ବିହାରରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା; ୪ ମୃତ, ୧୦୦ରୁ ଊର୍ଦ୍ଧ୍ୱ ଆହତ

Above Post Content

ବାଲେଶ୍ୱର ଜିଲ୍ଲା ବାହାନଗାରେ ଛାତିଥରା ରେଳ ଦୁର୍ଘଟଣା ମନରୁ ଲିଭି ନ ଥିବା ବେଳେ ପୁଣି ବିହାରର ବକ୍ସର ଜିଲ୍ଲାର ରଘୁନାଥପୁର ଷ୍ଟେସନରେ ବୁଧବାର ରାତିରେ ଘଟିଛି ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା । ଟ୍ରାକରୁ ଟ୍ରେନ୍ ବାହାରିଯିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି । ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି । ଆହତମାନଙ୍କୁ ପାଟନା ଏମ୍ସକୁ ଭର୍ତ୍ତି କରାଯାଇଛି ।

୨୧ ବଗି ଲାଇନଚ୍ୟୁତ

After 2nd paragraph post ads

୨୩ ବଗି ବିଶିଷ୍ଟ ନର୍ଥ ଇଷ୍ଟ ସୁପରଫାଷ୍ଟ ଏକ୍ସପ୍ରେସ୍ ବୁଧବାର ସକାଳ ୭ଟା ୪୦ ମିନିଟ୍‌ରେ ଦିଲ୍ଲୀ ଆନନ୍ଦ ବିହାର ଟର୍ମିନାଲ ଷ୍ଟେଶନ ଛାଡ଼ିଥିଲା । ଏହାପରେ ଟ୍ରେନ୍‌ଟି ଗୁଆହାଟୀର କାମାକ୍ଷା ଷ୍ଟେସନ୍ ଯାଉଥିଲା । ବିବାହର ବକ୍ସର ଷ୍ଟେଶନ ଅତିକ୍ରମ କରିବାର ପ୍ରାୟ ଅଧ ଘଣ୍ଟା ପରେ ରଘୁନାଥପୁର ଷ୍ଟେଶନ ନିକଟରେ ରାତି ପ୍ରାୟ ୯ଟା ୫୩ ମିନିଟ୍‌ରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏକ୍ସପ୍ରେସର ୨୧ଟି ବଗି ହଠାତ୍ ଲାଇନ୍‌ଚ୍ୟୁତ ହୋଇଥିଲା । ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି ।

Middle post content

ଯୁଦ୍ଧକାଳୀନ ଭିତ୍ତିରେ ଚାଳିଛି ଉଦ୍ଧାର କାର୍ଯ୍ୟ

 

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇ କହିଛନ୍ତି, ବକ୍ସରର ଯେଉଁ ସ୍ଥାନରେ ଟ୍ରେନ୍ ଦୁର୍ଘଟଣା ହୋଇଛି ସେଠାରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି । ଆହତଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇ ସମସ୍ତ ଚିକିତ୍ସାର ବ୍ୟବସ୍ଥା କରାଯାଇଛି । ଏହି ଦୁର୍ଘଟଣା ଖବର ପ୍ରଚାରିତ ହେବ ପରେ ତୁରନ୍ତ ବହୁ ସଂଖ୍ୟାରେ ଆମ୍ବୁଲାନ୍ସ ଓ ଚିକିତ୍ସକଙ୍କୁ ଦୁର୍ଘଟଣାସ୍ଥଳ ଅଭିମୁଖେ ପଠାଯାଇଥିଲା । ସେଠାରୁ ଆହତମାନଙ୍କ ପ୍ରାଥମିକ ଚିକିତ୍ସା ପରେ ପାଟଣା ସ୍ଥାନାନ୍ତର କରାଯାଇଛି । ଏଥିସହ ରେଳବାଇ ପକ୍ଷରୁ ଯାତ୍ରୀଙ୍କ ସମ୍ପର୍କରେ ସୂଚନା ଦେବା ନିମନ୍ତେ ହେଲପଲାଇନ୍ ନମ୍ବର ଜାରି କରାଯାଇଛି । ତେବେ ଦୁର୍ଘଟଣା କାହିଁକି ଓ କିପରି ଘଟିଲା ତାହାର ତଦନ୍ତ ଚାଲିଛି ।

ଟ୍ରେନ୍ ବାତିଲ, ବଦଳିଲା ବହୁ ଟ୍ରେନ୍‌ର ଗତିପଥ

ବିହାରର ବକ୍ସରରେ ଗତ ରାତିରେ ଏକ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ ୪ ଜୀବନ ଚାଲି ଯାଇଥିବା ବେଳେ ଶହେରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି । ବକ୍ସରର ରଘୁନାଥପୁର ଷ୍ଟେଶନରେ ଏହି ଅଘଟଣ ଘଟିଛି । ଦିଲ୍ଲୀର ଆନନ୍ଦ ବିହାର ଟର୍ମିନାଲରୁ କାମାକ୍ଷା ଅଭିମୁଖେ ବାହାରିଥିବା ନର୍ଥ ଟ୍ରେନ୍ ଇଷ୍ଟ ଏକ୍ସପ୍ରେସ୍‌ର ପ୍ରାୟ ୨୧ ବଗି ଲାଇନ୍‌ଚ୍ୟୁତ୍ ହେବାରୁ ଏହି ଦୁର୍ଘଟଣା ଘଟିଛି । ପଶ୍ଚିମବଙ୍ଗ, ଆସାମରୁ ଦିଲ୍ଲୀ ଯାଉଥିବା ଟ୍ରେନ୍ ପାଇଁ ଏହା ମୁଖ୍ୟ ରାସ୍ତା ହୋଇଥିବାରୁ ଏହି ଦୁର୍ଘଟଣା ପାଇଁ ବହୁ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି । ଫଳରେ ଏବେ ବି ଉଦ୍ଧାର କାର୍ଯ୍ୟ ଚାଲୁ ରହିଥିବା ବେଳେ ଟ୍ରାକ୍ ମରାମତି କାମକୁ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି । ଏହି ଦୁର୍ଘଟଣା ପରେ ଏହି ଟ୍ରାକ୍ ଦେଇ ଯାଉଥିବା କିଛି ଟ୍ରେନ୍‌ର ଗତିପଥ ବଦଳା ଯାଇଥିବା ବେଳେ କିଛି ଟ୍ରେନ୍‌କୁ ବାତିଲ କରାଯାଇଛି । ଉତ୍ତର ପ୍ରଦେଶ ବନାରସ ଷ୍ଟେଶନରୁ ପଟଣା ଯାଉଥିବା ୧୫୧୨୫ ନଂ ବିଶିଷ୍ଟ୍ର ଟ୍ରେନ୍ ଓ ପଟଣାକୁ ବନାରସ ଯାଉଥିବା ୧୫୧୨୬ ନଂ ବିଶିଷ୍ଟ ଟ୍ରେନ୍‌କୁ ଆଜି ପାଇଁ ବାତିଲ କରି ଦିଆଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami