ମୋଦି, ରାହୁଲଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ

Above Post Content

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ମୋଦି ଏବଂ ରାହୁଲଙ୍କ ଭାଷଣକୁ ନେଇ ନିର୍ବାଚନ ଆୟୋଗ ଭାଜପା ଏବଂ କଂଗ୍ରେସକୁ ନୋଟିସ୍ ଜାରି କରିଛନ୍ତି । ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ମାମଲାରେ ନିର୍ବାଚନ କମିଶନ ଉଭୟ ନେତାଙ୍କୁ ନୋଟିସ୍ ଜାରି କରିଛନ୍ତି ।

Middle post content

୨୯ ସୁଦ୍ଧା ଉତ୍ତର ମାଗିଛନ୍ତି ନିର୍ବାଚନ କମିଶନ

After 2nd paragraph post ads

ନିର୍ବାଚନ ଆୟୋଗ ୨୯ ଏପ୍ରିଲ ସୁଦ୍ଧା ଭାଜପା ସଭାପତି ଜେପି ନଡା ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କଠାରୁ ଉତ୍ତର ଲୋଡ଼ିଛନ୍ତି । କହିରଖୁଛୁ, ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ କଂଗ୍ରେସ ନିର୍ବାଚନ ଆୟୋଗରେ ଅଭିଯୋଗ କରିଥିବା ବେଳେ ରାହୁଲଙ୍କ ଉପରେ ଭାଜପା ଅଭିଯୋଗ କରିଛି । ବାସ୍ତବରେ ପ୍ରଧାନମନ୍ତ୍ରୀ ମୋଦି ତଥା କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖର୍ଗେ ଏବଂ ରାହୁଲ ଗାନ୍ଧୀଙ୍କ ଦ୍ୱାରା ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ହୋଇଥିବା ନେଇ ନିର୍ବାଚନ ଆୟୋଗ ଜାଣିଛନ୍ତି । ନିର୍ବାଚନ ଆୟୋଗ କହିଛନ୍ତି ଯେ, ରାଜନୈତିକ ଦଳଗୁଡ଼ିକ ସେମାନଙ୍କ ପ୍ରାର୍ଥୀ ତଥା ଷ୍ଟାର ପ୍ରଚାରକଙ୍କ ଆଚରଣ ପାଇଁ ପ୍ରାଥମିକ ତଥା ବୃଦ୍ଧି ଦାୟିତ୍ୱ ଗ୍ରହଣ କରିବାକୁ ପଡ଼ିବ । ଶୀର୍ଷ ପଦବୀରେ ଥିବା ନେତାଙ୍କ ନିର୍ବାଚନୀ ଭାଷଣର ପରିଣାମ ଅଧିକ ଗୁରୁତର ଅଟେ । ସୂଚନାଯୋଗ୍ୟ, ରାଜସ୍ଥାନର ବାନ୍‌ସୱାଡାଠାରେ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ଭାଷଣ ସମ୍ପର୍କରେ କଂଗ୍ରେସ ତଥା ଅନ୍ୟ ବିରୋଧୀ ଦଳର ଅଭିଯୋଗ ଉପରେ ନିର୍ବାଚନ ଆୟୋଗ ଭାଜପା ମୁଖ୍ୟ ଜେପି ନଡାଙ୍କୁ ଉତ୍ତର ମାଗିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏବଂ ରାହୁଲଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗକୁ ଭାଜପା ଏବଂ କଂଗ୍ରେସ ମୁଖିଆଙ୍କ ସହ ଗ୍ଧେୟାର କରିଥିବା ବେଳେ ଏପ୍ରିଲ ୨୯ ସୁଦ୍ଧା ଏହାର ଉତ୍ତର ମାଗିଛନ୍ତି ନିର୍ବାଚନ କମିଶନ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami