ମାଇନସ ୨୫ଡିଗ୍ରି ସେଲସିୟସରେ ବିବାହ କରି ଚର୍ଚ୍ଚାରେ ପ୍ରେମୀଯୁଗଳ

Above Post Content

ନୂଆଦିଲ୍ଲୀ: ସାଧାରଣତଃ ଅଧିକାଂଶ ଲୋକ ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି । ଏହାକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । ସେ ସାଜ୍ଜସଜ୍ଜା ହେଉ ବା ମେକ୍‌ଅପ୍‌, ବା ଭୋଜି ସବୁକିଛି ନୂଆ କରିବାକୁ ଚାହାଁନ୍ତି ସସସ୍ତେ । ଦିନଥିଲା ଲୋକେ ଘରେ ବିବାହ ଉତ୍ସବର ଆୟୋଜନ କରୁଥିଲେ । ହେଲେ ଆଜିକାଲି ସମସ୍ତେ ମଣ୍ଡପ ନଚେତ ହୋଟେଲ ବା ‘ଡେଷ୍ଟିନେଶନ ୱେଡିଂ’ କରିବାକୁ ପସନ୍ଦ କରୁଛନ୍ତି । ହେଲେ କିଛି ଯୋଡ଼ି ନିଜ ବିବାହକୁ ସ୍ୱତନ୍ତ୍ର କରିବା ପାଇଁ ଏଭଳି ଏକ ସ୍ଥାନକୁ ବାଛି ନିଅନ୍ତି ଯାହାକୁ ଦେଖି ଲୋକେ ଚକିତ ହୋଇଯାଆନ୍ତି । ସେଭଳି ଏକ ଡେଷ୍ଟିନେଶନ ୱେଡିଂ ଏବେ ଚର୍ଚ୍ଚାରେ, ଯାହାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଘୁରି ବୁଲିଛି । ଏକ ପ୍ରେମୀ ଯୁଗଳ ତାପମାତ୍ରା ମାଇନସ ୨୫ ଡ଼ିଗ୍ରୀ ସେଲସିୟସରେ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ।

Middle post content

ପ୍ରେମିକାଙ୍କ ଇଛା ପୂରଣ କଲେ ପ୍ରେମିକ

After 2nd paragraph post ads

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ବର-କନ୍ୟା ବସିଥିବା ମଣ୍ଡପ ଚାରିପଟେ ବରଫ ଆଚ୍ଛାଦିତ ହୋଇଯାଇଥିବା ଦେଖିବାକୁ ମିଳୁଛି । ବର-କନ୍ୟାଙ୍କ ସହିତ ବିବାହ ମଣ୍ଡପରେ ଉପସ୍ଥିତ ଥିବା ବ୍ରାହ୍ମଣ ଓ ଅତିଥିମାନେ ଥଣ୍ଡାରେ କମ୍ପୁଥିବା ବି ଦେଖିବାକୁ ମିଳୁଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଯେଉଁ ସ୍ଥାନରେ ଏହି ବିବାହ ଆୟୋଜିତ ହୋଇଥିଲା ସେଠାକାର ତାପମାତ୍ରା ମାଇନସ ୨୫ଡିଗ୍ରି ସେଲସିୟସ ରହିଥିଲା । ଜଣାଯାଇଛି ଯେ, ଗୁଜୁରାଟର ଜଣେ ପ୍ରେମିକ ନିଜର ପ୍ରେମିକାଙ୍କ ଇଚ୍ଛା ପୁରଣ ପାଇଁ ଏପରି କରିଥିବା ଜଣାପଡ଼ିଛି । ପ୍ରେମିକ ଜଣକ ତାଙ୍କ ପ୍ରେମିକାଙ୍କୁ ବହୁତ ଭଲ ପାଆନ୍ତି । ଏହି ସମ୍ପର୍କ ଯେତେବେଳେ ବିବାହରେ ପରିଣତ ହେବାକୁ ସ୍ଥିର ହେଲା ପ୍ରେମିକା ନିଜର ପ୍ରେମିକଙ୍କୁ କହିଥିଲେ, ‘ଆମର ବିବାହ ଏମିତି ହେବ ଯାହା ମୋର ସବୁଦିନ ପାଇଁ ମନେ ରହିବ । ପ୍ରେମିକାଙ୍କ ଏଭଳି ଇଚ୍ଛାକୁ ଧ୍ୟାନରେ ରଖି ପ୍ରେମିକ ବିବାହ ପାଇଁ ସ୍ଥାନ ଖୋଜିବାରେ ଲାଗିପଡ଼ିଲେ । ଶେଷରେ ହିମାଞ୍ଚଳ ପ୍ରଦେଶର ଲାହୋଲ ସ୍ପିତି ସ୍ଥାନକୁ ବାଛିଥିଲେ । ଯେଉଁଠିକାର ତପାମତ୍ରା ଥିଲା ମାଇନସ ୨୫ଡିଗ୍ରି ସେଲସିୟସ । ପ୍ରଥମେ ଏପରି ସ୍ଥାନରେ ବିବାହ ପାଇଁ ଝିଅ ଓ ପୁଅ ଘରଲୋକ ରାଜି ହୋଇ ନ ଥିଲେ । ପରେ ସମସ୍ତେ ରାଜି ହୋଇଯାଇଥିଲେ । ଧୁମଧାମରେ ବିବାହ ହୋଇଥିଲା । ଗୁଜୁରାଟ ନବଦମ୍ପତ୍ତିଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ବି ହେଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami