ମାଛଧରା ବନ୍ଦରରେ ଅଗ୍ନିକାଣ୍ଡ, ଜଳିଗଲା ୪୦ ଡଙ୍ଗା

Above Post Content

ଅମରାବତୀ: ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ମାଛଧରା ବନ୍ଦରରେ ଏକ ବଡ଼ ଦୁର୍ଘଟଣା ଘଟି ଯାଇଛି । ରବିବାର ବିଳମ୍ବିତ ରାତିରେ ମାଛଧରା ବନ୍ଦରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ୪୦ ଟି ଡଙ୍ଗା ପୋଡି ପାଉଁଶ ହୋଇଯାଇଛି । ଫଳରେ ମତ୍ସ୍ୟଜୀବୀଙ୍କ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି । ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ କେଉଁ କାରଣରୁ ଡଙ୍ଗାରେ ନିଆଁ ଲାଗିଲା ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । କେହି ଦୁର୍ବୁତ୍ତ ଏହି ଡଙ୍ଗାରେ ନିଆଁ ଲଗାଇଦେଇଥିବା ଅଭିଯୋଗ କରିଛନ୍ତି ମତ୍ସଜୀବୀ । ଏଥିରେ କେହିି ମୃତାହତ ହୋଇ ନାହାନ୍ତି । ମତ୍ସ୍ୟଜୀବୀଙ୍କ ଏତଲା ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

Middle post content

ଅଗ୍ନିକାଣ୍ଡର କାରଣ ତଦନ୍ତ ପରେ ଜଣାପଡ଼ିବ

After 2nd paragraph post ads

ଘଟଣାରେ ପୋଲିସ ଡେପୁଟି କମିଶନର ଆନନ୍ଦ ରେଡ୍ଡୀ କହିଛନ୍ତି ଯେ, ‘ବିଶାଖାପାଟନମ୍ ମାଛଧରା ବନ୍ଦରରେ ଗତ ରାତିରେ ଏକ ଡଙ୍ଗାରେ ନିଆଁ ଲାଗିଯାଇଥିଲା, ପରେ ଏହା ଧୀରେ ଧୀରେ ଗୋଟିକ ପରେ ଗୋଟେ ଡଙ୍ଗାକୁ ବ୍ୟାପିଥିଲା । ଯେଉଁଥିରେ ପ୍ରାୟ ୪୦ ଟି ଫାଇବର ମେକାନାଇଜଡ୍ ଡଙ୍ଗାକୁ ଏହା ବ୍ୟାପି ଯାଇଥିଲା । ତେବେ କେଉଁ କାରଣରୁ ଆଉ କିପରି ଏତେ ବଡ ଧରଣର ଅଗ୍ନିକାଣ୍ଡ ଘଟିଲା ତାହା ଜଣାପଡି ନ ଥିବାବେଳେ, ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡିବ ବୋଲି ଡେପୁିଟି କମିଶନର କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami