ହେମନ୍ତଙ୍କ ବିବାହ ବାର୍ଷିକୀରେ ଭାବପ୍ରବଣ ପୋଷ୍ଟ କଲେ ସ୍ତ୍ରୀ

Above Post Content

ରାଞ୍ଚି : ମନି ଲଣ୍ଡରିଂ ମାମଲାରେ ଜେଲରେ ଥିବା ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଆଜି ହେଉଛି ୧୮ ତମ ବିବାହ ବାର୍ଷିକୀ । ଏନେଇ ତାଙ୍କ ପତ୍ନୀ କଳ୍ପନା ସୋରେନ ଏକ ଭାବପ୍ରବଣ ପୋଷ୍ଟ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି । ତାଙ୍କର ଏହି ପୋଷ୍ଟଟି ଲୋକଙ୍କ ହୃଦୟକୁ ଛୁଇଁଛି ।

Middle post content

ମୁଁ ଝାଡଖଣ୍ଡ ଯୋଦ୍ଧାଙ୍କର ଜୀବନ ସାଥୀ

After 2nd paragraph post ads

କଳ୍ପନା ଏକ୍ସରେ ଲେଖିଛନ୍ତି ଯେ, ହେମନ୍ତ ଆଜିର ଏହି ବିଶେଷ ଦିନରେ ତାଙ୍କ ପରିବାର ସହିତ ନାହାଁନ୍ତି । ପିଲାମାନେ ବି ତାଙ୍କୁ ବହୁତ ମନେ ପକାଉଛନ୍ତି । ସେ ନିଶ୍ଚିତ ଯେ ସେ ଶୀଘ୍ର ଏହି ଷଡଯନ୍ତ୍ରକୁ ପରାସ୍ତ କରି ଘରକୁ ଫେରିବେ । ଶୀଘ୍ର ଆମ ସମସ୍ତଙ୍କ ସହ ରହିବେ । ମୁଁ ଜଣେ ଝାଡଖଣ୍ଡ ଯୋଦ୍ଧାଙ୍କର ଜୀବନ ସାଥୀ ଅଟେ । ମୁଁ ଆଜି ଭାବପ୍ରବଣ ହେବି ନାହିଁ । ହେମନ୍ତ ଜୀଙ୍କ ପରି ମୁଁ ମଧ୍ୟ କଠିନ ପରିସ୍ଥିତିରେ ହସିବି ଏବଂ ତାଙ୍କ ସାହସ ଏବଂ ସଂଗ୍ରାମର ଶକ୍ତି ହେବି । କଳ୍ପନାଙ୍କ ଏହି ଭାବବିହ୍ୱଳ ପୋଷ୍ଟଟି ଲୋକଙ୍କ ମନକୁ ଛୁଇଁଛି । ଅର୍ଥ ହେରଫେର ମାମଲା ସହ ଜଡ଼ିତ ଅଭିଯୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି । ସପ୍ତାହେ ହେବ ସୋରେନ ଜେଲରେ ଅଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami