ପାକିସ୍ତାନୀ ଟ୍ୟାଙ୍କକୁ ଖରାପ କରିଦେଲା ଚୀନ୍ ? ଦୁଇ ବନ୍ଧୁଙ୍କ ମଧ୍ୟରେ ଆରମ୍ଭ ହେଲା ଝଗଡା

Above Post Content

ଚୀନ ଓ ପାକିସ୍ତାନ, ସବୁ ପାଗର ବନ୍ଧୁ । ଏକଥା ଚୀନ ନେତାଙ୍କ ମୁହଁରୁ କମ ପାକିସ୍ତାନୀ ନେତାଙ୍କ ମୁହଁରୁ ଅଧିକ ଶୁଣିବାକୁ ମିଳିଥାଏ । ଏବେ କିନ୍ତୁ ସେଇ ଦୁଇ ସବୁ ପାଗର ବନ୍ଧୁଙ୍କ ମଧ୍ୟରେ ଗୋଟିଏ ଛୋଟିଆ କଥାକୁ ନେଇ ଝଗଡା ଆରମ୍ଭ ହୋଇଯାଇଛି । ପାକିସ୍ତାନର ଅଭିଯୋଗ ଯେ, ଚୀନ ସେମାନଙ୍କ ଟ୍ୟାଙ୍କକୁ ଖରାପ କରିଦେଇଛି । ଚୀନ ଭାଇଙ୍କ ଉତ୍ତର ହେଉଛି ପାକିସ୍ତାନୀ ବେସି ମୁଲଚାଲ କରୁଛନ୍ତି । ଦୁଇ ସବୁ ପାଗର ବନ୍ଧୁଙ୍କ ମଧ୍ୟରେ ମନ ଫଟାଫଟିର କାରଣ ହେଉଛି ଗୋଟିଏ ଟ୍ୟାଙ୍କପାକିସ୍ତାନ ଟି-୮୫ ଟ୍ୟାଙ୍କର ଅପଗ୍ରେଡ୍ କରିବାକୁ ଚାହୁଁଛି । କିନ୍ତୁ ଚୀନ ଏଥିରେ ତା’ର ବ୍ୟବସାୟୀକ କ୍ଷତି ଦେଖୁଛି । ଫଳରେ ଆରମ୍ଭ ହୋଇଛି ଝଗଡା ।

ଗୋଟିଏ ରେଡିଏଟରକୁ ନେଇ ସବୁ କାଣ୍ଡ !

After 2nd paragraph post ads

ଚୀନ ପାକିସ୍ତାନଠାରୁ ଗଧ କିଣୁଛି । ବିଶ୍ୱର ସବୁଠାରୁ ବଡ ଗଧ ରପ୍ତାନୀକାରୀ ଦେଶ ପାକିସ୍ତାନ । ଆଉ ପାକିସ୍ତାନୀ ଗଧର ବଡ ଗରାଖ ହେଉଛି ଚୀନ । ସେହିଭଳି ଚୀନ୍ ପାକିସ୍ତାନରେ ଢେର ପୁଂଜି ଖଟାଇଛି । ରାସ୍ତାଠାରୁ ବନ୍ଦର ସବୁ ତିଆରି କରିଛି । ଯୁଦ୍ଧ ବିମାନ ବି ଦେଉଛି । ଏସବୁ ସତ୍ୱେ ପାକିସ୍ତାନ ଏବେ ଗୋଟିଏ ରେଡିଏଟରକୁ ନେଇ ଚୀନ ସହିତ ଝଗଡା ଆରମ୍ଭ କରିଛି । ରେଡିଏଟରର କାହାଣୀ କ’ଣ ବିସ୍ତାର ପୂର୍ବକ କହୁଛୁ । ଫଢନ୍ତୁ….

Middle post content

ଦୁଇ ଦେଶର ଦୁଇ କମ୍ପାନୀଙ୍କ ମଧ୍ୟରେ ଟି-୮୫ ଟ୍ୟାଙ୍କର ଗୋଟିଏ ପାର୍ଟକୁ ନେଇ ବିବାଦ ଆରମ୍ଭ ହୋଇଛି । ଚୀନର China North Industries Group Corporation ବା Norinco ଓ ପାକିସ୍ତାନର Heavy Industries Taxila ବା HITମଧ୍ୟରେ ଏହି ବିବାଦ ଆରମ୍ଭ ହୋଇଛି । ପାକିସ୍ତାନୀ କମ୍ପାନୀ ହିଟ୍’ ଟ୍ୟାଙ୍କର ଅପଗ୍ରେଡେସନ୍ ପାଇଁ ୨ଶହ ରେଡିଏଟର ଆବଶ୍ୟକ କରୁଥିଲା । ଚୀନ କମ୍ପାନୀ ହିଟକୁ କିନ୍ତୁ ଦେଇଥିଲା ୭୩ ରେଡିଏଟର । ଏକ ତ’ କମ ସଂଖ୍ୟକ ରେଡିଏଟର ଚୀନ୍ ଦେଇଥିଲା । ତା’ଉପରେ ଚୀନ କମ୍ପାନୀର ଆଭିମୁଖ୍ୟ ହିଟ୍ କୁ ଅସନ୍ତୁଷ୍ଟ କରିଛି । ହିଟ୍ ର କହିବା ହେଉଛି ଟ୍ୟାଙ୍କ ଅପଗ୍ରେଡେସନ୍ ପାଇଁ ରେଡିଏଟର ଜରୁରୀ । ଅନ୍ୟପକ୍ଷରେ ଚୀନା କମ୍ପାନୀର ଯୁକ୍ତି ହେଉଛି ରେଡିଏଟର ବଦଳିଲେ ଇଂଜିନର ହିଟ୍ ଓ ପାୱାର ସିଷ୍ଟମ ପ୍ରଭାବିତ ହେବ । ତେଣୁ ଚୀନା କମ୍ପାନୀ ଅଧିକ ରେଡିଏଟର ଦେବାକୁ ପ୍ରସ୍ତୁତ ନାହିଁ । କାରଣ ଚୀନ ଭାବୁଛି ଯଦି ଠିକ୍ ସମୟରେ ଟ୍ୟାଙ୍କ କାମ କରିବା ବନ୍ଦ କରିଦେବେ ତେବେ ସେମାନଙ୍କ ନାମ ବଦନାମ ହେବ । ଭବିଷ୍ୟତରେ କେହି ଏହି ଟ୍ୟାଙ୍କକୁ କିଣିବାକୁ ଚାହିଁବେ ନାହିଁ । ଏମିତିରେ ଚୀନା ମାଲର ବିଶ୍ୱସନୀୟତକୁ ବିଶ୍ୱରେ ଖୁବ କମ ଦେଶ ବିଶ୍ୱାସ କରନ୍ତି । ତେବେ ପାକିସ୍ତାନୀ ଏହାକୁ ମାନିବାକୁ ପ୍ରସ୍ତୁତ ନାହାନ୍ତି । ଫଳରେ ଦୁଇ ଦେଶ ମଧ୍ୟରେ ପ୍ରଥମ ଥର ପାଇଁ ଝଗଡା ଆରମ୍ଭ ହୋଇଛି । ତେବେ ଝଗଡାର ଏହା ଗୋଟିଏ କାରଣ ନୁହେଁ । ଆଉ ଗୋଟିଏ କାରଣ ମଧ୍ୟ ରହିଛି ।

ପାକିସ୍ତାନ ପୁରୁଣା ଚୁକ୍ତିରୁ ଓହରିବାକୁ ଚାହୁଁଛି

୨୦୧୨ରେ ପାକିସ୍ତାନ ଓ ଚୀନ ମଧ୍ୟରେ ଗୋଟିଏ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଏହି ଚୁକ୍ତି ଅନୁସାରେ ଚୀନ୍ ଦୁଇଟି ବ୍ୟାଚରେ ୨୨୦ ଟ୍ୟାଙ୍କ ପାକିସ୍ତାନକୁ ଦେଇଥାନ୍ତା । ତେବେ ପ୍ରଥମ ବ୍ୟାଚରେ ୧୧୦ ଅଲ ଖଲିଦ୍ ଟ୍ୟାଙ୍କ ପାଇବା ପରେ ପାକିସ୍ତାନର ମନ ପରିବର୍ତ୍ତନ ହୋଇଛି । ଏବେ ପାକିସ୍ତାନ ଆଉ ୧୧୦ ଟ୍ୟାଙ୍କ ଚାହୁଁନି । ପାକିସ୍ତାନ ଚାହୁଁଛି ଏହି ୧୧୦ ଟ୍ୟାଙ୍କ ବଦଳରେ ଚୀନ୍ ତାକୁ ଆତ୍ୟାଧୁନିକ ବିଟି-୪ ଟ୍ୟାଙ୍କ ଦେଉ । କିନ୍ତୁ ଚୀନ୍ ଏଥିପାଇଁ ପ୍ରସ୍ତୁତ ନାହିଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami