୧୦୧ କେଜି ସୁନା ଦାନ କରିଛନ୍ତି ହୀରା ବ୍ୟବସାୟୀ

Above Post Content

ଅଯୋଧ୍ୟା: ଆଜି ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ନିର୍ମିତ ଭବ୍ୟ ରାମନ୍ଦିରର ପ୍ରାଣପ୍ରତିଷ୍ଠା ଉତ୍ସବ ଧୂମ୍‌ଧାମ୍‌ରେ ଆୟୋଜିତ ହେଉଛି । ଏହି ମନ୍ଦିରକୁ ଦେଶବିଦେଶରୁ ଶ୍ରଦ୍ଧାଳୁମାନେ ବିଶେଷ ଉପହାରମାନ ପ୍ରଦାନ କରିଛନ୍ତି । ସେଗୁଡ଼ିକ ମଧ୍ୟରେ ରହିଛି ୧୦୮ ଫୁଟ ଲମ୍ବର ଧୂପକାଠି, ୨୪ କ୍ୱିଣ୍ଟାଲ ଓଜନର ଘଣ୍ଟି, ୧୧ କ୍ୱିଣ୍ଟାଲ୍ ଓଜନର ବିଶାଳ ଦୀପ, ସୁନାର ଅଳଙ୍କାର, ସୁନାର କଠଉ, ୧୦ ଫୁଟ୍ ଉଚ୍ଚର ତାଲା, ଏକକାଳୀନ ୮ଟି ଦେଶର ସମୟ ସୂଚାଉଥିବା ଘଣ୍ଟା । ସେହିପରି ନେପାଳର ଜନକପୁରରେ ଥିବା ମାତା ଜାନକୀଙ୍କ ଜନ୍ମସ୍ଥାନରୁ ମଧ୍ୟ ୩୦ଟି ଗାଡ଼ିରେ ରୁପାର କଠଉ ସମେତ ବିଭିନ୍ନ ପୋଷାକପତ୍ର ଓ ଅଳଙ୍କାର ଆଦି ୩,୦୦୦ ଉପହାର ପ୍ରଦାନ କରାଯାଇଛି । ଶ୍ରୀଲଙ୍କାର ଅଶୋକ ବାଟିକାରୁ ଏକ ଶିଳାଖଣ୍ଡ ଆସିଛି ।

Middle post content

ମନ୍ଦିର ଟ୍ରଷ୍ଟକୁ ମିଳିଥିବା ସବୁଠାରୁ ବଡ଼ ଦାନ

After 2nd paragraph post ads

ଏସବୁ ଭିତରେ ଅଯୋଧ୍ୟାର ଶ୍ରୀରାମ ମନ୍ଦିରକୁ ସୁରଟର ଜଣେ ହୀରା ବ୍ୟବସାୟୀ ୧୦୧ କେଜି ସୁନା ଦାନ କରି ଚର୍ଚ୍ଚାକୁ ଆସିଛନ୍ତି । ସୁରଟର ପ୍ରସିଦ୍ଧ ହୀରା କାରଖାନା ଚଳାଉଥିବା ଦିଲ୍ଲୀପ କୁମାର ଭି ଲକ୍ଷିଙ୍କ ପରିବାର ଅଯୋଧ୍ୟା ରାମ ମନ୍ଦିର ଦ୍ୱାରରେ ସୁନା ପାଇଁ ବ୍ୟବହୃତ ହେବାକୁ ଥିବା ୧୦୧ କେଜି ସୁନା ଦାନ କରିଛନ୍ତି । ଏହି ଦାନ ଆଜି ପର୍ଯ୍ୟନ୍ତ ମନ୍ଦିର ଟ୍ରଷ୍ଟକୁ ମିଳିଥିବା ସବୁଠାରୁ ବଡ଼ ଦାନ । ରାମ ଜନ୍ମଭୂମି ମନ୍ଦିରର କବାଟ, ଗର୍ଭଗୃହ, ତ୍ରିଶୂଳ, ଡମରୁ ଓ ସ୍ତମ୍ଭଗୁଡ଼ିକରେ ଛାଉଣି ପାଇଁ ଏହି ସୁନା ବ୍ୟବହାର କରାଯାଇଛି । ଗର୍ଭଗୃହର ଦ୍ୱାର ସହିତ ମନ୍ଦିରର ତଳ ମହଲାରେ ୧୪ଟି ସୁବର୍ଣ୍ଣ ଦ୍ୱାର ସ୍ଥାପନ କରାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami