ଆଶ୍ଚର୍ଯ୍ୟଜନକ ବୃକ୍ଷ ‘ଟେରୋକାର୍ପସ ଆଙ୍ଗୋଲେନ୍‌ସିସ୍‌’

Above Post Content

ଦକ୍ଷିଣ ଆଫ୍ରିକାରେ ବଣୁଆ ଶାଗୁଆନ ବା ରକ୍ତକାଠ ନାମକ ଏକ ପ୍ରଜାତିର ଗଛ ରହିଛି, ଯାହାକୁ କାଟିଲେ ସେଥିରୁ ରକ୍ତ ପରି ନାଲି ରଙ୍ଗର ରସ ଝରିଥାଏ । ଦକ୍ଷିଣ ଆଫ୍ରିକା ବ୍ୟତୀତ ଆଙ୍ଗୋଲା, ମୋଜାମ୍ବିକ୍‌, ନାମ୍ବିଆ ଓ ତାଞ୍ଜାନିଆ ଆଦି ରାଷ୍ଟ୍ରରେ ଦେଖାଯାଉଥିବା ଏହି ବୃକ୍ଷର ବୈଜ୍ଞାନିକ ନାମ ହେଉଛି ଟେରୋକାର୍ପସ ଆଙ୍ଗୋଲେନ୍‌ସିସ୍ ।

ରଙ୍ଗ ଭାବେ କରନ୍ତି ବ୍ୟବହାର

After 2nd paragraph post ads
Middle post content

ଆଫ୍ରିକାର କ୍ରାନ୍ତୀୟ ଅଞ୍ଚଳରେ ଖୁବ୍ ଲୋକପ୍ରିୟ ଥିବା ଏହି ଗଛକୁ ଲୋକେ ଉଚ୍ଚମାନର କାଷ୍ଠ ଉପକରଣ ଓ ସଂଗୀତ ଯନ୍ତ୍ର ନିର୍ମାଣରେ ବ୍ୟବହାର କରିଥା’ନ୍ତିଏହାର ଗଣ୍ଡିରୁ ଝରୁଥିବା ରକ୍ତିମ ରସ ପାଇଁ ଯଦିଓ କେହି କେହି ଏହାକୁ ରକ୍ତ ସହ ଜଡ଼ିତ କିଛି ରୋଗର ଉପଶମ ପାଇଁ ବ୍ୟବହାର କରିଥା’ନ୍ତି, ତେବେ ତାହାର କୌଣସି ବିଜ୍ଞାନସମ୍ମତ କାରଣ ନାହିଁ । ଏହାକୁ ଏକ ସୁନ୍ଦର ରଙ୍ଗ ଭାବେ ମଧ୍ୟ ବ୍ୟବହାର କରାଯାଉଛି । କେହି କେହି ଏହାକୁ ଜୀବଜନ୍ତୁଙ୍କ ଚର୍ବି ସହ ମିଶାଇ ଏକ ପ୍ରକାର ପ୍ରସାଧନ ସାମଗ୍ରୀ ଭାବେ ବ୍ୟବହାର କରିଥା’ନ୍ତି ।

କାଠରେ ନିଆଁ ଧରେ ନାହିଁ

ଏହାର ଏକ ବିଶେଷତ୍ୱ ହେଉଛି ଏଥିରେ ଜମା ପୋକ ଲାଗନ୍ତି ନାହିଁ । ତେଣୁ ବିଭିନ୍ନ ପ୍ରକାର ଆସବାବପତ୍ର ତିଆରି ପାଇଁ ଏହା ଅତ୍ୟନ୍ତ ଉପାଦେୟ । ଏଥି ସହିତ ଏହି କାଠରୁ ଏକପ୍ରକାର ସୁବାସିତ ଗନ୍ଧ ବାହାରିଥାଏ । ଏହି ଗଛର ସବୁଠୁ ବଡ଼ ଗୁଣ ହେଲା ଏଥିରେ ଆଦୌ ନିଆଁ ଧରେ ନାହିଁ । ତେଣୁ ଲୋକେ ନିଜ ବାସଭବନ ବା କାର୍ଯ୍ୟସ୍ଥଳୀକୁ ବାହ୍ୟ ନିଆଁଦାଉରୁ ରକ୍ଷା କରିବା ପାଇଁ ନିଜ ଚାରିକଡ଼େ ଏହି ଗଛ ଲଗାଇଥା’ନ୍ତି । ଅନ୍ୟ ଗଛମାନଙ୍କର ପତ୍ରରେ ୧୨ରୁ ୨୦ ପ୍ରତିଶତ ଟାନ୍ନିନ୍ ନାମକ ରାସାୟନିକ ରହିଥିବା ବେଳେ ଏହି ଟେରୋକାର୍ପସ ଆଙ୍ଗୋଲେନ୍‌ସିସ୍‌ରେ ୭୭ ପ୍ରତିଶତ ଟାନ୍ନିନ୍ ରହିଥାଏ । ଫଳସ୍ୱରୂପ, ଏହାର ସ୍ୱାଦ ଭାରି କଡ଼ା ହୋଇଥିବାରୁ ଜୀବଜନ୍ତୁମାନେ ଏହାକୁ ଜମା ଖାଇନଥା’ନ୍ତି । ଅର୍ଥାତ୍ ଚାରା ବେଳୁ ଏହା ବଢ଼ିବା ଲାଗି ଜନ୍ତୁଙ୍କ ବିରୋଧରେ ଆତ୍ମରକ୍ଷା ବ୍ୟବସ୍ଥା ରଖିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami