ଏଣିକି ଘରେ ପାଳିପାରିବେନି ଏହି ପ୍ରଜାତିର କୁକୁର

Above Post Content

ଆଉ ଘରେ ରଖିପାରିବେନି ପିଟବୁଲ ପ୍ରଜାତିର କୁକୁର । ଏନେଇ ସରକାର ଲଗାଇଛନ୍ତି ପ୍ରତିବନ୍ଧକ । ଗତକାଲି କେନ୍ଦ୍ର ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ଚିଠି ପଠାଯାଇଛି । ମଣିଷଙ୍କ ପ୍ରତି ବିପଦ ଥିବା ପ୍ରଜାତିର କୁକୁରଙ୍କ ବିକ୍ରି, ପ୍ରଜନନ ଓ ରଖିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ପଶୁପାଳନ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି ଯେ, ପିଟବୁଲ ସମେତ ଅନ୍ୟ କିଛି ପ୍ରଜାତିର କୁକୁରଙ୍କ ବିକ୍ରୟ, ପ୍ରଜନନ ତଥା ରଖିବା ପାଇଁ କୌଣସି ଲାଇସେନ୍ସ କିମ୍ବା ଅନୁମତି ଦିଆ ନ ଯାଉ, ଯାହା ମଣିଷ ଜୀବନ ପାଇଁ ବିପଦପୂର୍ଣ୍ଣ ।

Middle post content

ଏହି ପ୍ରଜାତିର କୁକୁରଙ୍କ ଉପରେ ଲାଗିଲା ପ୍ରତିବନ୍ଧକ

After 2nd paragraph post ads

ଏମିତିକି ଦେଶ ବାହାରରୁ ଅଣାଯାଉଥିବା ଏହି ପ୍ରଜାତିର କୁକୁରଙ୍କ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । ବିଗତ କିଛି ଦିନରେ ଘରୋଇ ପୋଷା କୁକୁରଙ୍କ ଆକ୍ରମଣରେ ଅନେକ ଆହତ ହେବା ସହ କେତେଜଣଙ୍କ ଜୀବନ ଯାଇଥିବା ମାମଲା ସାମ୍ନାକୁ ଆସିଛି । ଯାହା ଏବେ ଚିନ୍ତାର କାରଣ ପାଲଟିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପିଟବୁଲ, ରଟୱାଇର୍ଲ, ବୁଲ୍ଫ, ଟେରିୟର ଏବଂ ମାଷ୍ଟିଫ୍ ଭଳି କେତେକ ପ୍ରଜାତିର କୁକୁରଙ୍କ ରହଣୀ, ବିକ୍ରି ଓ ପ୍ରଜନନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ବିଶେଷଜ୍ଞ ଓ ପଶୁପାଳନ ଅଧିକାରୀଙ୍କ ମିଳିତ ଏକ କମିଟିରେ ଏହି ନିଷ୍ପତ୍ତି ନିଆଯାଇଛି । ଯାହାକୁ ଦିଲ୍ଲୀ ହାଇକୋର୍ଟଙ୍କ ଏକ ରାୟ ପରେ ଲାଗୁ କରାଯାଇଛି । କମିଟି ପକ୍ଷରୁ କୁହାଯାଇଛି ଯେ, ଯେଉଁମାନେ ଏହି ପ୍ରଜାତିର କୁକୁରଙ୍କୁ ଘରେ ପାଳିଛନ୍ତି, ସେମାନଙ୍କର ବଂଶ ବୃଦ୍ଧି ରୋକିବା ପାଇଁ ଅସ୍ତ୍ରୋପଚାର କରାଯିବ । ପିଟବୁଲ୍‌, ଟେରିୟର, ଟୋସା ଇନୁ, ଆମେରିକୀୟ ଷ୍ଟାଫର୍ଡଶାୟର୍ ଟେରିୟର, ଫିଲା ବ୍ରାସିଲିରୋ, ଡୋଗୋ ଆର୍ଜେଣ୍ଟିନୋ, ଆମେରିକାନ୍ ବୁଲଡଗ୍‌, ବୋସବୋଏଲ, କାଙ୍ଗଲ, ମଧ୍ୟ ଏସୀୟ ସେଫର୍ଡ, କୋକୋସିୟାନ ସେଫର୍ଡ ଡଗ୍‌, ଦକ୍ଷିଣ ଋଷୀୟ ସେଫର୍ଡ, ଟର୍ଣ୍ଣଜାକ୍ ଏବଂ ରଟୱାଇର୍ଲ ଆଦି ପ୍ରଜାତିର କୁକୁରଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami