ଓଶୋ ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ୍ ବିବାଦ : କେତେ ସମ୍ପତି, କାହା ନିୟନ୍ତ୍ରଣରେ ଅଛି ଫାଉଣ୍ଡେସନ ?

Above Post Content

ଗତ କିଛିଦିନ ଧରି ପୁଣେର ଓଶୋ ଇଣ୍ଟରନ୍ୟାସନାଲ ମେଡିଟେଶନ ରିଜୋର୍ଟ୍ ଖବରରେ ରହିଛି । କାରଣ ହେଉଛି ଗୋଟିଏ ଜମି । ପୁଣେର ସବୁଠାରୁ ଦାମୀ ଅଂଚଳରେ ଥିବା ୩ ଏକର ଜମି ବିକ୍ରିକୁ ନେଇ ଆରମ୍ଭ ହୋଇଛି ବିବାଦ । ପୁଣେର କୋରେଗାଓଁ ପାର୍କରେ ଏହି ତିନି ଏକର ଜମି ଉପରେ ରହିଛି ଗୋଟିଏ ରିଜୋର୍ଟ । ଏହି ରିଜୋର୍ଟକୁ ଯେଉଁଭଳି ଭାବେ ବିକ୍ରି କରାଯାଇଛି ତାହା ପଛରେ ଷଡ଼ଯନ୍ତ୍ର ରହିଛି ବୋଲି ଓଶୋଙ୍କ କିଛି ଭକ୍ତ ଅଭିଯୋଗ କରୁଛନ୍ତି । ସେମାନଙ୍କ ଅଭିଯୋଗ ଯେ, ଓଶୋ ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ୍ ବିଦେଶୀଙ୍କ ହାତର ଖେଳଣା ପାଲଟିଛି । ସ୍ୱିଜରଲାଣ୍ଡରୁ ଓଶୋ ଫାଉଣ୍ଡେସନକୁ କିଛି ବ୍ୟକ୍ତି କଣ୍ଟ୍ରୋଲ କରୁଛନ୍ତି ବୋଲି ସେମାନଙ୍କ ଅଭିଯୋଗ ।

ଟ୍ରଷ୍ଟ୍ କ’ଣ କହୁଛି ?

After 2nd paragraph post ads

ଓଶୋଙ୍କ ପ୍ରେମ ମନ୍ଦିରକୁ ବିକ୍ରି କରିବାକୁ ପ୍ରସ୍ତୁତ ବୋଲି ମାର୍ଚ୍ଚ ମାସରେ ହିଁ ଫାଉଣ୍ଡେସନ୍ ଘୋଷଣା କରିଥିଲା । କରୋନା କାରଣରୁ ହୋଇଥିବା ଆର୍ଥିକ କ୍ଷତିର ଭରଣ ପାଇଁ ରିଜୋର୍ଟ ବିକ୍ରି ହେଉଛି ବୋଲି କୁହାଯାଇଥିଲା । ଏହା ସହିତ ଫାଉଣ୍ଡେସନ୍ କହିଥିଲା ଯେ, କରୋନା କାରଣରୁ ବିଦେଶୀ ଉଡାଣ ବନ୍ଦ ଥିବାରୁ ବିଦେଶୀ ଭକ୍ତ ଆସି ପାରୁନାହାନ୍ତି । ତେଣୁ ଆର୍ଥିକ କ୍ଷତି ହେଉଛି । ଏମିତିରେ ରିଜୋର୍ଟ ବିକ୍ରି କରିବା ଛଡା ଅନ୍ୟ ରାସ୍ତା ନାହିଁ । ତେବେ ଫାଉଣ୍ଡେସନର ଏହି କୈଫତକୁ ବିରୋଧୀ ସହଜରେ ଗ୍ରହଣ କରି ପାରୁନାହାନ୍ତି

Middle post content

୧୫ ଲୋକଙ୍କ ପାଇଁ ଖର୍ଚ୍ଚ କେତେ ?

ଆଶ୍ରମର ରକ୍ଷଣାବେକ୍ଷଣ ପାଇଁ ହୋଇଥିବା ଖର୍ଚ୍ଚ ତୁଳନାରେ ଆୟ କମ ବୋଲି ଯୁକ୍ତି କରି ମୁଲ୍ୟବାନତ ୩ ଏକର ଜମି ବିକ୍ରି କରାଯାଇଛି ବୋଲି ଫାଉଣ୍ଡେସନ୍ ଯେଉଁ କଥା କହୁଛି ତା ବିରୋଧରେ ଯୁକ୍ତି ବାଢୁଛନ୍ତି ବିରୋଧୀ । ସେମାନଙ୍କ କହିବା ହେଉଛି କରୋନା ଲକଡାଉନ୍ କାଳରେ ରିଜୋର୍ଟରେ ୧୫ ଜଣ ରହୁଥିଲେ । ଏହି ୧୫ ଜଣଙ୍କ ପାଇଁ ଏମିତି କେତେ ଖର୍ଚ୍ଚ ହେଲା ଯେ, ସମ୍ପତ୍ତି ବିକ୍ରି କରି କ୍ଷତି ଭରଣ କରାଯାଉଛି । ସୂଚନାଯୋଗ୍ୟ ଯେ, ଏହି ପ୍ରପର୍ଟି ବିକ୍ରିରୁ ଫାଉଣ୍ଡେସନ୍ ୧୦୦ କୋଟିରୁ ଅଧିକ ଟଙ୍କା ପାଇଛି

ଫାଉଣ୍ଡେସନର ରିଜୋର୍ଟ ସହିତ ସମ୍ପର୍କ କ’ଣ ?

ପୁଣେ ସ୍ଥିତ ରିଜୋର୍ଟକୁ ଓଶୋ ଫାଉଣ୍ଡେସନ ଚଳାଇଥାଏ । ଯାହାର ମୁଖ୍ୟାଳୟ ସ୍ୱିଜରଲାଣ୍ଡରେ ଅଛି । ଏହି ଫାଉଣ୍ଡେସନ୍ ଉପରେ ବିଦେଶୀ ଭକ୍ତଙ୍କ କବଜା ରହିଛି ବୋଲି ଭାରତୀୟ ଭକ୍ତଙ୍କ ଅଭିଯୋଗ । ଓଶୋଙ୍କ ମୃତ୍ୟୁ ପରେ ରହସ୍ୟଜନକ ଭାବେ ଯେଉଁ ବିବାଦୀୟ ୱିଲ୍ ବା ଇଛାପତ୍ର ବାହାରିଥିଲା ସେହି ଇଛାପତ୍ର ଅନୁସାରେ ରିଜୋର୍ଟ ସହିତ ଓଶୋଙ୍କ ସମସ୍ତ ବହି ଓ ଅଡିଓ-ଭିଡିଓ କଣ୍ଟେଣ୍ଟ୍ ଉପରେ ଫାଉଣ୍ଡେସନର ଅଧିକାର ରହିଛି । ଓଶୋଙ୍କ ବହି ଓ ଭିଡିଓ କଣ୍ଟେଣ୍ଟରୁ ଫାଉଣ୍ଡେସନ୍ ଶହ ଶହ କୋଟି ଟଙ୍କା ଆୟ କରୁଥିବା କୁହାଯାଏ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami