ହକ୍କାନୀ ନେଟୱର୍କକୁ କାହିଁକି ଡରୁଛି ଭାରତ ?

ଆଫଗାନିସ୍ତାନ ଉପରେ ତାଲିବାନର କବଜା ପରେ ପୁରା ଦୁନିଆ ସହିତ ଭାରତର ଚିନ୍ତା ମଧ୍ୟ ବଢିଯାଇଛି । ଏହାର କାରଣ ହେଉଛି ତାଲିବାନ ସହିତ ଦୁଇଟି ବିପଜ୍ଜନକ ସଂଗଠନର ସମ୍ପର୍କ । ଏହି ଦୁଇ ସଂଗଠନର ନାମ ହେଉଛି ହକ୍କାନୀ ନେଟୱର୍କ ଓ ଅଲକାଏଦା । ତାଲିବାନର ଅଧିକାଂଶ ସୈନିକ ହକ୍କାନୀ ନେଟୱର୍କ ସହିତ ସମ୍ପର୍କ ରଖନ୍ତି । ଅନ୍ୟପକ୍ଷରେ ତାଲିବାନ ଓ ଅଲକାଏଦା ସମ୍ପର୍କ ବେସ ପୁରୁଣା । ୨୦୦୧ରେ ଅଲକାଏଦାକୁ ଖୋଜି ଖୋଜି ଆମେରିକା ଆଫଗାନିସ୍ତାନରେ ପହଞ୍ଚିଥିଲା । ଅଲକାଏଦାକୁ ଧ୍ୱଂସ କରିବାକୁ ଯାଇ ତାଲିବାନକୁ କ୍ଷମତାରୁ ହଟାଇଥିଲା ଆମେରିକା । ଏବେ ଆଫଗାନିସ୍ତାନ ଉପରେ ତାଲିବାନର କବଜା ହେବା ପରେ ହକ୍କାନୀ ନେଟୱର୍କ ପୁଣି ସକ୍ରୀୟ ହେଲାଣି । ଯେଉଁଥିପାଇଁ ଭାରତ ସହିତ ଆମେରିକାର ମଧ୍ୟ ଚିନ୍ତା ବଢିଯାଇଛି । କାରଣ ହକ୍କାନୀ ନେଟୱର୍କ ତା’ର ଭାରତ ବିରୋଧୀ ଚିନ୍ତାଧାରା ପାଇଁ ଜଣା ଯାଏ । ହକ୍କାନୀ ନେଟୱର୍କ ଉପରେ ପାକ୍ ଗୁଇନ୍ଦା ଏଜେନ୍ସି ଆଇଏସଆଇର ହାତ ରହିଛି । ଆସନ୍ତୁ ଜାଣିବା ହକ୍କାନୀ ନେଟୱର୍କକୁ ନେଇ କ’ଣ ପାଇଁ ଭାରତ ଏତେ ଚିନ୍ତିତ ଅଛି ?

ହକ୍କାନୀ ନେଟୱର୍କ କ’ଣ ?

ଚଳିତ ବର୍ଷ ଜାତିସଂଘର ଏକ ରିପୋର୍ଟରେ ଦାବି କରାଯାଇଥିଲା ଯେ, ହକ୍କାନୀ ନେଟୱର୍କ ତାଲିବାନକୁ ସବୁଠାରୁ ଅଧିକ ସାହାଯ୍ୟ କରୁଛି । ଏହି ଗ୍ରୁପର ସଦସ୍ୟ ଗରିଲା ଯୁଦ୍ଧ ଲଢିବାରେ ଦକ୍ଷ । ବଡ ଆକ୍ରମଣ କରିବାରେ ମାହିର ଏହି ଗୋଷ୍ଠୀରେ ଥିବା ସଦସ୍ୟ ବିସ୍ଫୋରକ ଓ ରକେଟ୍ ମଧ୍ୟ ତିଆରି କରି ପାରନ୍ତି ।

ହକ୍କାନୀ ନେଟୱର୍କ ସିଧାସଳଖ ତାଲିବାନର ସୁପ୍ରିମ କାଉନସିଲକୁ ରିପୋର୍ଟ କରିଥାଏ । ହକ୍କାନୀ ନେଟୱର୍କର ନେତା ସିରାଜୁଦ୍ଦିନ ହକ୍କାନୀ ତାଲିବାନରେ ସାମିଲ ଅଛି । ତାଲିବାନରେ ସର୍ବୋଚ୍ଚ ନେତା ଅମିଲ ଅଲ୍ ମୁମିନିନ୍ ହୈବତୁଲ୍ଲା ଅଖୁଂଦଯାଦା ପରେ ସିରାଜୁଦ୍ଦିନ ହେଉଛି ସବୁଠାରୁ ଶକ୍ତିଶାଳୀ ।

ହକ୍କାନୀ ନେଟୱର୍କକୁ ସିରାଜଦ୍ଦିନର ପିତା ଜଲ୍ଲାଲୁଦ୍ଦିନ ହକ୍କାନୀ ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା । ଜଲ୍ଲାଲୁଦ୍ଦିନ ୧୯୭୯ରେ ସୋଭିଏତ ଋଷ ବିରୋଧରେ ଯୁଦ୍ଧ ଆରମ୍ଭ କରିଥିଲା । ସେ ମଧ୍ୟ ଓସମା ବିନ୍ ଲାଦେନର ନିକଟତର ଥିଲା । ୨୦୧୮ରେ ଜଲ୍ଲାଲୁଦ୍ଦିନର ମୃତ୍ୟୁ ପରେ ସିରାଜଉଦ୍ଦିନ ନେଟୱର୍କର ମୁଖ୍ୟ ହୋଇଥିଲା ।

ପାକିସ୍ତାନ ସହିତ ହକ୍କାନୀ ନେଟୱର୍କର ସମ୍ପର୍କ

ଆମେରିକାର ଗୁଇନ୍ଦା ରିପୋର୍ଟ ଅନୁସାରେ ହକ୍କାନୀ ନେଟୱର୍କ ମୁଖ୍ୟତଃ ଉତ୍ତର ବଜିରସ୍ତାନ, ପାକିସ୍ତାନରେ ଅବସ୍ଥିତ ଓ ଏଥିରେ ଜାଦରାନ ଜନଜାତିର ଲୋକ ଅଧିକ ସଂଖ୍ୟାରେ ଅଛନ୍ତି ।

ଏହି ଗ୍ରୁପରେ ୩ ହଜାରରୁ ୧୦ ହଜାର ସୈନିକ ଅଛନ୍ତି ବୋଲ ଜାତିସଂଘ ରିପୋର୍ଟ କୁହେ ।

ଉତ୍ତର ବଜିରସ୍ତାନରେ ଅଲକାଏଦା ବିରୋଧରେ ପାକିସ୍ତାନ ଅପରେସନ କରିନଥିଲା । କାରଣ ହେଉଛି ସେଠାରେ ହକ୍କାନୀ ନେଟୱର୍କର ସଦସ୍ୟ ରହୁଥିଲେ ।

ହକ୍କାନୀ ନେଟୱର୍କ ଆଫଗାନିସ୍ତାନରେ ଭାରତୀୟ ପ୍ରୋଜେକ୍ଟ ଉପରେ ଅନେକ ଥର ଆକ୍ରମଣ କରିଛି । ୨୦୦୮ ଓ ୨୦୦୯ରେ ଏହା କାବୁଲ ସ୍ଥିତ ଭାରତୀୟ ଦୂତାବାସ ଉପରେ ଆକ୍ରମଣ କରିଥିଲା ।

କର୍ଣ୍ଣୋଗି ଏଣ୍ଡୋମେଣ୍ଟ୍ ଫରେ ଇଣ୍ଟରନ୍ୟାସନାଲ ପିସ୍ ଦ୍ୱାରା ୨୦୨୦ରେ ପ୍ରକାଶିତ ଏକ ରିପୋର୍ଟରେ ହକ୍କାନୀ ନେଟୱର୍କର ଭାରତ ବିରୋଧୀ ମନୋଭାବ କଥା କୁହାଯାଇଥିଲା । ଏହା ସହିତ ହକ୍କାନୀ ନେଟୱର୍କର ଲସ୍କର ଏ ତୋଇବା ସହିତ ସମ୍ପର୍କ ଅଛି ବୋଲି ଏହି ରିପୋର୍ଟରେ ଦାବି କରାଯାଇଥିଲା ।

ହକ୍କାନୀ ନେଟୱର୍କର ତାଲିବାନରେ ଭୂମିକା

ନିକଟରେ କାବୁଲ ଉପରେ ଅଧିକାର ପରେ ସରକାର ଗଠନ ପାଇଁ ତାଲିବାନର ଯେଉଁ ପ୍ରତିନିଧିମଣ୍ଡଳି ପୂର୍ବତନ ରାଷ୍ଟ୍ରପତି ହାମିଦ କର୍ଜାଇଙ୍କୁ ସାକ୍ଷାତ କରିଥିଲା ସେହି ଦଳର ସିରାଜୁଦ୍ଦିନର ଭାଇ ଅନସ ହକ୍କାନୀ ମଧ୍ୟ ଥିଲା । ଏହା ସହିତ କାବୁଲକୁ ଆଉ ଜଣେ ଭାଇ ଖଲିଲ ହକ୍କାନୀ ନିୟନ୍ତ୍ରଣ କରୁଛି । କାବୁଲକୁ ନିୟନ୍ତ୍ରଣ କରୁଥିବା ଆତଙ୍କବାଦୀ ସବୁଠାରୁ ବିପଜ୍ଜନକ ଓ ନିର୍ଦ୍ଦୟୀ ବୋଲି କୁହାଯାଉଛି ।

afghanistanal qaedaCarnegie Endowment for International Peacegorilla warhaqqani networkIndia worriesIndian embassy in kabulJalaluddin HaqqaniNorth Waziristan Agencypakistan intelligence agency ISIsirajuddin haqqanisoviet russia war 1979talibanzadran tribeଆଫଗାନିସ୍ତାନଉତ୍ତର ବଜିରସ୍ତାନକର୍ଣ୍ଣୋଗି ଏଣ୍ଡୋମେଣ୍ଟ୍ ଫରେ ଇଣ୍ଟରନ୍ୟାସନାଲ ପିସ୍ଗରିଲା ଯୁଦ୍ଧଜାଦରାନ ଜନଜାତିର ଲୋକତାଲିବାନର କବଜାନେତା ସିରାଜୁଦ୍ଦିନ ହକ୍କାନୀପାକ୍ ଗୁଇନ୍ଦା ଏଜେନ୍ସି ଆଇଏସଆଇରଭାରତ ବିରୋଧୀ ଚିନ୍ତାଧାରାଭାରତୀୟ ଦୂତାବାସସିରାଜଦ୍ଦିନର ପିତା ଜଲ୍ଲାଲୁଦ୍ଦିନ ହକ୍କାନୀସୋଭିଏତ ଋଷ ବିରୋଧରେ ଯୁଦ୍ଧହକ୍କାନୀ ନେଟୱର୍କ ଓ ଅଲକାଏଦ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami