ସାମ୍ନାକୁ ଆସିଲା ରାମ ମନ୍ଦିରର ଗର୍ଭଗୃହ ଫଟୋ

Above Post Content

ଉତ୍ତରପ୍ରଦେଶର ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ରାମନ୍ଦିରର ଉଦଘାଟନ ଆସନ୍ତା ଜାନୁଆରୀ ୨୨ ତାରିଖରେ ହେବ । ତେବେ ତା’ପୂର୍ବରୁ ସାମ୍ନାକୁ ଆସିଛି ରାମମନ୍ଦିରର ଗର୍ଭଗୃହର ଫଟୋ । ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ସାଧାରଣ ସମ୍ପାଦକ ଚମ୍ମତ ରାୟ ରାମମନ୍ଦିରର ଗର୍ଭଗୃହର ଦୁଇଟି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଶ୍ରୀ ରାୟ ତାଙ୍କ ‘ଏକ୍ସ’ ଆକାଉଣ୍ଟରେ ଏହି ଫଟୋ ଦୁଇଟି ସେୟାର କରି ଲେଖିଛନ୍ତି, ପ୍ରଭୁ ଶ୍ରୀ ରାମଲଲାଙ୍କ ଗର୍ଭଗୃହ ସ୍ଥାନ ପ୍ରାୟ ପ୍ରସ୍ତୁତ ହୋଇଯାଇଛି । ନିକଟରେ ବିଦ୍ୟୁତ୍ ସଂଯୋଗ କାର୍ଯ୍ୟ ଶେଷ ହୋଇଛି ।

Middle post content

୩ କଳାକାର ତିଆରି କରୁଛନ୍ତି ରାମଙ୍କ ପ୍ରତିମା

After 2nd paragraph post ads

ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ସାଧାରଣ ସମ୍ପାଦକ ଚମ୍ମତ ରାୟ କହିଛନ୍ତି ଯେ, ୩ ଜଣ ମୂତ୍ତିକାର ଅଲଗା ଅଲଗା ପଥରରେ ରାମଲାଲାଙ୍କ ପ୍ରତିମା ତିଆରି କରୁଛନ୍ତି । ଭଗବାନ ରାମଙ୍କ ସ୍ୱରୂପ ୫ ବର୍ଷର ବାଳକ ଭଳି ହେବ । ତିନି ମୂର୍ତ୍ତିକାର ୫ ବର୍ଷ ବୟସର ବାଳକ ରାମଙ୍କ ପ୍ରତିମା ଗଢୁଛନ୍ତି । ୫ ବର୍ଷ ବାଳକର ମୁଖ ମଣ୍ଡଳ ଓ ବଡି ଲାଙ୍ଗୁଏଜ ଅବିକଳ ଉତାରିବା ଜରୁରୀ । ମୂର୍ତ୍ତି ନିର୍ମାଣ କାମ ୯୦% ଶେଷ ହୋଇଗଲାଣି । ରାମ ମନ୍ଦିରର ଗ୍ରାଉଣ୍ଡ ଫ୍ଲୋର କାମ ଶେଷ ହୋଇଯାଇଛି । ପ୍ରଥମ ମହଲା କାମ ଚାଲିଛି । ପ୍ରଥମ ମହଲାର ଆଉ ଅଳ୍ପ କାମ ରହିଛି । ଏହା ଶୀଘ୍ର ସଂପୂର୍ଣ୍ଣ ହୋଇଯିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami