ଚିଲିକାକୁ ଆସିଲେଣି ୭୭ ପ୍ରଜାତିର ୭୪ ହଜାରରୁ ଉର୍ଦ୍ଧ୍ୱ ବିଦେଶୀ ପକ୍ଷୀ

Above Post Content

ଚିଲିକା: ବାୟୁମଣ୍ଡଳରୁ ଉଷ୍ମତା ହ୍ରାସ ପାଇଥିବା ବେଳେ ନୀଳାମ୍ବୁ ଚିଲିକାକୁ ରଙ୍ଗବେରଙ୍ଗର ବିଦେଶୀ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ଚିଲିକାକୁ ୭୭ ପ୍ରଜାତିର ୭୪ ହଜାର ୩୨୨ ବିଦେଶୀ ପକ୍ଷୀ ଆସିଛନ୍ତି । ତନ୍ମଧ୍ୟରୁ ପକ୍ଷୀ ଅଭୟାରଣ୍ୟ ନଳବଣ ଅଞ୍ଚଳରେ ୭୭ ପ୍ରଜାତିର ୩୦ ହଜାର ୨୧୨ ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଛି । ଚିଲିକାରେ ଶୀତ ଦିନେ ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ପ୍ରଜାତିର ପକ୍ଷୀଙ୍କ ସମାଗମ ହେଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ୭୭ ପ୍ରଜାତିର ପକ୍ଷୀଙ୍କ ଆଗମନ ହୋଇଛି ।

Middle post content

ପକ୍ଷୀ ସୁରକ୍ଷା ପାଇଁ ହୋଇଛି ୨୧ଟି ପକ୍ଷୀ ସୁରକ୍ଷା ଶିବିର

After 2nd paragraph post ads

ଶୀତ ଆସିଲେ ଚିଲିକାକୁ ବିଦେଶୀ ପକ୍ଷୀମାନଙ୍କର ଆଗମନ ହୋଇଥାଏ । ଚିଲିକାରେ ଏବେ ବିଦେଶୀ ଅତିଥିଙ୍କର ଭିଡ଼ ଦେଖିବାକୁ ମିଳିଛି । ଶୀତ ଆରମ୍ଭ ହେଉଣୁ ଚିଲିକାକୁ ଆସିଲେଣି ୭୭ ପ୍ରଜାତିର ୭୪ ହଜାର ୩୨୨ ବିଦେଶୀ ପକ୍ଷୀ । ସେଥି ମଧ୍ୟରୁ ୟୁରୋସିଆନ ଓଏଜିନ ୧୬ ହଜାର, ଗଡ଼ୱାଲ ୧୨ ହଜାର, ପିନଟେଲ ୧୦ ହଜାର, ଶୋଭଲର ୬ ହଜାର, କମନ କୁଟ ୧୦ ହଜାର, ଗ୍ରେଟ ଫ୍ଲେମିଙ୍ଗ ଗୋ ୧୬୦ ଗୋଟି, ରୁଡି ସେଲଡ଼କ ୭୦୦ ଓ ଆଇବିଶ ପ୍ରଜାତିର ୨ ହଜାର ବିଦେଶୀ ପକ୍ଷୀ ଥିବା ସୂଚନା ଦେଇଛନ୍ତି ବାଲୁଗାଁ ବନ୍ୟ ପ୍ରାଣୀ ବନଖଣ୍ଡ ଭିଡ଼ିଓ ଅମ୍ଲାନ ନାୟକ । ପକ୍ଷୀ ସୁରକ୍ଷା ପାଇଁ ୨୧ଟି ପକ୍ଷୀ ସୁରକ୍ଷା ଶିବିର ସହ ୪ ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି । ଏହା ସହ ମଙ୍ଗଳା ଯୋଡ଼ିରେ ବିଦେଶୀ ପକ୍ଷୀ ମାନଙ୍କର ଭିଡ଼ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ବନ୍ୟ ପ୍ରାଣୀ ବିଶାରଦ ମଧୁ ବେହେରା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami