ଲୋକସଭା ଆସନ ଦଖଲ ସହ ବଡ଼ ବିଜୟ ନେଇ ବିଜେଡିର ଦମ୍ଭୋକ୍ତି

Above Post Content

ଭୁବନେଶ୍ୱର: ନିର୍ବାଚନ ଘୋଷଣା ପୂର୍ବରୁ ଫଳାଫଳ ଆକଳନ ନେଇ ବିଜେଡି କଷିଛି ୨୪ ଫଳାଫଳ ଗଣିତ । ଦଖଲ କରିବ ୧୨୮ ବିଧାନସଭା ଓ ୧୮ ଲୋକସଭା ଆସନ । ରୂପାନ୍ତରଣ ସାଜିବ ବଡ଼ଅସ୍ତ୍ର । ନବୀନଙ୍କ ହାତରେ ରହିବ ଶାସନ ଡୋରୀ । ଲଗାତର ନବୀନ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହୋଇ କରିବେ ରେକର୍ଡ । ଏପରି ବଡ଼ ବିଜୟ ନେଇ ବିଜେଡି ଦମ୍ଭୋକ୍ତି ପ୍ରକାଶ କରିଛି । ସବୁ କ୍ଷେତ୍ରର ରୂପାନ୍ତରଣରେ ଦେଶ ପାଇଁ ରୋଲ୍ ମଡେଲ୍ ସାଜିଛ ଓଡ଼ିଶା । ଯାହା ବିଜେଡିକୁ ବଡ଼ ସଫଳତା ଦେବ ବୋଲି ଦଳୀୟ ନେତା ଯୁକ୍ତି ବାଢୁଛନ୍ତି । ସର୍ଭେ ରିପୋର୍ଟ ଏହି ଆକଳନକୁ ଅଧିକ ଶକ୍ତିଶାଳୀ କରିଛି । ସେପଟେ ବିଜେଡିରୁ ପ୍ରତ୍ୟାଖ୍ୟାତ ନେତାଙ୍କୁ ବିରୋଧୀ ଆପଣାଇ ନିଜ ଅସ୍ତିତ୍ୱ ରକ୍ଷା କରିବାକୁ ଅପଚେଷ୍ଟା କରୁଛନ୍ତି ।

Middle post content

ସାଢ଼େ ୪ କୋଟି ଓଡ଼ିଆଙ୍କୁ ନିଜର କରିଛନ୍ତି ନବୀନ

After 2nd paragraph post ads

୨୦୨୪ରେ ପୁଣି ରାଜ୍ୟରେ ନବୀନ ସରକାର । ଓଡ଼ିଶା ନିର୍ବାଚନ ଇତିହାସର ସବୁ ରେକର୍ଡ ଭାଙ୍ଗି ନବୀନ ରଚିବେ ନୂଆ ଅଧ୍ୟାୟ । ୫ଟି ସଂସ୍କାର, ରୂପାନ୍ତରିତ ଓଡ଼ିଶା ନବୀନଙ୍କ ବିକଶିତ ଓଡ଼ିଶାକୁ ଦେଇଛି ନୂଆରୂପ । ନିର୍ବାଚନ ପ୍ରସ୍ତୁତି ସହ ଗାଁଠାରୁ ସହର ଯାଏ ଚାଲିଛି ରୂପାନ୍ତରଣ । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପର୍ଯ୍ୟଟନଠାରୁ ଆରମ୍ଭ କରି ଶିଳ୍ପସମୃଦ୍ଧ ଓଡ଼ିଶା ଯାଏ ନୂଆଯୁଗ ଆରମ୍ଭ ହୋଇଛି । ସବୁଥିରେ ଆସିଛି ବୈପ୍ଲବିକ ପରିବର୍ତ୍ତନ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସଞ୍ଜୀବନୀ ସାଜିଥିବା ବେଳେ କାଳିଆ, ମେକ୍ ଇନ୍ ଓଡ଼ିଶା, ମିଶନ ଶକ୍ତି ପରି ବିଭିନ୍ନ ଜନ କଲ୍ୟାଣ ଯୋଜନା ଓଡ଼ିଶାବାସୀଙ୍କ ଜୀବନ ଜୀବିକାର ବିକାଶ କରିଛି । କଥା କମ୍‌, କାମ ଅଧିକ ଜରିଆରେ ନବୀନ ସାଢ଼େ ୪ କୋଟି ଓଡ଼ିଆଙ୍କୁ ନିଜର ପରିବାର ଭାବି ସେବା କରୁଛନ୍ତି । ତେଣୁ ନବୀନଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବାକୁ ମନସ୍ଥ କରିଛନ୍ତି ଓଡ଼ିଶାବାସୀ । ଦେଶର ରାଜନୀତିରେ ନବୀନ ରେକର୍ଡ କରିବେ ବୋଲି ଦଳ ଦୋହରାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami