ଏସ୍‌ଏବିଟିକୁ ସଂଯୋଗ କରିବ ମେଟ୍ରୋ ଟ୍ରେନ୍‌

Above Post Content

ଭୁବନେଶ୍ୱର: ମେଟ୍ରୋ ରେଳ ସହ ସଂଯୋଗୀକରଣ କରାଯିବ ନବ ନିର୍ମିତ ବାବା ସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲ୍‌(ବିଏସ୍‌ଏବିଟି) । ଏହା ଯୋଗାଯୋଗ କ୍ଷେତ୍ରରେ ନୂଆ ମାଇଲ୍‌ଖୁଣ୍ଟ ସ୍ଥାପନ କରିବ ବୋଲି କହିଛନ୍ତି ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ବିଏସ୍‌ଏବିଟି ଯାତ୍ରୀମାନଙ୍କ ପାଇଁ ଅତୂଳନୀୟ ଆରାମ ପ୍ରଦାନ କରୁଛି । ଉଦ୍‌ଘାଟନର ମାସେ ମଧ୍ୟରେ ୨୦ ହଜାର ଯାତ୍ରୀ ଯାତାୟାତ କରିଛନ୍ତି । ପ୍ରତ୍ୟେକ ଦିନ ଏଠାକୁ ୧୫୦୦ ବସ୍ ମଧ୍ୟ ନିୟମିତ ଆସୁଛି । ବରମୁଣ୍ଡା ବସ୍‌ଷ୍ଟାଣ୍ଡର ଇତିହାସରେ ଏହା ପ୍ରଥମ । ଏହାର ଅନ୍ୟ ଏକ ରୂପାନ୍ତରଣ ଖୁବ୍‌ଶୀଘ୍ର ହେବାକୁ ମିଳିବ । ଏହା ମେଟ୍ରୋ ରେଳ ସହ ସଂଯୋଗୀକରଣ କରାଯିବ । ଏହା ଯୋଗାଯୋଗ କ୍ଷେତ୍ରରେ ନୂଆ ମାଇଲ୍‌ଖୁଣ୍ଟ ସ୍ଥାପନ କରିବ ବୋଲି କହିଛନ୍ତି ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ।

ମେଟ୍ରୋପଲିଟାନ୍ ସହର ଭାବରେ ପରିଣତ ହେବ ଭୁବନେଶ୍ୱର

After 2nd paragraph post ads
Middle post content

ସେ ଆହୁରି କହିଛନ୍ତି, ୫-ଟି ମନ୍ତ୍ର ଆଧାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏହା ଏକ ସ୍ୱପ୍ନର ପ୍ରକଳ୍ପ । ଭୁବନେଶ୍ୱରକୁ ଏକ ମେଟ୍ରୋପଲିଟାନ୍ ସହର ଭାବରେ ପରିଣତ କରିବାକୁ ଏହା ଆରମ୍ଭ ମାତ୍ର । ଏହା ସମସ୍ତଙ୍କର କାମରେ ଲାଗୁଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି । ଏଣୁ ଆମେ ସମସ୍ତେ ଏହି ବିଶ୍ୱସ୍ତରୀୟ ପ୍ରକଳ୍ପର ରକ୍ଷଣାବେକ୍ଷଣରେ ସହଯୋଗ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ସୂଚନାଯୋଗ୍ୟ, ଏହି ଟର୍ମିନାଲ୍ ଭିତରକୁ ପଶୁ ପଶୁ ଐତିହ୍ୟ ସ୍ୱାଗତ କରୁଛି । ତା’ ସହିତ ଯାବତୀୟ ସୁବିଧା ଯାତ୍ରୀଙ୍କୁ ଏକ ନିଆରା ଅନୁଭବ ଦେଉଛି । ୧୫.୫ ଏକର ପରିବ୍ୟାପ୍ତ ଏହି ପ୍ରକଳ୍ପର ଲୋକେସନ ଓ ଅତ୍ୟାଧୁନିକ ସେବା ପାଇଁ ଏହା ଜଲ୍‌ଦି ଲୋକପ୍ରିୟତା ସାଉଁଟି ପାରିଛି । ବିମାନବନ୍ଦର ତୁଲ୍ୟ ସୁବିଧା ସୁଯୋଗ ଯଥା; ଆହାର କେନ୍ଦ୍ର, ଶିଶୁ ଯତ୍ନ କେନ୍ଦ୍ର, ଆସବାବପତ୍ର ରଖିବା ସ୍ଥଳ, ଯାତ୍ରୀ ରହିବାକୁ ଡର୍ମିଟୋରି, ଫୁଡ୍ କୋର୍ଟ, ସଫାସୁତରା ପ୍ରତୀକ୍ଷାଗୃହ, ପାଇଖାନା ଓ ୱାସ୍‌ରୁମ୍‌, ପର୍ଯ୍ୟାପ୍ତ ପାର୍କିଂସ୍ଥଳ ଯାତ୍ରୀଙ୍କ ପାଇଁ ସୁଗମ ହୋଇଛି । ଭିତରର ସାଜସଜ୍ଜା ଯାତ୍ରୀଙ୍କ ଯାତ୍ରା ଆରମ୍ଭ ଓ ଶେଷକୁ ଆନନ୍ଦରେ ଭରି ଦେଉଛି ।

ବସଷ୍ଟାଣ୍ଡରେ ରହିଛି ପିଲାଙ୍କ ପାଇଁ ଖେଳିବା ସୁବିଧା

ଏହା ଭିତରେ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଜୀବନୀ ଆଧାରିତ ଏକ କୋଠରୀ ଭବିଷ୍ୟତ ପିଢ଼ିଙ୍କୁ ଉତ୍ସାହିତ କରୁଛି । ତା’ ସହିତ ଯେଉଁମାନେ ଅଧିକ ଆନନ୍ଦ ଯାତ୍ରା ଅନୁଭବ କରିବାକୁ ଚାହୁଛନ୍ତି ସେମାନଙ୍କ ପାଇଁ ସମର୍ପିତ ଲାଉଞ୍ଜ, ଟିଭି ସୁବିଧା ଓ ରିଫ୍ରେସ୍‌ମେଣ୍ଟ ବ୍ୟବସ୍ଥା ରହିଛି । ସପରିବାର ଯାତ୍ରା କରୁଥିବା ଯାତ୍ରୀଙ୍କର ପିଲାମାନଙ୍କ ପାଇଁ ଖେଳିବା ସୁବିଧା ମଧ୍ୟ ରହିଛି । ଏହି ପ୍ରକଳ୍ପକୁ ପ୍ରଶଂସା କରି ଜଣେ ଯାତ୍ରୀ କହିଛନ୍ତି, ମୁଁ ଓ ମୋ ପରିବାର ବିମାନବନ୍ଦର ତୁଲ୍ୟ ବସ୍‌ଟର୍ମିନାଲ୍ ଦେଖି ଆନନ୍ଦିତ । ଏଥିପାଇଁ ରାଜ୍ୟ ସରକାର ଓ ଅଧିକାରୀମାନଙ୍କୁ ଧନ୍ୟବାଦ ଏଭଳି ଏକ ସୁନ୍ଦର ବସ୍ ଟର୍ମିନାଲ୍ ପ୍ରସ୍ତୁତ କରିଥିବାରୁ । ବସ୍ ଧରିବା ପାଇଁ ଅପେକ୍ଷା କରିବା ବେଳେ ଆମେ ଏକ ନିଆରା ଆନନ୍ଦ ପାଇଲୁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami