ଆରମ୍ଭ ହେଲା ବାଲିଯାତ୍ରା, ଖୋଲିଛି ୧୨ଶହରୁ ଊର୍ଦ୍ଧ୍ୱ ଷ୍ଟଲ

Above Post Content

କଟକ: ଆଜିଠୁ ଆରମ୍ଭ ହୋଇଛି ଐତିହାସିକ କଟକ ବାଲିଯାତ୍ରା । ଏହା ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ୮ଦିନ ଚାଲିବ । ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଉତ୍ସବକୁ ଉଦ୍‌ଘାଟନ କରିବେ । ଚଳିତବର୍ଷ ୧୨ଶହରୁ ଊର୍ଦ୍ଧ୍ୱ ଷ୍ଟଲ ଖୋଲାଯାଇଛି । ଏହା ବ୍ୟତୀତ ଓରମାସ ପକ୍ଷରୁ ୪୨୦ରୁ ଅଧିକ ଷ୍ଟଲ ସ୍ୱୟଂ ସହାୟିକା ଗୋଷ୍ଠୀ (ଏସ୍‌ଏଚ୍‌ଜି) ଏବଂ ମିଶନ ଶକ୍ତି ସଦସ୍ୟମାନଙ୍କ ନିମନ୍ତେ ବ୍ୟବସ୍ଥା କରାଯାଇଛି । ସାଂସ୍କୃତିକ କାର୍ଯ୍ୟକ୍ରମରେ ବଲିଉଡ କଳାକାର ସଚିନ-ଜିଗର ଓ ଅନୁ ମଲିକ ସଙ୍ଗୀତ ପରିବେଷଣ କରିବେ ।

ଏଥର ମୁଖ୍ୟ ଆକର୍ଷଣ ୫ ହଜାର ବର୍ଗଫୁଟ୍‌ରୁ ଅଧିକ ଆକାରର ଆକ୍ୱାରିୟମ୍

After 2nd paragraph post ads

ଏଥର ବାଲିଯାତ୍ରାର ମୁଖ୍ୟ ଆକର୍ଷଣ ରହିଛି ‘କଟକ ଇନ୍ କଟକ’ରେ ଗ୍ରାମୀଣ କଟକର ଝଲକ । ଏଥିରେ ଗ୍ରାମୀଣ ଜୀବନ, ଜୀବିକା ଓ ପରମ୍ପରାକୁ ଖୁବ୍ ଆକର୍ଷଣୀୟ ଢଙ୍ଗରେ ପ୍ରଦର୍ଶନ କରାଯାଉଛି । ‘କଟକ ଇନ୍ କଟକ’ ମଧ୍ୟରେ ପ୍ରାଣୀସମ୍ପଦ ବିଭାଗ ଓ ମତ୍ସ୍ୟବିଭାଗ ପକ୍ଷରୁ ସ୍ୱତନ୍ତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଛି । ଏହା ସହ ବାଲିଯାତ୍ରାରେ ଚଳିତବର୍ଷ ନୂଆ କରି ଟନେଲ୍ ଆକ୍ୱାରିୟମ୍ ସ୍ଥାନ ପାଇଛି । କେରଳରୁ ଆସିଥିବା ଏହି ୫ ହଜାର ବର୍ଗଫୁଟ୍‌ରୁ ଅଧିକ ଆକାରର ଆକ୍ୱାରିୟମ୍‌ରେ ୫ ହଜାରରୁ ଅଧିକ ବିଭିନ୍ନ ପ୍ରକାରର ମାଛ ରହିବ । ଏହା ମଧ୍ୟରେ ପର୍ଯ୍ୟଟକମାନେ ସମୁଦ୍ର ମଧ୍ୟରେ ବୁଲିବାର ମଜା ଅନୁଭବ କରିପାରିବେ । ଏହାସହ ଆନ୍ତର୍ଜାତୀୟ ଖ୍ୟାତିସଂପନ୍ନ ବାଲୁକା ଶିଳ୍ପୀଙ୍କ ଦ୍ୱାରା ବାଲୁକା କଳା ନିର୍ମାଣ କରାଯାଇଛି । ବାଲିଯାତ୍ରାର ଅନ୍ୟତମ ମୁଖ୍ୟ ଆକର୍ଷଣ ଭାବେ ଜଳକ୍ରୀଡା, ଲେଜର୍ ସୋ, ସବୁଜ ବାଣ ଆଦି ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ କରାଯିବ ।

Middle post content

୩୦ଟି ସ୍ୱତନ୍ତ୍ର ବସରେ ମାଗଣାରେ ଯିବା ଆସିବା କରିବେ ଲୋକେ

ବାଲିଯାତ୍ରାକୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ୧୬ଟି ଗାଡ଼ି ପାର୍କିଂ ସ୍ଥାନ ପ୍ରସ୍ତୁତ ହୋଇଛି । ପାର୍କିଂରୁ ଯାତ୍ରୀମାନଙ୍କୁ ବାଲିଯାତ୍ରା ପଡ଼ିଆ ନିକଟକୁ ଅଣିବା ପାଇଁ ୩୦ଟି ବସ୍‌ର ବ୍ୟବସ୍ଥା କରାଯାଇଛି । ଉକ୍ତ ସେବା ଜିଲ୍ଲା ପ୍ରଶାସନ ପକ୍ଷରୁ ମାଗଣାରେ ଲୋକଙ୍କୁ ପ୍ରଦାନ କରାଯିବ । ଏହାସହ ବାଲିଯାତ୍ରା ପଡ଼ିଆରେ ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ବିନା ଶୁଳ୍କରେ ଇ-ରିକ୍ସାର ବ୍ୟବସ୍ଥା କରାଯାଇଛି । ବାଲିଯାତ୍ରା ତଳ ପଡ଼ିଆକୁ ପ୍ରବେଶ ଓ ପ୍ରସ୍ଥାନ ନିମନ୍ତେ ୪ଟି ଗେଟ୍ ରଖାଯାଇଛି । ଯାହା ଭିଡ଼ ନିୟନ୍ତ୍ରଣ କରିବାରେ ସହାୟକ ହେବ । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଯାନବାହନ ଚଳାଚଳ ଓ ମାର୍ଗଦର୍ଶନ ନିମନ୍ତେ ଏକ ସ୍ୱତନ୍ତ୍ର ରୁଟ୍ ମ୍ୟାପ୍ ପ୍ରସ୍ତୁତ ହୋଇଛି । ବାଲିଯାତ୍ରାର ଉଭୟ ଉପର ଓ ତଳପଡ଼ିଆରେ ଯାତ୍ରୀଙ୍କ ସୁବିଧା ନିମନ୍ତେ ପର୍ଯ୍ୟାପ୍ତ ପାନୀୟ ଜଳର ବ୍ୟବସ୍ଥା କରାଯିବା ସହ ୨ଟି ପଡିଆରେ ୨୫୦ଟି ଅସ୍ଥାୟୀ ଶୌଚାଳୟ ଖୋଲାଯାଇଛି ।

ପ୍ରତ୍ୟେକ ଦିନ ସକାଳେ ଆୟୋଜନ ହେବ ପଥ ଉତ୍ସବ

ବାଲିଯାତ୍ରାର ପ୍ରତ୍ୟେକ ଦିନ ସକାଳେ ପଥ ଉତ୍ସବର ଆୟୋଜନ କରାଯିବ । ଏଥିରେ ବିଭିନ୍ନ ସାଂସ୍କୃତିକ ଦଳ, ବିଦ୍ୟାଳୟ ଓ କଲେଜର ଛାତ୍ରଛାତ୍ରୀ ତଥା ବିଭିନ୍ନ ଅନୁଷ୍ଠାନ ଅଂଶଗ୍ରହଣ କରିବେ । ପ୍ରତ୍ୟେକ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଏଥିରେ ଉଭୟ ଓଲିଉଡ୍ ଓ ବଲିଉଡ୍‌ର କଳାକାର ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଗଣକବି ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚରେ ସୁସ୍ମିତା ଦାସ, ପଙ୍କଜ ଜାଲ୍‌ଙ୍କ ଠାରୁ ଆରମ୍ଭ କରି ସଚିନ୍ ଜିର୍ଗ, ଅନୁ ମଲିକ, ଅନ୍ତରା ଚକ୍ରବର୍ତ୍ତୀ, ପପୁ ପମ୍‌ପମ୍‌, ତାରିକ ଅଜିଜ୍‌ଙ୍କ ବହୁ କଳାକାର ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami