତି ସେତେବେଳେ ସେହି ସୁକ୍ଷ୍ମ ଶରୀରର ଆତ୍ମା ଅଲଗା ହେଇଯିବା ପରେ ଶ୍ରାଦ୍ଧ ଦେବା ନିହାତି ଜରୁରୀ ଅଟେ ଗରୁଡ଼ ପୁରାଣ ଅନୁସାରେ ମୃତ୍ୟୁର ଏକ ବର୍ଷ ପର୍ଯ୍ୟନ୍ତ ମୃତ ବ୍ୟକ୍ତିକୁ ଅନ୍ନ ଓ ଜଳ ଅର୍ପଣ କରିବା ନିହାତି ଆବଶ୍ୟକ ଅଟେ । ଏପରି କରିବା ଦ୍ୱାରା ଆତ୍ମାକୁ ଶାନ୍ତି ମିଳିଥାଏ । କାରଣ ମାନ୍ୟତା ଅନୁସାରେ ଗୋଟିଏ ଆତ୍ମା ଆଉ ଗୋଟିଏ ଜନ୍ମ ପାଇବା ପାଇଁ ନିହାତି ଗୋଟିଏ ବର୍ଷ ସମୟ ଲାଗିଥାଏ । ଯାହା ଆମ ହିନ୍ଦୁ ଧର୍ମରେ ଗ୍ରହଣ କରାଯାଇ ଥାଏ ।

ବିଷ୍ଣୁ ପୁରାଣ ଅନୁସାରେ ସୃଷ୍ଟିର ରଚନା ହେବା ସମୟରେ ବ୍ରହ୍ମାଙ୍କ ପିଠିରୁ ଆମ ପିତୃ ପୁରୁଷ ଉତ୍ପର୍ଣ୍ଣ ହୋଇଥିଲେ। ପିତୃ ପୁରୁଷଙ୍କ ଉତ୍ପର୍ଣ୍ଣ ପରେ ବ୍ରହ୍ମା ସେହି ଶରୀରକୁ ତ୍ୟାଗ କରି ଦେଇଥିଲେ l ପିତରଙ୍କୁ ଜନ୍ମ ଦେଇଥିବା ଶରୀର ସନ୍ଧ୍ୟା ସମୟ ହୋଇଗଲା l ସେଥିପାଇଁ ପିତୃ ପୁରୁଷ ସନ୍ଧ୍ୟା ସମୟରେ ଶକ୍ତିଶାଳୀ ହୋଇ ଯାଇ ଥାଆନ୍ତି।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami