ସେହି ପ୍ରତିବନ୍ଧିତ ଦ୍ୱିପ ଯେଉଁଠାରୁ ଉଡନ୍ତି ‘ଅଗ୍ନି’ ଓ ‘ଆକାଶ’

Above Post Content

ଏହା ଏମିତି ଗୋଟିଏ ଦ୍ୱିପ ଯାହା ଉପରେ ସମସ୍ତେ ପାଦ ଦେଇ ପାରିବେ ନାହିଁ । ଏହି ବର୍ଜିତ ଦ୍ୱିପରେ ପହଂଚିବାକୁ ହେଲେ ଆପଣଙ୍କର ଆବଶ୍ୟକ ହୋଇଥାଏ ହାଇ ସିକ୍ୱୁରିଟି କ୍ଲିୟରାନ୍ସ । ଯାହାର ସୁରକ୍ଷାରେ ଥାଏ କୋଷ୍ଟ ଗାର୍ଡ୍ । କଡା ସୁରକ୍ଷା ଘେରରେ ଥିବା ଏହି ଦ୍ୱିପରୁ ଭାରତ କରିଥାଏ ‘ଅଗ୍ନି’ ବର୍ଷା । ସିଧା କହିଲେ ଆପଣ ଯେଉଁ ଅଗ୍ନି ସିରିଜର କ୍ଷେପଣାସ୍ତ୍ର ପରିକ୍ଷଣ କଥା ଶୁଣନ୍ତି ସେହି ସବୁ ଏହି ଦ୍ୱିପରୁ ହିଁ ଚୀନ୍ ଓ ପାକିସ୍ତାନକୁ ଚ୍ୟାଲେଂଜ୍ କରିଥାନ୍ତି । ସେହି ଦ୍ୱିପର ନାମ ହେଉଛି ହ୍ୱିଲର ବା ଅବଦୁଲ କଲାମ ଦ୍ୱିପ । ଆସନ୍ତୁ ଜାଣିବା ସେହି ଦ୍ୱିପ ବାବଦରେ କିଛି ତଥ୍ୟ ।

ରାଜଧାନୀ ଭୁବନେଶ୍ୱରଠାରୁ ୧୫୦ କିଲୋମିଟର ଦୂରରେ ଥିବା ଏହି ଦ୍ୱିପର ପୁରୁଣା ନାମ ହେଉଛି ହ୍ୱିଲର ଦ୍ୱିପବ୍ରିଟିଶ ଶାସନ କାଳର ଜଣେ ଅଧିକାରୀ ହଗ୍ ହ୍ୱିଲରଙ୍କ ନାମରେ ଏହି ଦ୍ୱିପର ନାମକରଣ ହୋଇଥିଲା । ତେବେ ୨୦୧୫ରେ ଏହାକୁ ପୂର୍ବତନ ରାଷ୍ଟ୍ରପତି ତଥା ଅଗ୍ନୀ କ୍ଷପଣାସ୍ତ୍ରର ବିନ୍ଧାଣୀ ପୂର୍ବତନ ରାଷ୍ଟ୍ରପତି ଡ.ଅବଦୁଲ କଲାମଙ୍କ ନାମରେ ନାମିତ କରାଯାଇଥିଲା ।

After 2nd paragraph post ads

ବଙ୍ଗୋପ ସାଗରରେ ଅବସ୍ଥିତ ଏହି ଦ୍ୱିପର ଦୈର୍ଘ୍ୟ ୨ କିଲୋମିଟର । ଏହା ୩୯୦ ଏକରର ବ୍ୟପ୍ତ । ଭଦ୍ରକ ଜିଲ୍ଲାର ଧାମରା ବନ୍ଦର ହେଉଛି ଏହାର ସବୁଠାରୁ ନିକଟତମ ବନ୍ଦର । ୧୯୯୩ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ, କାଲାମଙ୍କ ଅନୁରୋଧରେ ଏହି ଦ୍ୱିପକୁ କ୍ଷପଣାସ୍ତ୍ର ପରିକ୍ଷଣ ପାଇଁ ଡିଆରଡିଓକୁ ଦେଇଥିଲେ । ଏହା ପରଠାରୁ ଏହି ଦ୍ୱିପରୁ ଆକାଶ, ଅଗ୍ନୀ, ନାଗ, ତ୍ରିଶୂଳ ଭଳି ଅନେକ କ୍ଷପଣାସ୍ତ୍ର ଉତକ୍ଷେପିତ ହୋଇଛନ୍ତି ।

୧୯୮୦ ଦଶକରେ ଭାରତ ତା’ର ମିଶାଇଲ ସିଷ୍ଟମର ବିକାଶ କରିବାକୁ ଚାହୁଁଥିଲା । ଡିଆରଡିଓ ନିଜ କ୍ଷପଣାସ୍ତ୍ରର ପରିକ୍ଷଣ ପାଇଁ ଉପଯୁକ୍ତ ସ୍ଥାନ ଖୋଜୁଥିଲା । ହ୍ୱିଲର ଦ୍ୱିପ ସବୁ ଦୃଷ୍ଟିରୁ ପରିକ୍ଷଣ ପାଇଁ ଉପଯୁକ୍ତ ଥିଲା । ଡ.କଲାମଙ୍କ ଅନୁରୋଧରେ ବିଜୁ ପଟ୍ଟନାୟକ ଏହି ଦ୍ୱିପକୁ ଦେବାକୁ ରାଜି ହୋଇଥିଲେ ।

Middle post content

କଲାମ ସେହି ସମୟରେ ଏହି ଦ୍ୱିପକୁ ଥିଏଟର ଅଫ୍ ଆକ୍ସନ ବୋଲି କହୁଥିଲେ । ଅର୍ଥାତ ସେହି ସ୍ଥାନ ଯେଉଁଠି ତାଙ୍କ କଳ୍ପନା ଜୀବନ୍ତ ରୂପ ନେଉଥିଲା । ଏହା ହେଉଛି ସେହି ଦ୍ୱିପ ଯେଉଁଠାରୁ ବ୍ରାହ୍ମୋସ, ନିର୍ଭୟ, ପୃଥ୍ୱୀ ଭଳି କ୍ଷପଣାସ୍ତ୍ର ‘ପ୍ରହାର’ କରି ଆସୁଛନ୍ତି

ଏହି ଦ୍ୱିପକୁ ମୁଖ୍ୟଭୂମି ସହ ଯୋଡିବାକୁ କୌଣସି ପୋଲ କିମ୍ବା ବିମାନ ବନ୍ଦର ନାହିଁ । ଦ୍ୱିପରେ କେବଳ ଏକ ଛୋଟ ହେଲିପ୍ୟାଡ୍ ରହିଛି । ମିଶାଇଲଠାରୁ ଅନ୍ୟ ସାମଗ୍ରୀ ଜାହଜ ଦ୍ୱାରା ପହଂଚିଥାଏ । ଏହା ସହିତ ସାଧାରଣ ଲୋକଙ୍କ ପାଇଁ ଏହି ଦ୍ୱିପ ପ୍ରତିବନ୍ଧିତ । କେବଳ ଡିଆରଡିଓ ଓ ପ୍ରତିରକ୍ଷା ବିଭାଗର କର୍ମଚାରୀ ହିଁ ଏହି ଦ୍ୱିପକୁ ପ୍ରେବଶ କରି ପାରନ୍ତି ।

ଏହି ଦ୍ୱିପ ନିକଟରେ ରହିଛି ଗହିରମଥା ସାମୁଦ୍ରିକ ଅଭୟାରଣ୍ୟ । ଏହି ଅଭୟାରଣ୍ୟରେ ବିରଳ ଅଲିଭ ରିଡଲେ କଇଁଛ ମିଳିଥାନ୍ତି । କାଲାମ ଦ୍ୱିପକୁ ମଧ୍ୟ ଅଲିଭ ରିଡଲେ ଆସିଥାନ୍ତି । ତେବେ ମିଶାଇଲ ପରିକ୍ଷଣ କାରଣରୁ କଇଁଛଙ୍କ ସୁରକ୍ଷା ପାଇଁ ବିପଦ ସୃଷ୍ଟି ହୋଇଛି । କ୍ଷପଣାସ୍ତ୍ର ପରିକ୍ଷଣ କାଳରେ ସୃଷ୍ଟି ହେଉଥିବା ଉଜ୍ୱଳ ଆଲୋକ କାରଣରୁ ଅଲିଭ ରିଡଲେ ରାସ୍ତା ଭୁଲି ଯାନ୍ତି । ଫଳରେ ଅନେକଙ୍କ ମୃତ୍ୟୁ ହୁଏ ।

ତେବେ ଏବେ ଡିଆରଡିଓ ଏଥିପାଇଁ ବିଶେଷ ଧ୍ୟାନ ଦେଉଛି । ଦ୍ୱିପର ସବୁ ଲାଇଟକୁ ଢାଙ୍କି ରଖାଯାଉଛି କିମ୍ବା ଲାଇଟ୍ ଡିମ୍ କରାଯାଉଛି । ବିଶେଷକରି କଇଁଛଙ୍କ ପ୍ରଜନନ କାଳରେ ଏହି କଥା ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami