ବଢ଼ିଲା ମିଶନଶକ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ପ୍ରୋତ୍ସାହନ ରାଶି

Above Post Content

ଭୁବନେଶ୍ୱର: ମିଶନଶକ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ପାଇଁ ଖୁସି ଖବର । ବଢିଲା ପ୍ରୋତ୍ସାହନ ରାଶି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରୋତ୍ସାହନ ରାଶି ବୃଦ୍ଧି କରିଛନ୍ତି । ୨୦୨୩ ଅକ୍ଟୋବରରୁ ପିଛିଲା ଭାବେ ଏହା ହେବ କାର୍ଯ୍ୟକାରୀ । ଏହାଦ୍ୱାରା ଉପକୃତ ହେବେ ୫୯ ହଜାର ୫୦୯ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ । ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଜିଲ୍ଲା ଗସ୍ତ କରିଥିବା ବେଳେ କମ୍ୟୁନିଟି ସପୋର୍ଟ ଷ୍ଟାଫମାନେ ପ୍ରୋତ୍ସାହନ ରାଶି ବୃଦ୍ଧି ନେଇ ଅନୁରୋଧ କରିଥିଲେ ।

Middle post content

୫୯ ହଜାର ୫୦୯ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ହେବେ ଉପକୃତ

After 2nd paragraph post ads

ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ରାଜ୍ୟରେ ମହିଳା ସଶକ୍ତିକରଣରେ ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ଅତୁଳନୀୟ ଅବଦାନକୁ ସମ୍ମାନ । ମିଶନ ଶକ୍ତି ଅଧୀନରେ ୫୯ ହଜାର ୫୦୯ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଯଥା ଏମବିକେ,ସିଆରପି-ସିଏମ, ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର, କୃଷି ମିତ୍ର ଓ ଜୀବିକା ସହାୟିକା କାର୍ଯ୍ୟରତ ଅଛନ୍ତି । ଏହି ନୂତନ ଘୋଷଣା ଅନୁଯାୟୀ ମିଶନ ଶକ୍ତି ଅଧୀନରେ ପଞ୍ଚାୟତ ସ୍ତରରେ କାର୍ଯ୍ୟରତ ସମସ୍ତ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଉପକୃତ ହେବେ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଏମବିକେ,ବ୍ୟାଙ୍କ ମିତ୍ର ଓ ଜୀବିକା ସହାୟିକାମାନେ ଏଣିକି ମାସିକ ୬ ହଜାର ୭୫୦ ଟଙ୍କା ବଦଳରେ ୧୦ ହଜାର ୭୫୦ ଟଙ୍କା ପାଇବେ । ସେହିପରି କୃଷି ମିତ୍ର ଓ ପ୍ରାଣୀ ମିତ୍ର ମାସିକ ୩ ହଜାର ୭୫୦ ଟଙ୍କା ପରିବର୍ତ୍ତେ ୬ହଜାର ୨୫୦ ଟଙ୍କା ପାଇବେ । ସିଆରପି-ସିଏମ ମାସିକ ୩୬୦୦ ଟଙ୍କା ପରିବର୍ତ୍ତେ ୬୧୦୦ ଟଙ୍କା ପାଇବେ । ଏଥିପାଇଁ ରାଜ୍ୟସରକାର ୯୬.୫୧ କୋଟି ଟଙ୍କା ଅତିରିକ୍ତ ଅର୍ଥରାଶି ବ୍ୟୟବରାଦ କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami