ପଟିଆଲା କୋର୍ଟ ରାୟ ବିରୋଧରେ ହାଇକୋର୍ଟ ଗଲେ ରାଘବ

Above Post Content

ନୂଆଦିଲ୍ଲୀ: ବଡ଼ ବଙ୍ଗଳାକୁ ହାତ ଛଡ଼ା କରିବାକୁ ଚାହୁଁନାହାନ୍ତି ଆପ ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଢା । ସେଥିପାଇଁ ହାଇକୋର୍ଟକୁ ଯାଇଛନ୍ତି । ନିକଟରେ ପଟିଆଲା ହାଉସ କୋର୍ଟ ତାଙ୍କୁ ଟାଇପ୍ ୭ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଉ ଏବେ ରାଜ୍ୟସଭା ସାଂସଦ ପଟିଆଲା ହାଉସ କୋର୍ଟର ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ପହଞ୍ଚିଛନ୍ତି । ନିମ୍ନ ଅଦାଲତର ଆଦେଶ ବାତିଲ କରିବାକୁ ଦିଲ୍ଲୀ ହାଇକୋର୍ଟରେ ରାଘବ ଚ୍ୟାଲେଞ୍ଜ କରିଛନ୍ତି । ରାଘବଙ୍କ ଓକିଲ କହିଛନ୍ତି ଯେ ସଂସଦ ସଦସ୍ୟଙ୍କୁ ଏକ ନୋଟିସ ଦିଆଯାଇଛି । ବଙ୍ଗଳା ଖାଲି କରିବାକୁ ପ୍ରକ୍ରିୟା ଚାଲିଛି ।

ଟାଇପ୍ ୭ ଘର ନେଇଥିଲେ ରାଘବ

After 2nd paragraph post ads
Middle post content

ସୂଚନାଯୋଗ୍ୟ, କ୍ୱାଟର୍ସ ଛାଡିବାକୁ ଆପ୍ ସାଂସଦ ରାଘବ ଚଢାଙ୍କୁ ନିର୍ଦ୍ଦେଶ ଦେଇଥିଲେ ଦିଲ୍ଲୀ କୋର୍ଟ । ଟାଇପ-୭ ବଙ୍ଗଳାକୁ ନେଇ ରାଜ୍ୟସଭା ସଚିବାଳୟ ଓ ରାଘବଙ୍କୁ ନେଇ ଚାଲିଥିବା ବିବାଦର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ରାଘବଙ୍କୁ ଦିଲ୍ଲୀର ପାଣ୍ଡରା ରୋଡରେ ଯେଉଁ ଟାଇପ-୭ ବଙ୍ଗଳା ଦିଆଯାଇଥିଲା ତାହାକୁ ଗତ ମାର୍ଚ୍ଚରେ ରଦ୍ଦ କରିଥିଲା ରାଜ୍ୟସଭା ସଚିବାଳୟ । ପ୍ରଥମ ଥରର ସାଂସଦମାନଙ୍କୁ ଯେଉଁ ଘର ଦିଆଯାଇଥାଏ ତାହାଠାରୁ ଅଧିକ ମାନର ଟାଇପ-୭ ଘର ଦିଆଯାଇଥିଲା ବୋଲି ସଚିବାଳୟ ପକ୍ଷରୁ କୁହାଯାଇଥିଲା । ସେପଟେ ତାଙ୍କ ବିରୋଧରେ ଜାଣିଶୁଣି ସରକାର ଏପରି ପରିସ୍ଥିତି ସୃଷ୍ଟି କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ରାଘବ ।

ପ୍ରଥମ ଥର ହୋଇଥିବା ସାଂସଦଙ୍କୁ ମିଳେ ଟାଇପ୍ ୫ ଘର

ଏହା ସହ ତାଙ୍କୁ ଆଉ ଏକ କ୍ୱାର୍ଟର୍ସ ଦିଆଗଲା ବୋଲି ସଚିବାଳୟ କହିଥିଲା । ଏହି ନିଷ୍ପତ୍ତି ବିରୋଧରେ ରାଘବ ପାଟିଆଲା ହାଉସ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହା ଉପରେ ଗତ ଏପ୍ରିଲରେ ସ୍ଥଗିତାଦେଶ ପାଇଥିଲେ । ପରେ ଏହି ସ୍ଥଗିତାଦେଶ ବିରୋଧରେ ସଚିବାଳୟ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଗତ ଜୁଲାଇ ୨୦୨୨ରେ ରାଘବଙ୍କୁ ଏକ ଟାଇପ-୬ କ୍ୱାର୍ଟର୍ସ ଦିଆଯାଇଥିଲା । ତେବେ ତାଙ୍କୁ ଏକ ଟାଇପ-୭ ଘର ଦେବା ଲାଗି ସେ ରାଜ୍ୟସଭା ଅଧ୍ୟକ୍ଷକୁ ଅନୁରୋଧ କରିବା ପରେ ତାଙ୍କୁ ପାଣ୍ଡରା ରୋଡରେ ଏକ ଟାଇପ ୭ ଘର ଦିଆଯାଇଥିଲା । ରାଜ୍ୟସଭା ସଦସ୍ୟଙ୍କ ହ୍ୟାଣ୍ଡବୁକ ଅନୁସାରେ ପ୍ରଥମ ଥର ଲାଗି ହୋଇଥିବା ସାଂସଦଙ୍କୁ ଟାଇପ-୫ ବଙ୍ଗଳା ଦିଆଯିବ । ପୂର୍ବତନ କ୍ୟ।ବିନେଟ ମନ୍ତ୍ରୀ, ପୂର୍ବତନ ଗଭର୍ଣ୍ଣର, ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ ଲୋକସଭା ବାଚସ୍ପତି ଥିବା ସାଂସଦମାନଙ୍କୁ ହିଁ ଟାଇପ-୭ ବଙ୍ଗଳା ମିଳିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami