ବିମାନ ବିଳମ୍ବିତ ହେବ ଘୋଷଣା କରିବାରୁ ପାଇଲଟଙ୍କୁ ପିଟିଲେ ଯାତ୍ରୀ

Above Post Content

ନୂଆଦିଲ୍ଲୀ: ପୁଣି ବିମାନ ଭିତରେ ଯାତ୍ରୀଙ୍କ ଦୁର୍ବ୍ୟବହାର । ବିମାନ ବିଳମ୍ବ ହେବ ବୋଲି ଘୋଷଣା କରିବାରୁ ପାଇଲଟଙ୍କୁ ନିର୍ଧୁମ ପିଟିଲେ ଜଣେ ଯାତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଇଣ୍ଡିଗୋ ବିମାନରେ । ଏନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ସମ୍ପୃକ୍ତ ଯାତ୍ରୀଙ୍କୁ ଗିରଫ କରିଛି । ଏବେ ଏହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ‘ଏକ୍ସ’ ବ୍ୟବହାରକାରୀ ଏକାଧିକ ପ୍ରତିକ୍ରିୟା ଦେଇଛନ୍ତି । ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଓ ବିଳମ୍ବ କରୁଥିବା କଥା ଅନ୍ୟ ଯାତ୍ରୀମାନେ ବି ଅଧିକାଂଶ ସମୟରେ ଅଭିଯୋଗ ଆଣିଛନ୍ତି ।

ମାଡ଼ ମାରୁଥିବାର ଭିଡ଼ିଓ ହେଲା ଭାଇରାଲ

After 2nd paragraph post ads
Middle post content

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଇଣ୍ଡିଗୋ ବିମାନଟି ଦିଲ୍ଲୀରୁ ଗୋଆ ଉଡ଼ାଣ କରୁଥିଲା । ବିମାନଟି ସାମାନ୍ୟ ବିଳମ୍ବରେ ଯାତ୍ରା କରିବ ବୋଲି ପାଇଲଟ୍ ଘୋଷଣା କରୁଛନ୍ତି । ତା’ପରେ ହଳଦିଆ ରଂଗର ଗଞ୍ଜି ପିନ୍ଧିଥିବା ଜଣେ ଯାତ୍ରୀ ହଠାତ୍ ପାଇଲଟ୍‌ଙ୍କ ପାଖକୁ ଦୌଡ଼ିଯାଇ ମୁହଁକୁ ଚାପୁଡ଼ା ମାରିଥିଲେ । ସେହି ସମୟରେ ପାଇଲଟଙ୍କ ପାଖରେ ଠିଆ ହୋଇଥିବା ଜଣେ ବିମାନ କର୍ମଚାରୀ ତୁରନ୍ତ ତାଙ୍କୁ ଅଟକାଇଥିଲେ । ସେ ସେହି ପରିସ୍ଥିତିର ସମାଧାନ କରିବାକୁ ଚେଷ୍ଟା କରିଥିଲେ । ଯାତ୍ରୀ ଜଣଙ୍କୁ ପରେ ଅନ୍ୟ ଯାତ୍ରୀମାନେ ମିଶି ଭିଡ଼ି ଭିଡ଼ି ବାହାରକୁ ନେଇ ଯାଉଥିବାର ଦେଖିବାକୁ ମିଳିଛି । ଅନ୍ୟ କିଛି ବିମାନ କର୍ମଚାରୀ ଯାତ୍ରୀଙ୍କୁ ବୁଝାଇବାକୁ ଯାଇ ସାର ଆପଣ ଏପରି କରିପାରିବେ ନାହିଁ ବୋଲି କହୁଥିବାର ଶୁଣିବାକୁ ମିଳିଛି ।

ପାଇଲଟ୍‌ଙ୍କୁ ପିଟିଥିବା ଯାତ୍ରୀଙ୍କୁ ‘ନୋ-ଫ୍ଲାଏ’ ତାଲିକାରେ ରଖାଯିବ

ଦିଲ୍ଲୀ-ଗୋଆ ଇଣ୍ଡିଗୋ ବିମାନର ପାଇଲଟଙ୍କୁ ପିଟିଥିବା ଯାତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି ଇଣ୍ଡିଗୋ ବିମାନ କର୍ତ୍ତୃପକ୍ଷ । ର ଚିନ୍ତା କରୁଛି । ଯାତ୍ରୀଙ୍କ ଏପରି ଆଚରଣ ପାଇଁ ‘ନୋ-ଫ୍ଲାଏ’ ତାଲିକାରେ ରଖାଯିବାର ସମ୍ଭାବନା ରହିଛି ବୋଲି ଏୟାରଲାଇନ୍ସ ସୂତ୍ରରୁ ପ୍ରକାଶ ପାଇଛି । ପୋଲିସ ଉକ୍ତ ଯାତ୍ରୀଙ୍କୁ ଗିରଫ କରିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami