ଇତିହାସରେ ପ୍ରଥମ: ମିସ୍ ୟୁନିଭର୍ସ ପାଇଁ ପ୍ରତିଯୋଗୀ ସାଜିବେ ଦୁଇ କିନ୍ନର

Above Post Content

ନୂଆଦିଲ୍ଲୀ: ଚଳିତ ବର୍ଷ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଦୁଇ ଜଣ କିନ୍ନର ପ୍ରତିଯୋଗୀ ସାଜିବେ । ଇତିହାସରେ ପ୍ରଥମ ଥର ପାଇଁ ଅତିକମ୍‌ରେ ଦୁଇଜଣ କିନ୍ନର (ଟ୍ରାନ୍ସଜେଣ୍ଡର) ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ଆସନ୍ତା ନଭେମ୍ବରରେ ହେବାକୁ ଥିବା ୭୨ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତା ପୂର୍ବରୁ ଗତ ସପ୍ତାହରେ ୨୩ ବର୍ଷୀୟା ବିମାନ ପରିଚାରିକା ମାରିନା ମାଚେଟ ମିସ୍ ପର୍ତ୍ତୁଗାଲ୍ ମୁକୁଟ ଜିତିବା ପରେ ଏହି ଖବର ସାମନାକୁ ଆସିଛି । ସେ ହେଉଛନ୍ତି ଦ୍ୱିତୀୟ ଟ୍ରାନ୍ସଜେଣ୍ଡର ବ୍ୟକ୍ତି ଯିଏକି ନିଜ ଦେଶର ମିସ୍ ୟୁନିଭର୍ସ ପ୍ରତିଯୋଗିତା ଜିତିଛନ୍ତି । ଏହାପୂର୍ବରୁ ଡଚ୍ ମଡେଲ୍ ରିକ୍କି କୋଲେ ଜୁଲାଇରେ ମିସ୍ ନେଦରଲ୍ୟାଣ୍ଡ ଟାଇଟଲ୍ ଅର୍ଜନ କରିଥିଲେ । ଏହି ଟାଇଟଲ ଜିତିବାରେ କୋଲେ ହେଉଛନ୍ତି ପ୍ରଥମ ଟ୍ରାନ୍ସଜେଣ୍ଡର ।

Middle post content

୯୦ ଜଣ କରିବେ ପ୍ରତିଦ୍ୱନ୍ଦ୍ୱିତା

After 2nd paragraph post ads

ଚଳିତ ବର୍ଷ ନଭେମ୍ବରରେ ଏଲ୍ ସାଲଭାଡୋରରେ ୭୨ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ପୃଥିବୀର ୯୦ ଜଣ ମହିଳା ମିସ୍ ୟୁନିଭର୍ସ ମୁକୁଟ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ । ଏଥିରେ ୭୧ତମ ମିସ୍ ୟୁନିଭର୍ସ ରେ’ବୋନି ଗାବ୍ରିଏଲ୍ ତାଙ୍କ ଉତ୍ତରାଧିକାରୀଙ୍କୁ ମୁକୁଟ ପିନ୍ଧାଇବେ । ଯଦି ମାରିନା ମାଚେଟ କିମ୍ବା ରିକି କୋଲେ ଏହି ପ୍ରତିଯୋଗିତା ଜିତନ୍ତି, ତେବେ ସେମାନେ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିଥିବା ପ୍ରଥମ କିନ୍ନର ହେବେ ।ଏହି ଖବର ପ୍ରଚାର ହେବା ପରେ ବିଭିନ୍ନ କିନ୍ନର ସଂଘ ମଧ୍ୟରେ ଆନନ୍ଦ ଖେଳିଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami