ଫେସବୁକରେ ଦେଉଛନ୍ତି ଆକର୍ଷଣୀୟ ବିଜ୍ଞାପନ,ହୁଅନ୍ତୁ ସାବଧାନ

Above Post Content

ସୋସିଆଲ ମିଡିଆର ଆଗମନ ସହିତ ଡିଜିଟାଲ ମାର୍କେଟିଂ ବା ଅନଲାଇନ୍ ମାର୍କେଟିଂ ନାମରେ ଗୋଟିଏ ନୂଆ ଶବ୍ଦ ଅଭିଧାନକୁ ଆସିଛି । ଆଗରୁ ଖବର କାଗଜ କିମ୍ବା ଟିଭି ଓ ରେଡିଓ ପରେ ରାସ୍ତାଘାଟରେ ବିଲବୋର୍ଡ୍ ଜରିଆରେ ବିଜ୍ଞାପନ ଦିଆଯାଉଥିଲା । କିନ୍ତୁ ସୋସିଆଲ ମିଡିଆ ଆସିବା ସହିତ ବିଜ୍ଞାପନ ଦୁନିଆ ବଦଳିଗଲା । ବିଗତ ୧୦ ବର୍ଷ ମଧ୍ୟରେ ଏହି ପରିବର୍ତ୍ତନ ବିଶେଷ ଭାବେ ପରିଲକ୍ଷିତ ହେଉଛି । ଫେସବୁକ୍ ଭଳି ସୋସିଆଲ ମିଡିଆର ଅଲଗୋରିଦମ ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ୱାରା ଏତେ ଉନ୍ନତ ଯେ, ଜଣେ ୟୁଜର କ’ଣ କିଣିବାରେ ରୃଚି ରଖନ୍ତି ଓ ସେ କିଭଳି ନିବେଶ କରିବାକୁ ଚାହାନ୍ତି ତାହା ଫେସବୁକ୍ ଜାଣିପାରେଫଳରେ ୟୁଜରଙ୍କୁ ସେହିଭଳି ବିଜ୍ଞାପନ ଫେସବୁକ ଦେଖାଇଥାଏ । ଏଭଳି ଟାର୍ଗେଟ୍ ଅଡିଆନ୍ସ ବିଜ୍ଞାପନ ଆଗରୁ କେବେ ଦେଖିବାକୁ ମିଳିନଥିଲା । ଏହା ସହିତ ଏବେ ସୋସିଆଲ ମିଡିଆ ଇନଫ୍ଲୁଏନସର ମାନେ ମଧ୍ୟ ନିଜ ନିଜ ଭିଡିଓ ଦ୍ୱାରା ଲୋକଙ୍କୁ ପ୍ରଭାବିତ କରୁଛନ୍ତି । ସେମାନଙ୍କ ଭିଡିଓରେ ଥିବା ତଥ୍ୟକୁ ଅନେକ ସତ ବୋଲି ଭାବିନିଅନ୍ତି । ଏଭଳି ବିଭ୍ରାନ୍ତିକର ପ୍ରଚାର ରୋକିବା ପାଇଁ କେନ୍ଦ୍ର ସରକାର ନୂଆ ଆଇନ ଆଣୁଛନ୍ତି । ନୂଆ ନିୟମ ଅନୁସାରେ ମନଇଛା ଓ ବିଭ୍ରାନ୍ତିକର ବିଜ୍ଞାପନ ଦେଉଥିବା ସଂସ୍ଥା ଓ ଇନଫ୍ଲୁଏନସର ଏଥର ତଣ୍ଡ ଗଣିବେ ।

ସୋସିଆଲ ମିଡିଆରେ ଏଣିକି ଦେଇ ପାରିବେନି ମନଇଛା ଆଡଭାଟାଇଜମେଣ୍ଟ । ସାବଧାନ ରୁହନ୍ତୁ । ସୋସିଆଲ ମିଡିଆକୁ ପ୍ରଭାବିତ କରୁଥିବା ସଂସ୍ଥା ହୁଅନ୍ତୁ ସାବଧାନ । କାରଣ ମନଇଛା ବିଜ୍ଞାପନ ପ୍ରକାଶ କଲେ ଗଣିବେ ମୋଟା ଅଙ୍କର ଟଙ୍କା ଉପହାର, ହୋଟେଲ ରହଣୀ, ଇକ୍ୟୁଟି, ଡିସକାଉଣ୍ଟ, ପୁରସ୍କାର ଆଦି ସମସ୍ତ ପ୍ରକାର ସେବା, ସାମଗ୍ରୀ ଓ ସ୍କିମ ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ ବାଧ୍ୟତାମୂଳକ କରିଛନ୍ତି ସରକାର । ନିର୍ଦ୍ଦେଶର ଅବମାନନା କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ନିଷେଧାଦେଶ ମଧ୍ୟ ଜାରି କରାଯାଇପାରେ । ପ୍ରଥମେ ଏସମସ୍ତର ଆଡଭାଟାଇଜମେଣ୍ଟ ଦେବା ପୂର୍ବରୁ ଦର୍ଶକଙ୍କୁ ତଥ୍ୟ ଦେବା ଜରୁରୀ ହେବ ।

After 2nd paragraph post ads
Middle post content

ସମସ୍ତ ତଥ୍ୟ ଯେପରି ସାଧାରଣ ଭାବେ ହୃଦବୋଧ ହୋଇପାରିବ ସେଥିଲାଗି ସରଳ ଭାଷାରେ ଉଲ୍ଲେଖ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ସୂଚନା ମୁତାବକ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମାର୍କେଟ ପ୍ରତିବର୍ଷ ୨୦ ପ୍ରତିଶତ ବୃଦ୍ଧି ଘଟୁଛି । ସେପଟେ ୨୦୨୫ ସୁଦ୍ଧା ଏହାର ବଜାର ପରିମାଣ ୨ ହଜାର ୮୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି କେନ୍ଦ୍ର ଖାଉଟି ବ୍ୟାପାର ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ଗାଇଡଲାଇନ ଜାରି କରାଯାଇଛି । ଯଦି ଏହାକୁ କେହି ଉଲ୍ଲଂଘନ କରନ୍ତି ତେବେ ଖାଉଟି ସୁରକ୍ଷା ଆଇନ ୨୦୧୯ ଅନୁସାରେ ଜରିମାନା ଧାର୍ଯ୍ୟ କରାଯିବ ବୋଲି ସୂଚନା ଦିଆୟାଇଛି

ତେଣୁ ସାମାଜିକ ଗଣମାଧ୍ୟମରେ ଉଲ୍ଲଂଘନ କରୁଥିବା ବ୍ୟକ୍ତି ଏଣିକି ସାବଧାନ ରୁହନ୍ତୁ । କାରଣ ଆଗକୁ ହୋଇପାରନ୍ତି ଦୋଷୀ ସାବସ୍ତ୍ୟ । ଗଣି ପାରନ୍ତି ମୋଟା ଅଙ୍କର ଫାଇନ୍ ଏକ୍ଷେତ୍ରରେ ପ୍ରସ୍ତୁତକର୍ତ୍ତା, ବିଜ୍ଞାପନଦାତା ଓ ସମର୍ଥନକର୍ତ୍ତାଙ୍କ ବିରୋଧରେ ୧୦ ଲକ୍ଷ ଲେଖାଏଁ ଜରିମାନା କେନ୍ଦ୍ରୀୟ ଖାଉଟି ସୁରକ୍ଷା କର୍ତ୍ତୃପକ୍ଷା ବି ସିସିପିଏ ପକ୍ଷରୁ ଧାର୍ଯ୍ୟ କରାଯିବ ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଜରିମାନା ପରିମାଣ ୫୦ ଲକ୍ଷ ଲାଗୁ କରାଯିବ ବୋଲି କୁହାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami