ଆପ୍ ମନ୍ତ୍ରୀ ଅତିଶିଙ୍କୁ ମାନହାନୀ ନୋଟିସ ପଠାଇଲା ବିଜେପି

Above Post Content

ନୂଆଦିଲ୍ଲୀ: ଆପ୍ ମନ୍ତ୍ରୀ ଅତିଶି ମାର୍ଲେନାଙ୍କୁ ମାନହାନୀ ନୋଟିସ ପଠାଇଲା ବିଜେପି । କିଛି ଦିନ ତଳେ ସାମ୍ବାଦିକ ସମ୍ମିଳନୀ କରି ଅତିଶି ଦାବି କରିଥିଲେ ଯେ, ବିଜେପି ତାଙ୍କୁ ଦଳରେ ଯୋଗ ଦେବାକୁ ଅଫର ଦେଇଛି । ଏଭଳି ମିଥ୍ୟା ଦାବିକୁ ନେଇ ବିଜେପି ନୋଟିସ ପଠାଇଥିବା ଜଣାପଡ଼ିଛି । ଦିଲ୍ଲୀ ବିଜେପି ସଭାପତି ବିରେନ୍ଦ୍ର ସଚଦେବା ଗଣମାଧ୍ୟମକୁ କହିଛନ୍ତି ଯେ ସେ ଅତିଶିଙ୍କୁ ନୋଟିସ ପଠାଇଛନ୍ତି ଏବଂ ତାଙ୍କୁ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିବାକୁ କହିଛନ୍ତି ।

Middle post content

ଆଉ ୪ ନେତା ହେବେ ଗିରଫ

After 2nd paragraph post ads

ବିରେନ୍ଦ୍ରଙ୍କ କହିବା ମୁତାବକ, “ଅତିଶି ଏହାର ପ୍ରମାଣ ଦେଲେ ନାହିଁ ଯେ, ତାଙ୍କ ସହ କିଏ କେବେ ଓ କେଉଁଠି ଯୋଗାଯୋଗ କରିଥିଲେ । ଦିଲ୍ଲୀର ଆମ୍ ଆଦମୀ ପାର୍ଟି ଏବେ ଯେଉଁ ସ୍ଥିତି ଦେଇ ଗତି କରୁଛି, ସେଥିପାଇଁ ସେମାନେ ଏପରି ଭିତ୍ତିହୀନ ଦାବି କରୁଛନ୍ତି । କିନ୍ତୁ ଆମେ ତାଙ୍କୁ ଏଭଳି କରିବାକୁ ଦେବୁ ନାହିଁ । ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ କରି ଅତିଶି କହିଥିଲେ, “କେଜ୍ରିୱାଲ ଜେଲ୍ ଯିବା ପରେ ବିଜେପି ତାଙ୍କୁ ଧମକ ଦେବା ଆରମ୍ଭ କରିଛି । ଆମ ଦଳରେ ଯୋଗ ଦିଅ, ନହେଲେ ମାସେ ଭିତରେ ଗିରଫ ହେବ ବୋଲି ବିଜେପି ଧମକ ଦେଉଛି । ପ୍ରଧାନମନ୍ତ୍ରୀ ଏବଂ ବିଜେପି ନିଷ୍ପତ୍ତି ନେଇସାରିଛନ୍ତି ଯେ ସେମାନେ ଆମ୍ ଆଦମୀ ପାର୍ଟି ଏବଂ ଏହାର ସମସ୍ତ ନେତାଙ୍କୁ ତଳିତଳାନ୍ତ କରିବେ ଓ ଜେଲ୍ ପଠାଇବେ । ମୋର ଅତି ଘନିଷ୍ଠ ବ୍ୟକ୍ତି ମୋତେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତ୍ୟେକ ଆପ୍ ନେତାଙ୍କୁ ଜେଲ ପଠାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସତ୍ୟେନ୍ଦ୍ର ଜୈନ, ମନୀଷ ସିସୋଦିଆ, ସଞ୍ଜୟ ସିଂଙ୍କଠାରୁ ଆରମ୍ଭ କରି ଏବେ ସେମାନେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛନ୍ତି । କିନ୍ତୁ ବର୍ତ୍ତମାନ ସେମାନେ ଅନ୍ୟ ଚାରିଜଣ ବରିଷ୍ଠ ନେତାଙ୍କୁ ଗିରଫ କରିବାକୁ ଚାହୁଁଛନ୍ତି । ସେମାନେ ହେଲେ ରାଘବ ଚଢ଼ା, ଦୁର୍ଗେଶ ପାଠକ, ସୌରଭ ଭରଦ୍ୱାଜ ଏବଂ ମୁଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami