ନିଆଁରେ ନୁହେଁ, ରାବଣର ମୁହଁକୁ ପାଦରେ ଦଳି କରାଯାଏ ବଧ

Above Post Content

ରାଜସ୍ଥାନ: ବିଭିନ୍ନ ସ୍ଥାନରେ ବିଜୟାଦଶମୀରେ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି ରାବଣପୋଡ଼ି ଉତ୍ସବ । ଏହିଦିନ ଶ୍ରୀରାମ ରାବଣକୁ ମାରି ଦୁନିଆରେ ଶାନ୍ତି ପ୍ରତିଷ୍ଠା କରିଥିଲେ । ସେବେଠାରୁ ଆମେ ବିଜୟାଦଶମୀରେ ରାବଣପୋଡି ଉତ୍ସବ ପାଳନ କରିଥାଉ । ରାବଣର କୁଶପୁତ୍ତଳିକା ପ୍ରସ୍ତୁତ କରି ସେଥିରେ ଅଗ୍ନି ସଂଯୋଗ କରି ଆମେ ବିଜୟର ଉତ୍ସବକୁ ବହୁ ଧୁମଧାମରେ ପାଳନ କରୁ । ହେଲେ ଏମିତି ଏକ ସ୍ଥାନ ଅଛି ଯେଉଁଠି ନିଆଁରେ ନୁହେଁ, ରାବଣର ମୁହଁକୁ ପାଦରେ ଦଳି କରାଯାଇଥାଏ ବଧ । ଏପରି ନିଆରା ପରମ୍ପରା ଦେଖିବାକୁ ମିଳେ ରାଜସ୍ଥାନର କୋଟାରେ ।

ଆଖଡା ଶାଳାରୁ ମାଟି ଆଣି କରନ୍ତି ରାବଣ

After 2nd paragraph post ads
Middle post content

ଦଶହରା ଉତ୍ସବ ଉପଲକ୍ଷେ ରାଜସ୍ଥାନର କୋଟାରେ ଏକ ନିଆରା ଢଙ୍ଗରେ ରାବଣପୋଡି କରାଯାଇଥାଏ । କୋଟାର ନାନ୍ତା ଅଞ୍ଚଳରେ ଲୋକମାନେ ମାଟିରେ ଏକ ରାବଣ ତିଆରି କରନ୍ତି । ସେମାନେ ଆଖଡା ଶାଳାରୁ ମାଟି ନେଇ ରାବଣ ପ୍ରସ୍ତୁତ କରିଥା’ନ୍ତି । ସେହି ରାବଣକୁ ନିଆଁରେ ନୁହେଁ ପାଦରେ ଦଳି ଦଳି ରାବଣପୋଡିର ପରମ୍ପରା ପାଳନ କରାଯାଏ । ଏହି ପ୍ରଥା ଏଠାରେ ୧୫୦ ବର୍ଷ ଧରି ଚାଲିଆସୁଛି । ସହରର ଜେଠି ସମ୍ପ୍ରଦାୟର(ଗୁଜୁରାଟୀ) ଲୋକ ଏହି ପରମ୍ପରାକୁ ବର୍ଷ ବର୍ଷ ଧରି ପାଳନ କରି ଆସୁଛନ୍ତି । ସେହି ରାବଣକୁ ବିଜୟା ଦଶମୀ ଦିନ ପାଦରେ ଦଳି ବିଜୟର ଉତ୍ସବକୁ ପାଳନ କରିଥା’ନ୍ତି । ଏହି ପରମ୍ପରାକୁ ଦେଖିବାକୁ ଦେଶର ବିଭିନ୍ନ କୋଣରୁ ହଜାର ହଜାର ଲୋକ କୋଟାରେ ଭିଡ଼ ଜମାଇଥାନ୍ତିି ।

କୁସ୍ତି ଯୋଦ୍ଧାମାନେ ରାବଣକୁ ପାଦରେ ଦଳି କରନ୍ତି ବଧ

ନବରାତ୍ରୀ ସମୟରେ ହିଁ ମାଟିରେ ରାବଣ ନିର୍ମାଣ କରାଯାଏ । ମାଟିର ଏକ ବଡ ଚଟାଣରେ ରାବଣର ମୁହଁ ତିଆରି କରାଯାଏ । ନିର୍ମାଣ ସମୟରେ ଏଥିରେ ୯ଦିନ ଯାଏଁ ବିହନ ବୁଣାଯାଏ । ଦଶହରା ଦିନ ସେହି ମାଟିରେ ଗଛ ଉଠିଯାଇଥାଏ । ସେହି ଛୋଟ ଛୋଟ ଗଛକୁ ମାଆ ଦୁର୍ଗାଙ୍କୁ ଅର୍ପଣ କରାଯାଏ । ଏହାପରେ ଜେଠି ସମ୍ପ୍ରଦାୟର କୁସ୍ତି ଯୋଦ୍ଧାମାନେ ରାବଣ ଉପରେ କୁସ୍ତି ଖେଳିଥା’ନ୍ତି । କୁସ୍ତି ଖେଳିବା ସମୟରେ ରାବଣକୁ ପାଦରେ ଦଳି ନଷ୍ଟ କରିଥାନ୍ତି । ଏହି ପରମ୍ପରାରେ ରାବଣ ମୂର୍ତ୍ତିକୁ ପାଦରେ ଦଳିବା ଦ୍ୱାରା ଅସତ୍ୟ ଉପରେ ସତ୍ୟର ବିଜୟ ହୋଇଥାଏ ବୋଲି ବିବେଚନା କରାଯାଏ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami