ପୁଣି ଓଡ଼ିଆ ଗୀତରେ ରିଲ୍ସ କଲେ କିଲି ପଲ୍‌

Above Post Content

ନୂଆଦିଲ୍ଲୀ: ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ତାଞ୍ଜାନିଆର ସୋସିଆଲ ମିଡିଆ ସେନ୍‌ସେସନ ତଥା ୟୁଟ୍ୟୁବର କିଲି ପଲ୍ । ପୁଣି ଓଡ଼ିଆ ଗୀତ ପ୍ରେମରେ ପଡ଼ିଲେ କିଲି ପଲ୍ । ସେ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଓଲିଉଡ୍ ପ୍ରେମର ପ୍ରମାଣ ଦେଇଛନ୍ତି । ୟୁଜର୍ସମାନେ ତାଙ୍କର ଏହି ଭିଡିଓକୁ ଖୁବ୍ ପସନ୍ଦ କରିଛନ୍ତି । କିଲି ପଲ୍ ଓଡ଼ିଆ ଗୀତ ‘ଚାଲୁନି ଆଜି ମୁଁ ଚାଲେ ବାଟ, ଦୁନିଆ ଲାଗୁଛି ମୋତେ ଛୋଟ’ ଗୀତରେ ରିଲ୍‌ସ କରୁଛନ୍ତି । ଏବେ କିଲି ଏହି ଗୀତରେ ଲିପ୍ସିଂ ଦେବା ସହ ଗୋଟିଏ ସ୍ଥାନରେ ବସି ଅଭିନୟ କରିଛନ୍ତି । ତାଙ୍କର ଏହି ଲିପ୍ସିଂ ଷ୍ଟାଇଲ୍‌କୁ ବେଶ୍ ପସନ୍ଦ କରିଛନ୍ତି ।

Middle post content

ପାରମ୍ପରିକ ପୋଷାକରେ ରିଲ୍ସ କରି ଲୋକଙ୍କ ହୃଦୟ ଜିତନ୍ତି

After 2nd paragraph post ads

ଯଦିଓ କିଲି ଭାରତୀୟ ନୁହନ୍ତି, ତଥାପି ସେ ସବୁ ଭାଷାରେ ରିଲ୍ସ କରନ୍ତି । ସେ ହିନ୍ଦୀ, ବେଙ୍ଗଲୀ, ପଞ୍ଜାବୀ, ଛତିଶଗଡ଼, ମାଲାୟାଲାମ, ତାମିଲ, କନ୍ନଡ ଗୀତରେ ମଧ୍ୟ ଛୋଟ ଭିଡିଓ ଏବଂ ରିଲ୍ ତିଆରି କରୁଥିବା ଦେଖିବାକୁ ମିଳିଥାଏ । କିଲିଙ୍କ ୟୁଟ୍ୟୁବଠାରୁ ଆରମ୍ଭ କରି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ପର୍ଯ୍ୟନ୍ତ ସବୁଠି ଜଲ୍‌ୱା ଦେଖାଉଛନ୍ତି । ୟୁଜରମାନେ ମଧ୍ୟ ତାଙ୍କ ଗୀତ ଚୟନ ଏବଂ ଡ୍ୟାନ୍ସ ଷ୍ଟାଇଲ୍‌କୁ ଖୁବ ପସନ୍ଦ କରନ୍ତି । ସେ ସବୁବେଳେ ତାଙ୍କର ପାରମ୍ପରିକ ପୋଷାକରେ ଡ୍ୟାନ୍ସ କରି ଲୋକଙ୍କ ହୃଦୟ ଜିଣିଥାନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami