ଚୀନକୁ ଋଷ ଦେବ ପରମାଣୁ ବୁଡ଼ାଜାହଜ, ଚିନ୍ତାରେ ଭାରତ

Above Post Content

ଆମେରିକା ଭାରତ ମହାସାଗର ଓ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଚୀନର ବଢୁଥିବା ପ୍ରଭାବକୁ ରୋକିବା ପାଇଁ ଅଷ୍ଟ୍ରେଲିଆ ଓ ବ୍ରିଟେନ୍ ସହିତ ମିଶି ‘ଅକ୍ସ’ ସାମରିକ ମେଣ୍ଟ୍ କରିଛି । ଆମେରିକା ଏବେ ଅଷ୍ଟ୍ରେଲିଆକୁ ପରମାଣୁ ବୁଡ଼ାଜାହଜ ଓ କ୍ରୁଇଜ୍ ମିଶାଇଲ ଦେବାକୁ ଯାଉଛି । ଅନ୍ୟପକ୍ଷରେ ବ୍ରିଟେନ୍ ପରମାଣୁ ଅସ୍ତ୍ରରେ ସଜ୍ଜିତ ନିଜ ପରମାଣୁ ବୁଡ଼ାଜାହଜକୁ ଅଷ୍ଟ୍ରେଲିଆରେ ମୁତ୍ତୟନ କରିବାକୁ ଯାଉଛି । ଯାହାକୁ ନେଇ ଚୀନ୍ କ୍ଷୁବ୍ଧ ଅଛି । ଏହାରି ଭିତରେ ଖବର ଆସୁଛି ଯେ, ଭାରତ ଓ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଆମେରିକାର ପ୍ରଭାବକୁ ପ୍ରତିହତ କରିବାକୁ ଋଷ ଚୀନ ସହିତ ହାତ ମିଳାଇବାକୁ ଯାଉଛି । ଋଷ ଚୀନକୁ ପରମାଣୁ ବୁଡ଼ା ଜାହଜ ଦେଇପାରେ ବୋଲି ଅନୁମାନ କରାଯାଉଛି । ଯାହା ଭାରତର ଚିନ୍ତା ବଢାଇ ଦେଇଛି ।

ଏସିଆ ଟାଇମ୍ସ ରିପୋର୍ଟ ଅନୁସାରେ ଅକ୍ସ ସାମରିକ ଚୁକ୍ତିକୁ ନେଇ ଯେଉଁଠି ଚୀନ ଓ ଫ୍ରାନ୍ସ କଟୁ ଟିପ୍ପଣୀ କରିଛନ୍ତି ସେଠି ଜାପାନ ଓ ଫିଲିପାଇନ୍ସ ଏହାକୁ ସ୍ୱାଗତ କରିଛନ୍ତି । ଅନ୍ୟପକ୍ଷରେ ଏହି କ୍ଷେତ୍ରର ଅନ୍ୟତମ ଖେଳାଳୀ ଋଷ ମାପିଚୁପି ପ୍ରତିକ୍ରିୟା ଦେଇଛି । ଋଷର କିଛି ଅଧିକାରୀ ଚୀନ୍ ସ୍ୱର ସହିତ ସ୍ୱର ମିଳାଇ ପରମାଣୁ ଅପ୍ରସାର ଚିନ୍ତା ବ୍ୟକ୍ତ କରିଛନ୍ତି । ସେମାନେ ଏହା ମଧ୍ୟ କହିଛନ୍ତି ଯେ, ଅକ୍ସ ଯୋଗୁ ଏହି କ୍ଷେତ୍ରରେ ଅସ୍ତ୍ର ପ୍ରତିଯୋଗୀତା ଆରମ୍ଭ ହୋଇଯିବ

After 2nd paragraph post ads

ଅକ୍ସ କ’ଣ ଏସିଆର ନାଟୋ ?

ଋଷର ଏହି ମନୋଭାବ ମଧ୍ୟରେ ଅଷ୍ଟ୍ରେଲିଆରେ ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ଜୋ ହାଂକି ଖୋଲାଖୋଲି କହିଛନ୍ତି ଯେ, ଅକ୍ସ ଏସିଆରେ ଚୀନ୍ ଓ ଋଷ ପ୍ରଭାବକୁ କ୍ଷୁର୍ଣ୍ଣ କରିବ । ଏହି ବୟାନ ପରେ ଋଷ ସୁରକ୍ଷା ପରିଷଦ ସଚିବ ନିକୋଲାଇ ପତ୍ରୁଶେଭ୍ ଅକ୍ସ ଏସିଆର ନାଟୋ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ଆମେରିକା ଏହି ମେଣ୍ଟରେ ଅନ୍ୟ ଦେଶଙ୍କୁ ସାମିଲ କରିବାକୁ ଚାହିଁବ ଯେମିତି ତୀନ୍ ଓ ଋଷ ବିରୋଧୀ ନୀତିକୁ ଆଗାକୁ ବଢାଯିବ ।

Middle post content

ଋଷ କେବଳ ଭାରତକୁ ପରମାଣୁ ବୁଡ଼ା ଜାହଜ ଦେଇଛି

ଏସିଆ ଟାଇମ୍ସ ରିପୋର୍ଟ ଅନୁସାରେ ଏପର୍ଯ୍ୟନ୍ତ ଋଷ କେବଳ ଭାରତକୁ ପରମାଣୁ ସବମେରିନ୍ ଦେଇଛି । ଋଷ କେବେ ମଧ୍ୟ କାହାରି ସହିତ ନିଜ ପରମାଣୁ ସବମେରିନ୍ ଟେକନିକ୍ ବାଣ୍ଟିନାହିଁ । ପରମାଣୁ ସବମେରିନ୍ ଟେକନିକ୍ ମାମଲାରେ ଋଷ ଆମେରିକାଠାରୁ ମଧ୍ୟ ଆଗରେ ରହିଛି । ଋଷ ଏପର୍ଯ୍ୟନ୍ତ କେବଳ ଭାରତକୁ ନିଜ ପରମାଣୁ ସବମେରିନ୍ ଲିଜରେ ଦେଇଛି । ଭାରତୀୟ ନୌସେନା ୧୯୮୭ ମସିହାରୁ ଏହାକୁ ବ୍ୟବହାର କରୁଛି । ଯଦି ଋଷ ନିଜ ପରମାଣୁ ଟେକ୍ନୋଲୋଜି ବିକ୍ରି କରେ ତେବେ ଅନେକ ଦେଶ ଏହାକୁ କିଣିବାକୁ ଚାହିଁବେ ।

ଚୀନକୁ ପରମାଣୁ ସବମେରିନ ମିଳିଲେ ଭାରତର ଚିନ୍ତା ବଢିବ

ବିଶେଷଜ୍ଞଙ୍କ ଅନୁସାରେ ଚୀନ୍ ଓ ଋଷ ମଧ୍ୟରେ ନୌସୈନିକ ସହଯୋଗ ବଢୁଛିଯଦି ମସ୍କୋ, ୱାସିଂଟନର ପ୍ରଭାବକୁ ପ୍ରତିହତ କରିବାକୁ ପରମାଣୁ ବୁଡ଼ା ଜାହଜ ଦିଏ ତେବେ ଏହା ଭାରତ ପାଇଁ ବିପଜ୍ଜନକ ହେବ । କାରଣ ସାମରିକ ମାମଲାରେ ଭାରତ କେବଳ ପରମାଣୁ ବୁଡ଼ା ଜାହଜ ମାମଲାରେ ଚୀନଠାରୁ ଆଗରେ ଅଛି । ଚୀନକୁ ଯଦି ପରମାଣୁ ସବମେରିନ୍ ମିଳେ ତେବେ ଏହାର ଶକ୍ତି ଅନେକ ଗୁଣ ବଢିଯିବକାରଣ ଏହାର ପରମାଣୁ ଅସ୍ତ୍ର ବିଶ୍ୱର ଯେକୌଣସି ସ୍ଥାନରେ ପହଂଚି ପାରିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami