ଋଷ ପାଖରେ କେତେ ପରମାଣୁ ଅସ୍ତ୍ର ଅଛି ? ପୁଟିନଙ୍କ ପାଖରେ ରହୁଥିବା ଚେଗେଟ୍ ବ୍ରିଫକେସର କାହାଣୀ କଣ?

Above Post Content

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବେଲାଋଷରେ ପରମାଣୁ ଅସ୍ତ୍ର ମୁତୟନ ଆଦେଶ ଦେଇଛନ୍ତି। 1990 ଦଶକ ପରେ ପ୍ରଥମ ଥର ପାଇଁ ଋଷ ଅନ୍ୟକୌଣସି ଦେଶରେ ପରମାଣୁ ଅସ୍ତ୍ର ମୁତୟନ କରିଛି। ଏମିତିରେ ପ୍ରଶ୍ନ ଉଠିବା ସ୍ୱଭାବିକ ଯେ, ଋଷ ପାଖରେ କେତେ ପରମାଣୁ ଅସ୍ତ୍ର ଅଛି ଓ କିଏ ଏହାକୁ ନିୟନ୍ତ୍ରଣ କରେସୋଭିଏତ ଋଷର ବିଘଟନ ପରେ ଏହାର ସବୁ ପରମାଣୁ ଅସ୍ତ୍ର ଋଷକୁ ମିଳିଥିଲା। ଦୁନିଆର ସବୁଠାରୁ ଅଧିକ ପରମାଣୁ ଅସ୍ତ୍ର ଋଷ ପାଖରେ ଅଛି। ଫେଡେରେସନ୍ ଅଫ୍ ଆମେରିକାନ ସାଇଣ୍ଟିଷ୍ଟସ୍ ଅନୁସାରେ ଋଷ ପାଖରେ 5 ହଜାର 977 ପରମାଣୁ ଅସ୍ତ୍ର ରହିଛି। ଅନ୍ୟପକ୍ଷରେ ଆମେରିକା ପାଖରେ ଅଛି 5 ହଜାର 428।ଏହାମଧ୍ୟରୁ 15ଶହ ଅସ୍ତ୍ରକୁ ରିଟାୟର କରାଯାଇଥିବା ବେଳେ 2889 ରିଜର୍ଭରେ ଅଛି।

ବୁଲେଟିନ୍ ଅଫ୍ ଆଟୋମିକ୍ ସାଇଣ୍ଟିଷ୍ଟ୍ସ ଅନୁସାରେ ଋଷର ଆକ୍ଟିଭ ପରମାଣୁ ଅସ୍ତ୍ର ମଧ୍ୟରୁ 812 ଭୂପୃଷ୍ଠ ଆଧାରିତ ବାଲିଷ୍ଟିକ୍ ମିସାଇଲରେ,576 ବୁଡାଜାହଜରେ ଓ 2ଶହ ହେଭି ନ୍ୟୁକ୍ଲିୟର ବମ୍ବର୍ସରେ ମୁତ୍ତୟନ ଅଛି। ଋଷ 1588 ରଣନୈତିକ ପରମାଣୁ ଅସ୍ତ୍ରକୁ ଆକ୍ଟିଭ୍ ରଖିଛି।

After 2nd paragraph post ads

କାହା ହାତରେ ପରମାଣୁ ଚାବି

ଋଷ ପରମାଣୁ ନୀତି ଅନୁସାରେ ଉଭୟ ରଣନୈତିକ ଓ ଅଣ-ରଣନୈତିକ ପରମାଣୁ ଅସ୍ତ୍ର ବ୍ୟବହାର ସମ୍ପର୍କିତ ସବୁ ନିର୍ଣ୍ଣୟର ଅଧିକାର ରାଷ୍ଟ୍ରପତି ପୁଟିନଙ୍କ ପାଖରେ ରହିଛି। ତାଙ୍କ ସହିତ ସବୁବେଳେ –ଚେଗେଟ୍- ନାମକ ବ୍ରିଫକେସ୍ ରହିଥାଏ। ଯେଉଁଥିରେ ପରମାଣୁ ଅସ୍ତ୍ରର କୋଡ୍ ରହିଛି। ଋଷ ପ୍ରତିରକ୍ଷା ମନ୍ତ୍ରୀ ଓ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫଙ୍କ ପାଖରେ ମଧ୍ୟ ଗୋଟିଏ ଗୋଟିଏ ପରମାଣୁ ବ୍ରିଫକେସ୍ ରହିଛି।

ପରମାଣୁ ବ୍ରିଫକେସ୍ ଏକ କମ୍ୟୁନିକେଶନ୍ ସିଷ୍ଟମ। ଏହା ଋଷ ରାଷ୍ଟ୍ରପତିଙ୍କୁ ସର୍ବୋଚ୍ଚୋ ସେନା ନେତୃତ୍ୱ ସହିତ ସର୍ବଦା ଯୋଡ଼ି ରଖିଥାଏ। ଏହି ସିଷ୍ଟମ ଅତ୍ୟଧିକ ଗୁପ୍ତ କାଜବେକ୍ ଇଲେକଟ୍ରୋନିକ୍ କମାଣ୍ଡ ଆଣ୍ଡ୍ କଣ୍ଟ୍ରୋଲ ନେଟୱର୍କ ମାଧ୍ୟମରେ ଋଷ ରକେଟ୍ ଫୋର୍ସ ସହିତ ଯୋଡ଼ି ରଖିଥାଏ। କାବକାଜ୍ ନାମକ ଅନ୍ୟଏକ ସିଷ୍ଟମକୁ ସପୋର୍ଟ କରିଥାଏ।

Middle post content

ଋଷ ତରଫରୁ ପରମାଣୁ ଆକ୍ରମଣ ପରିସ୍ଥିତିରେ କିମ୍ବା ପରମାଣୁ ଆକ୍ରମଣର ଉତ୍ତର ଦେବାର ଥିଲେ ରାଷ୍ଟ୍ରପତି ନିଜ ବ୍ରିଫକେସରୁ ପରମାଣୁ କୋଡ୍ ଜରିଆରେ ଜେନରାଲ ଷ୍ଟାଫ୍ କମାଣ୍ଡ ଓ ରିଜର୍ଭ କମାଣ୍ଡ୍ ୟୁନିଟକୁ ସିଧା ଆଦେଶ ଦେଇଥାନ୍ତି।

ଋଷ ରକେଟ୍ ଫୋର୍ସ କରିଥାଏ ପରମାଣୁ ଆକ୍ରମଣ

ଏହି ଆଦେଶ ପରେ ଅଲଗା ଅଲଗା କମ୍ୟୁନିକେଶନ୍ ସିଷ୍ଟମ ଜରିଆରେ ଷ୍ଟ୍ରାଟେଜିକ୍ ରକେଟ୍ ଫୋର୍ସ ପର୍ଯ୍ୟନ୍ତ ସୂଚନା ପହଂଚିଥାଏ। ଆଦେଶ ପାଇବା ପରେ ରକେଟ୍ ଫୋର୍ସ କ୍ଷେପଣାସ୍ତ୍ରରେ ପରମାଣୁ ୱାରହେଡ୍ ବା ଯୁଦ୍ଧାସ୍ତ୍ର ଲଗାଇ ଲକ୍ଷ୍ୟ ଉପରେ ଆକ୍ରମଣ କରିଥାନ୍ତି।

ଆମେରିକା ପାଖରେ କେତେ ପରମାଣୁ ଅସ୍ତ୍ର ?

ଆମେରିକା ପାଖରେ ଥିବା ମୋଟ ପରମାଣୁ ଅସ୍ତ୍ରର ସଂଖ୍ୟା ହେଉଛି 5 ହଜାର 428। ଏଥିରୁ 1644 ରଣନୈତିକ ପରମାଣୁ ଅସ୍ତ୍ର। ଏତେ ସଂଖ୍ୟକ ପରମାଣୁ ଅସ୍ତ୍ରର ଅର୍ଥ ହେଉଛି ଏହି ଦୁଇ ଦେଶ ଅନେକ ଥର ପୃଥିବୀକୁ ଧ୍ୱଂସ କରିପାରିବେ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami