ଏମିତି ଜଣେ ବୃଦ୍ଧା, ଯିଏ ୫୦ ବର୍ଷ ହେଲା କେବଳ ପାଣି ପିଇ ବଞ୍ଚିଛନ୍ତି

Above Post Content

ନୂଆଦିଲ୍ଲୀ: ଶରୀରକୁ ସୁସ୍ଥ ରଖିବା ଲାଗି ପ୍ରତିଦିନ ପୁଷ୍ଟିକର ଖାଦ୍ୟ ଖାଇବା ଉଚିତ୍ । ନିୟମିତ ଖାଇବା ଓ ଠିକ୍ ସମୟରେ ଖାଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତିି । ଯଦ୍ୱାରା ଶରୀରକୁ ଉର୍ଜା ମିଳିବା ସହ ଶରୀର ସୁସ୍ଥ ରହେ । ପାଣି ବି ଶରୀର ପାଇଁ ଜରୁରୀ । ହେଲେ ଖାଲି ପାଣି ପିଇ ଜଣେ ବୃଦ୍ଧା ବର୍ଷେ କି ଦୁଇବର୍ଷ ନୁହେଁ, ଦୀର୍ଘ ୫୦ ବର୍ଷ ହେଲା ବଞ୍ଚି ରହିଛନ୍ତି । ହେଲେ ସବୁଠୁ ବଡ଼ କଥା ସେ ସମ୍ପୂର୍ଣ୍ଣ ସୁସ୍ଥ ବି ଅଛନ୍ତି ।

Middle post content

ଖାଦ୍ୟ ବାସ୍ନାରେ ହେଉଛି ବାନ୍ତି

After 2nd paragraph post ads

ବୁଇ ନାମ୍ନୀ ଜଣେ ମହିଳା ଭିଏତନାମର କ୍ୱାଙ୍ଗ ବିହ୍ନ ପ୍ରାନ୍ତରେ ରୁହନ୍ତି । ଏବେ ତାଙ୍କର ବୟସ ୭୫ ବର୍ଷ । ଦୀର୍ଘ ବର୍ଷ ଧରି କେବଳ ପାଣି ଓ କୋଲ୍ଡ ଡ୍ରିଙ୍କ୍ସ ପିଇ ରହିଛନ୍ତି । ଆଉ ସେ ୫୦ ବର୍ଷ ହେବ କିଛି ବି ଖାଦ୍ୟ ଖାଇ ନାହାନ୍ତି । କେବଳ ପାଣି ଓ କୋଲ୍ଡ ଡ୍ରିଙ୍କ୍ସ ପିଇ ଜିଇଁଛନ୍ତି । ଏହାର ଆରମ୍ଭ ୧୯୬୩ରେ ଯେବେ ସେ ଅନ୍ୟ ମହିଳାଙ୍କ ସହ ମିଶି ଯୁଦ୍ଧରେ ଆହତ ହୋଇଥିବା ସୈନିକଙ୍କ ଚିକିତ୍ସା କରିବା ପାଇଁ ପାହାଡ ଚଢୁଥିଲେ । ସେହି ସମୟରେ ହଠାତ୍ ତାଙ୍କ ଉପରେ ବଜ୍ରପାତ ହୋଇଥିଲା । ଫଳରେ ତାଙ୍କୁ ଖାଦ୍ୟ ବଦଳରେ କିଛିଦିନ ମିଠା ପାଣି ଦିଆଗଲା । ସେବେଠାରୁ ତାଙ୍କର ପାଣି ପିଇବା ଅଭ୍ୟାସ ହୋଇଗଲା । ଏମିତିକି ଖାଦ୍ୟ ବାସ୍ନାରେ ହିଁ ତାଙ୍କୁ ବାନ୍ତି ଲାଗିବାକୁ ଲାଗିଲା । ତେଣୁ ସେ ଖାଦ୍ୟ ଜମାରୁ ଖାଇଲେ ନାହିଁ । ସେ ନିଜ ପିଲାଙ୍କ ପାଇଁ ତ ରୋଷେଇ କରନ୍ତି । ହେଲେ ନିଜେ ଖାଆନ୍ତି ନାହିଁ । ଦୀର୍ଘ ୫୦ ବର୍ଷ ହେବ ସେ ଏମିତି ଜୀବନ ଜିଉଁଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami