ସ୍ୱାଧିନତା ପରଠାରୁ ଆଜି ଯାଏଁ ଲୋକସଭା ନିର୍ବାଚନର ଇତିହାସ କ’ଣ ,ଜାଣନ୍ତୁ

Above Post Content

ଘୋଷଣା ହୋଇ ସାରିଛି ଲୋକସଭା ନିର୍ବାଚନ ତାରିଖ । ଏହା ସହିତ ଅଷ୍ଟାଦଶତମ ଲୋକସଭା ନିର୍ବାଚନ ପାଇଁ ବାଜିଛି ବିଗୁଲ । ଏବେ ଆସନ୍ତୁ ନଜର ପକାଇବା ଭାରତରେ ଲୋକସଭା ନିର୍ବାଚନର ଇତିହାସ ଉପରେ । ୧୯୫୨ ମସିହାରେ ଅନୁଷ୍ଠିତ ଲୋକସଭା ନିର୍ବାଚନ ପରଠାରୁ ଦେଶରେ ସମୁଦାୟ ୧୭ ଟି ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ଏବଂ ଅଷ୍ଟାଦଶତମ ନିର୍ବାଚନ ହେବାକୁ ଯାଉଛି । ଦେଶର ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ୧୯୫୧-୫୨ ମସିହାରେ ଲୋକସଭା ପାଇଁ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନରେ ଲୋକସଭାର ୪୮୯ ଟି ଆସନ ପାଇଁ ଭୋଟ୍ ହୋଇଥିଲା । ଏଥିରେ କଂଗ୍ରେସ ୩୬୪ ଟି ଆସନ ପାଇଥିବାବେଳେ ଭାରତୀ ଜନସଂଘକୁ ମାତ୍ର ୩ ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ୧୯୫୧-୫୨ ମସିହାରେ ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନରେ କଂଗ୍ରେସ ଏକପାଖିଆ ଜିତି ଥିବାବେଳେ ଗତ ଦୁଇଟି ନିର୍ବାଚନରେ ବିଜେପି ଏକପାଖିଆ ବିଜୟ ହାସଲ କରିଛି ।

ପ୍ରଥମ ନିର୍ବାଚନରେ କଂଗ୍ରେସ ସବୁଠୁ ବଡ ରାଜନୈତିକ ଦଳ ଭାବେ ଉଭା ହୋଇଥିଲା

After 2nd paragraph post ads

ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନରେ କଂଗ୍ରେସ ସର୍ବ ବୃହତ ରାଜନୈତିକ ଦଳ ଭାବରେ ଉଭା ହୋଇଥିଲା । ବାମପନ୍ଥୀମାନେ ୨୭ ଟି ଆସନ, ସମାଜବାଦୀ ୧୨ ଏବଂ ଜନସଂଘକୁ ତିନିଟି ଆସନ ମିଳିଥିଲା । ପରେ ଏହି ଜନସଂଘ ଭାରତୀୟ ଜନତା ପାର୍ଟିରେ ପରିଣତ ହୋଇଥିଲା । ୧୯୫୭ ମସିହାରେ ୪୯୪ ଟି ଆସନ ପାଇଁ ହୋଇଥିବା ନିର୍ବାଚନରେ ମଧ୍ୟ କଂଗ୍ରେସ ଆଗରେ ରହି ୩୭୧ ଟି ସିଟ୍ ପାଇଥିଲା । ବାମପନ୍ଥୀମାନେ ୨୭ ଟି ସିଟ୍‌, ସମାଜବାଦୀଙ୍କୁ ୧୯ ଟି ଆସନ ଓ ଜନସଂଘକୁ ଚାରିଟି ଆସନରେ ବିଜୟ ମିଳିଥିଲା । ୧୯୬୨ ମସିହାରେ ୪୯୪ ଟି ଆସନ ପାଇଁ ଅନୁଷ୍ଠିତ ତୃତୀୟ ନିର୍ବାଚନରେ କଂଗ୍ରେସ ୩୬୧ ଟି, ବାମପନ୍ଥୀ ୨୯, ପ୍ରଜା ସମାଜବାଦୀ ପାର୍ଟି ୧୨ ଟି ଏବଂ ଜନସଂଘ ୧୪ ଟି ଆସନ ଜିତିଥିଲେ ।

ପଞ୍ଚମ ନିର୍ବାଚନ ପର୍ଯ୍ୟନ୍ତ କଂଗ୍ରେସର ପ୍ରଭାବ ଅକ୍ଷୁର୍ଣ୍ଣ ରହିଥିଲା

ଚତୁର୍ଥ ନିର୍ବାଚନ ୧୯୬୭ ମସିହାରେ ୫୨୦ ଟି ଆସନ ପାଇଁ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ କଂଗ୍ରେସ ଆଗରେ ରହିଥିଲା କିନ୍ତୁ ଏହାର ଆସନ ତିନି ଶହରୁ କମ୍ ଥିଲା ଏବଂ ଏହା ୨୮୩ ଟି ଆସନ ଜିତିଥିଲା । ଧୀରେ ଧୀରେ ଭାରତୀୟ ରାଜନୀତିରେ ନିଜକୁ ପ୍ରତିଷ୍ଠା କରୁଥିବା ଜନସଂଘ ୩୫ ଟି ସିଟ୍ ଜିତିଥିଲା । ଏଥି ସହିତ ବାମ ଦଳଙ୍କ ମଧ୍ୟରେ ସିପିଆଇ ୨୩ ଟି ସିଟ୍ ଏବଂ ସିପିଏମ୍ ୧୯ ଟି ସିଟ୍ ଜିତିଥିଲା । ୧୩ ଟି ଆସନରେ ପ୍ରଜା ସମାଜବାଦୀ ପ୍ରାର୍ଥୀ ଜିତିଥିଲେ । ୧୯୭୧ ରେ ୫୧୮ ଟି ଆସନ ପାଇଁ ଅନୁଷ୍ଠିତ ପଞ୍ଚମ ନିର୍ବାଚନରେ କଂଗ୍ରେସ ୩୫୨ ଟି ଆସନ ପାଇଥିଲା । ସିପିଏମ୍ ୨୫, ସିପିଆଇ ୨୪, ଡିଏମକେ ୨୩ ଏବଂ ଜନସଂଘ ୨୧ ଆସନ ଜିତିଥିଲା । ।

୧୯୭୭ ମସିହାରେ ଜନତା ପାର୍ଟିଠାରୁ କଂଗ୍ରେସ ପରାସ୍ତ

Middle post content

ସ୍ୱାଧିନତା ପରଠାରୁ ପଞ୍ଚମ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ କଂଗ୍ରେସ ସର୍ବ ବୃହତ ଦଳ ହୋଇ ରହିଥିଲା । କିନ୍ତୁ ୧୯୭୭ ମସିହା ନିର୍ବାଚନରେ ଜନତା ପାର୍ଟି ହାତରେ କଂଗ୍ରେସ ପରାସ୍ତ ହୋଇଥିଲା । ଏହି ନିର୍ବାଚନରୁ ଜନତାପାର୍ଟି ସର୍ବ ବୃହତ ଦଳ ଭାବରେ ଉଭା ହୋଇଥିଲା । ଏହି ନିର୍ବାଚନରେ କଂଗ୍ରେସ ମାତ୍ର ୧୫୪ ଟି ଆସନ ପାଇଥିବାବେଳେ ଜନତା ପାର୍ଟି ୫୪୨ ଟି ଆସନ ମଧ୍ୟରୁ ୨୯୮ ଟି ଆସନ ଜିତିଥିଲା । ତେବେ ୧୯୮୦ ରେ ଅନୁଷ୍ଠିତ ପରବର୍ତ୍ତୀ ନିର୍ବାଚନରେ କଂଗ୍ରେସ ପୁନର୍ବାର କ୍ଷମତାକୁ ଆସି ୩୫୩ ଟି ଆସନ ଜିତିଥିଲା ।

କଂଗ୍ରେସର ସୁନାମୀ

ଇନ୍ଦିରାଙ୍କ ହତ୍ୟା ପରେ କଂଗ୍ରେସ ତା’ର ରାଜନୈତିକ ଇତିହାସର ସବୁଠାରୁ ବଡ଼ ବିଜୟ ହାସଲ କରିଥିଲା । ଇନ୍ଦିରା ହତ୍ୟା ପରେ ସୃଷ୍ଟ ସହାନୁଭୂତି ସୁନାମୀରେ ବିରୋଧୀ ଦଳ ଭାସି ଯାଇଥିଲେ । କଂଗ୍ରେସ ୧୯୮୪ ସାଧାରଣ ନିର୍ବାଚନରେ ୪୧୫ ଲୋକସଭା ଆସନରେ ବିଜୟ ହାସଲ କରିଥିଲା । ଏହି ନିର୍ବାଚନରେ ଜନସଂଘର ନୂଆ ଅବତାର ବିଜେପି ଭୀଷଣ ପରାଜୟର ସମ୍ମୁଖୀନ ହୋଇଥିଲା । ବିଜେପିର ଛାମୁଆଁ ନେତା ନିର୍ବାଚନ ହାରି ଯାଇଥିଲେ । ବିଜେପିକୁ ମାତ୍ର ୨ଟି ଆସନ ମିଳିଥିଲା । ତେଲଗୁଦେଶମ ପାର୍ଟି ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇଥିଲା ।
ଏହାପରେ ୧୯୮୯ ନିର୍ବାଚନରେ କଂଗ୍ରେସ ୧୯୭ ଟି ଆସନ, ଜନତା ଦଳ ୧୪୧, ବିଜେପି ୮୬, ସିପିଏମ ୩୨, ସିପିଆଇ ୧୨ ଏବଂ ଟିଡିପି ଦୁଇଟି ଆସନ ପାଇଥିଲେ । ୧୯୯୧ ରେ କଂଗ୍ରେସ ୨୩୨ ଟି ଆସନ, ବିଜେପି ୧୧୯, ଜନତା ଦଳ ୫୯, ସିପିଏମ ୩୫, ସିପିଆଇ ୧୩ ଏବଂ ଟିଡିପି ମଧ୍ୟ ୧୩ ଆସନ ପାଇଥିଲା ।

ଏକାଦଶ ନିର୍ବାଚନରେ ପ୍ରଥମ ଥର ପାଇଁ ବିଜେପି ସର୍ବ ବୃହତ ଦଳ ହେଲା 

୧୯୯୬ ରେ ଅନୁଷ୍ଠିତ ଏକାଦଶ ଲୋକସଭା ନିର୍ବାଚନରେ ବିଜେପି ସର୍ବ ବୃହତ ଦଳ ଭାବରେ ଉଭା ହୋଇ ୧୬୧ ଟି ସିଟ୍ ପାଇଥିଲା । କଂଗ୍ରେସ ୧୪୦ ଟି ଆସନ, ଜନତା ଦଳ ୪୬, ସିପିଏମ ୩୨, ସମାଜବାଦି ପାର୍ଟି ୧୭, ଟିଡିପି ୧୬, ସିପିଆଇ ୧୨ ଏବଂ ବିଏସପି ୧୧ ଟି ଆସନ ପାଇଥିଲା । ୧୯୯୮ ରେ ଯେତେବେଳେ ପରବର୍ତ୍ତୀ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ସେତେବେଳେ ବିଜେପି ସବୁଠୁ ବଡ ଦଳ ଥିଲା । ୧୯୯୮ରେ ବିଜେପି ୧୮୨ ଟି ଆସନ, କଂଗ୍ରେସ ୧୪୧ ଟି ଆସନ ପାଇଥିଲା । ଏଥି ସହିତ ସିପିଏମ୍ ୩୨ ଟି ସିଟ୍‌, ଏସପି ୨୦, ଟିଡ଼ିପି ୧୨, ସିପିଆଇ ୯ ଏବଂ ବିଏସପି ୫ ଆସନ ଜିତିଥିଲା ।
ତ୍ରୟୋଦଶତମ ଲୋକସଭା ନିର୍ବାଚନରେ ମଧ୍ୟ ବିଜେପିର ସ୍ଥିତି ଅକ୍ଷୁର୍ଣ୍ଣ ରହିଥିଲା ଏବଂ ୧୯୯୯ ରେ ଏହା ୧୮୨ ଟି ସିଟ୍ ପାଇଥିବାବେଳେ କଂଗ୍ରେସର ଆସନ ସଂଖ୍ୟା ୧୧୪କୁ ହ୍ରାସ ପାଇଥିଲା । ୨୦୦୪ ରେ କଂଗ୍ରେସର ସ୍ଥିତି ସାମାନ୍ୟ ଉନ୍ନତ ହୋଇଥିଲା ଏବଂ ଏହା ୧୪୫ ଟି ସିଟ୍ ଜିତିଥିବାବେଳେ ବିଜେପି ମାତ୍ର ୧୩୮ ଟି ସିଟ୍ ଜିତିପାରିଥିଲା । ୨୦୦୯ ନିର୍ବାଚନରେ କଂଗ୍ରେସ ୨୦୬ ଟି ଏବଂ ବିଜେପି ୧୧୬ ଟି ଆସନ ପାଇଥିଲା ।

୨୦୧୪ ରେ ବିଜେପି ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ କ୍ଷମତାକୁ ଆସିଥିଲା

୨୦୧୪ ରେ ଯେତେବେଳେ ଲୋକସଭାର ୧୬ ତମ ସାଧାରଣ ନିର୍ବାଚନ ଆରମ୍ଭ ହୋଇଥିଲା, ସେତେବେଳେ ନରେନ୍ଦ୍ର ମୋଦୀଙ୍କ ନାମ ପ୍ରଧାନମନ୍ତ୍ରୀ ଭାବରେ ଆଗକୁ ଆସିଥିଲା । ସେ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଥିଲେ । ୨୦୧୪ ନିର୍ବାଚନର ବିଜେପି ୫୪୩ ଟି ମଧ୍ୟରୁ ୨୮୨ ଟି ଆସନ ପାଇଥିଲା । କଂଗ୍ରେସକୁ ମାତ୍ର ୪୪ ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ଇଓଇଊଗକ ୩୭ ଟି ସିଟ୍ ଏବଂ ଟିଏମସି ୩୪ ଟି ସିଟ୍ ଜିତିଥିଲା । ୨୦୧୯ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ୩୦୩ ଆସନ ଜିତି ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିଥିଲା । ଅନ୍ୟପକ୍ଷରେ କଂଗ୍ରେସର ଆସନ ସଂଖ୍ୟା ୪୪ରୁ ୫୨କୁ ବୃଦ୍ଧି ପାଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami