୬୦ ହଜାରକୁ ବଢିବ ସିଟ୍ ସଂଖ୍ୟା

Above Post Content

ଭୁବନେଶ୍ୱର: ଐତିହାସିକ ବାରବାଟୀ ଷ୍ଟାଡିୟମର ହେବ ନବକଳେବର । ବଦଳିଯିବ ଷ୍ଟାଡିୟମର ରୂପରେଖ । ଏନେଇ ଆଜି ସକାଳୁ ୫-ଟି ଅଧକ୍ଷ ଭି କାର୍ତ୍ତିକ ପାଣ୍ଡିଆନ ଷ୍ଟାଡିୟମ ବୁଲି ଦେଖିଥିଲେ । ପରେ ରାଜ୍ୟରେ କ୍ରିକେଟ ବିକାଶ ସମ୍ପର୍କରେ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ସଭାପତି ପ୍ରଣବ ପ୍ରକାଶ ଦାସ ଏବଂ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରଥିଲେ । ଏଥିସହ ଷ୍ଟାଡିୟମର ସମସ୍ତ ଗ୍ୟାଲେରୀର ବ୍ଲୁ ପ୍ରିଣ୍ଟକୁ ତର୍ଜମା କରିଛନ୍ତି । ଆସନ୍ତା ୨୭ ତାରିଖରେ ବାରବାଟୀ ଷ୍ଟାଡିୟମର ନବକଳେବର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରବାଟୀ ଷ୍ଟାଡିୟମର ନବକଳେବର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

Middle post content

୩ ବର୍ଷରେ ସରିବ ନିର୍ମାଣ କାର୍ଯ୍ୟ

After 2nd paragraph post ads

ବାରବାଟୀ ଷ୍ଟାଡିୟମର ଦର୍ଶକ କ୍ଷମତା ୪୪ ହଜାରରୁ ୬୦ ହଜାରକୁ ବୃଦ୍ଧି କରାଯିବ । ଏଥିରେ ବକେଟ ସିଟ୍ ରହିବ । ୩ ବର୍ଷ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରାଯିବ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବିସିସିଆଇ, ଓସିଏ ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏହାର ନିର୍ମାଣ କରାଯିବ । ପୁନଃ ନିର୍ମାଣ ପାଇଁ ମୋଟ ୬୦୦ କୋଟି ଟଙ୍କାର ଅଟକଳ ରଖାଯାଇଛି । ଏହି ପ୍ରୋଜେକ୍ଟ ରିପୋର୍ଟ ମଧ୍ୟ ଏକ ପ୍ରକାର ଚୂଡାନ୍ତ ପର୍ଯ୍ୟାୟରେ ରହିଛି । ବାରବାଟୀ ଷ୍ଟାଡିୟମର ନବକଳେବର ଦ୍ୱାରା କ୍ରୀଡାବିତଙ୍କୁ ନାନାଦି ସୁବିଧା ସୁଯୋଗ ମିଳିବ । ଗୋଟିଏ ସ୍ଥାନରେ କ୍ରୀଡାବିତ ରହିବା ସହ ଖେଳିପାରିବେ । ସେହିଭଳି ଷ୍ଟାଡିୟମର ନବକଳେବର ପରେ ଅଧିକରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍ ମଧ୍ୟ ବାରବାଟୀରେ ଖେଳାଯିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami