ଖାରଜ ହେଲା ବିଆରଏସ୍ ନେତ୍ରୀ କେ କବିତାଙ୍କ ଜାମିନ୍ ଆବେଦନ

Above Post Content

ନୂଆଦିଲ୍ଲୀ: ଖାରଜ ହେଲା ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌) ନେତ୍ରୀ କେ କବିତାଙ୍କ ଅନ୍ତରୀଣ ଜାମିନ୍ ଆବେଦନ । ସୋମବାର ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ତାଙ୍କ ଆବେଦନ ଖାରଜ କରିଥିବା ଜଣାପଡ଼ିଛି । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ତିହାର ଜେଲରେ ବନ୍ଦୀ ଥିବା କବିତା ଅନ୍ତରୀଣ ଜାମିନ୍ ପାଇଁ ଆବେଦନ କରିଥିଲେ । ହେଲେ ତାଙ୍କ ଆବେଦନକୁ କୋର୍ଟ ଗ୍ରହଣ କରି ନ ଥିବା ସାମ୍ନାକୁ ଆସିଛି । ଗତ ମାସରେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ବିଆରଏସ ନେତ୍ରୀ କବିତାଙ୍କୁ ଗିରଫ କରାଯାଇଥିଲା । ଗତ ଏପ୍ରିଲ ୨ରେ କୋର୍ଟ ତାଙ୍କୁ ୧୪ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିଲେ । ଏବେ ସେ ଏପ୍ରିଲ ୧୫ପର୍ଯ୍ୟନ୍ତ ଜେଲରେ ରହିବେ ।

Middle post content

ପୁଅର ପରୀକ୍ଷା ପାଇଁ ଅନ୍ତରୀଣ ଜାମିନ ଆବେଦନ କରିଥିଲେ କବିତା

After 2nd paragraph post ads

ପୁଅର ପରୀକ୍ଷା ଥିବା ଦର୍ଶାଇ କବିତା ଅନ୍ତରୀଣ ଜାମିନ ପ୍ରଦାନ କରିବାକୁ କୋର୍ଟରେ ଆବେଦନ କରିଥିଲେ । ତାଙ୍କ ଆବେଦନ ଉପରେ ଶୁଣାଣି ବେଳେ ତାଙ୍କ ଓକିଲ କହିଥିଲେ ଯେ, କେ. କବିତାଙ୍କ ପୁଅଙ୍କର ପରୀକ୍ଷା ଏପ୍ରିଲ ମାସରେ ଆରମ୍ଭ ହେବାକୁ ଯାଉଛି । ତାଙ୍କର ୧୬ବର୍ଷର ପୁଅ ପରୀକ୍ଷା ସମୟରେ ମା’ର ସମର୍ଥନ ଆବଶ୍ୟକ କରେ । ଭାଇ କିମ୍ବା ବାପା, ମା’ଙ୍କ ଅନୁପସ୍ଥିତିକୁ ପୂରଣ କରିପାରିବେ ନାହିଁ । ଏପରି ପରିସ୍ଥିତିରେ ତାଙ୍କୁ ଅନ୍ତରୀଣ ଜାମିନ ଦିଆଯାଉ । ଏହା ଶୁଣି ଶୁଣାଣି ସମୟରେ ଇଡି ପକ୍ଷରୁ ହାଜର ହୋଇଥିବା ଓକିଲ ଜୋହେବ ହୁସେନ୍ କହିଥିଲେ ଯେ, ଏହି ମାମଲାରେ କବିତା ମୁଖ୍ୟ ଅଭିଯୁକ୍ତ । ସେ ତାଙ୍କ ବିରୋଧରେ ମୋବାଇଲ୍ ଫୋନରେ ଥିବା ପ୍ରମାଣକୁ ନଷ୍ଟ କରିଦେଇଛନ୍ତି । ଇଡି ଏବେ ପ୍ରମାଣ ଖୋଜିବାକୁ ଚେଷ୍ଟା କରୁଛି । ଏବେ ଜାମିନ୍ ଦେଲେ ତଦନ୍ତରେ ବାଧା ସୃଷ୍ଟି ହେବ । କବିତାଙ୍କ ପୁଅଙ୍କର ୧୨ଟି ପରୀକ୍ଷା ମଧ୍ୟରୁ ୭ଟି ଶେଷ ହୋଇଛି । ସେ ଏକୁଟିଆ ନାହାନ୍ତି । କାରଣ ତାଙ୍କ ବାପା ଏବଂ ବଡ ଭାଇ ମଧ୍ୟ ତାଙ୍କ ସହିତ ଅଛନ୍ତି । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ତାଙ୍କ ଆବେଦନ ଖାରଜ କରିଥିବା ଜଣାପଡ଼ିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami