ଭାରତର ଧନାଢ୍ୟ ଶିଳ୍ପପତି କ’ଣ ପାଇଁ ସୋସିଆଲ ମିଡିଆରୁ ଦୂରରେ ?

ଫେସବୁକ, ଟ୍ୱିଟର ଓ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ନିଶ୍ଚିତ ଭାବେ ଆପଣ ଥାଇ ପାରନ୍ତି । ଏହି ପୋଷ୍ଟ ମଧ୍ୟ ଆପଣଙ୍କ ପାଖରେ କୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ପହଞ୍ଚିଥାଇ ପାରେ । ଆପଣ ସୋସିଆଲ ମିଡିଆରେ ଅନେକ ଜଣାଶୁଣା ଲୋକଙ୍କୁ ନିଶ୍ଚିନ୍ତ ଭାବେ ଫଲୋ କରୁଥିବେ । ଆପଣଙ୍କ ତାଲିକାରେ ସବୁ ପ୍ରକାରର ନାମ ଥିବା କେବଳ ଭାରତର ଧନୀ ଶିଳ୍ପପତିଙ୍କ ନାମ ନଥିବ । ଏହାର କାରଣ ହେଉଛି ଭାରତର ଅଧିକାଂଶ ଧନାଢ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ନାହାନ୍ତି । ସମସ୍ତଙ୍କୁ ଛାଡନ୍ତୁ ଖୋଦ ଜିଓ ଜରିଆରେ ଦେଶରେ ଇଣ୍ଟରନେଟ୍ କ୍ରାନ୍ତି ଆଣିଥିବା ମୁକେଶ ଅମ୍ବାନୀ ମଧ୍ୟ କୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମରେ ନାହାନ୍ତି ।

୨୦୧୯ରେ ଲଣ୍ଡନର ECCO ଇଣ୍ଟରନ୍ୟାସନାଲ ୨୧ ଦେଶର ଟପ୍ ୨୧ କମ୍ପାନୀଙ୍କୁ ନେଇ ଏକ ଅଧ୍ୟୟନ କରିଥିଲା । ରିପୋର୍ଟ ଅନୁସାରେ ୫ଟି କମ୍ପାନୀ ମଧ୍ୟରୁ ମାତ୍ର ଜଣେ ଭାରତୀୟ ସିଇଓ ଲିଙ୍କଡ୍ ଇନ୍ ଓ ଟ୍ୱିଟରରେ ସକ୍ରୀୟ ଅଛନ୍ତି । ଫ୍ରାନ୍ସର ସିଇଓ ମାନେ ସୋସିଆଲ ମିଡିଆରେ ଅଧିକ ସକ୍ରୀୟ ଅଛନ୍ତି । ଫ୍ରାନ୍ସ ପରେ ଦୁନିଆରେ ଡେନମାର୍କର ସିଇଓ ମାନେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ଅଛନ୍ତି । ଏହି ତାଲିକାରେ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନରେ ଥିବା ବେଳେ ନେଦରଲ୍ୟାଣ୍ଡ୍ ଚତୁର୍ଥ ସ୍ଥାନରେ ରହିଛି । ଆମେରିକାର ସିଇଓ ମାନେ ଏହି ତାଲିକାରେ ୫ମ ସ୍ଥାନରେ ଅଛନ୍ତି ।

ଅନ୍ୟପକ୍ଷରେ ଭାରତର ଟପ୍-୩୦ ଧନୀଙ୍କ ସୋସିଆଲ ମିଡିଆ ଉପସ୍ଥିତିକୁ ଯଦି ସମୀକ୍ଷା କରାଯିବ ତେବେ ଦେଖାଯିବ ଯେ, ଏହି ୩୦ଙ୍କ ମଧ୍ୟରୁ ୨୫ ଜଣଙ୍କର ଟ୍ୱିଟର, ଫେସବୁକ କିମ୍ବାଇନଷ୍ଟାଗ୍ରାମ୍ ଆକାଉଣ୍ଟ ହିଁ ନାହିଁ । ଉଦୟ କୋଟାକ କେବଳ ଟ୍ୱିଟରର ସକ୍ରୀୟ ଅଛନ୍ତି । ଗୌତମ ଆଡାଣି ଟ୍ୱିଟର ଓ ଇନଷ୍ଟାଗ୍ରାମରେ ସକ୍ରିୟ ଅଛନ୍ତି । କିରଣ ମଜୁମଦାର ସ’ ଓ ସାବିତ୍ରୀ ଜିନ୍ଦଲଙ୍କର ଫେସବୁକ ଓ ଟ୍ୱିଟରରେ ଆକାଉଣ୍ଟ୍ ରହିଛି କିନ୍ତୁ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ନାହିଁ ।

ସୋସିଆଲ ମିଡିଆରୁ ଦୁରେଇ ରହିବା ପଛରେ ସୁଚିନ୍ତିତ ଯୋଜନା ?

ଦେଶର ଟପ୍ ଧନୀ ସୋସିଆଲ ମିଡିଆରୁ ଜାଣିଶୁଣି ଦୁରେଇ ରହୁଛନ୍ତି ବୋଲି କୁହାଯାଉଛି । ଏହି ଶିଳ୍ପପତି ନିଜ ବ୍ୟବସାୟ ଚଳାଇବାରେ ଅଧିକ ସମୟ ଦେଉଥିବାରୁ ସୋସିଆଲ ମିଡିଆ ପାଇଁ ସେମାନଙ୍କ ପାଖରେ ଅଧିକ ସମୟ ନାହିଁ । ସେହିଭଳି ଅନ୍ୟ ସେଲିବ୍ରିଟି ନିଜ ପବ୍ଲିସିଟି ପାଇଁ ସୋସିଆଲ ମିଡିଆକୁ ଆବଶ୍ୟକ କରନ୍ତି । ସେଥିପାଇଁ ସେମାନେ ନିଜ ବ୍ୟକ୍ତିଗତ ଜୀବନ ଓ ବିଚାରକୁ ସେୟାର କରନ୍ତି କିନ୍ତୁ ଏହି ଶିଳ୍ପପତ୍ରୀଙ୍କ କ୍ଷେତ୍ରରେ ଏହା ବୁମେରାଂ ସାବ୍ୟସ୍ତ ହୋଇପାରେ । ସେମାନଙ୍କ ନିଜ ବ୍ୟକ୍ତିଗତ ବିଚାର ତାଙ୍କ ବ୍ୟବସାୟକୁ ପ୍ରଭାବିତ କରିପାରେ । ତେଣୁ ସେମାନେ ଯଥା ସମ୍ଭବ ସୋସିଆଲ ମିଡିଆରୁ ଦୁରେଇ ରହୁଛନ୍ତି ।

ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀଙ୍କୁ ନିଆଯାଉ । ସୋସିଆଲ ମିଡିଆରେ ନଥିବା କାରଣରୁ ସେ ଅନେକ ସମାଲୋଚନାର ସିଧା ସମ୍ମୁଖୀନ ହେବାରୁ ବଂଚିଯାଉଛନ୍ତି । ସେ ଭଲ ଭାବେ ଜାଣିଛନ୍ତି ଯେ, ସୋସିଆଲ ମିଡିଆ ଯଦି ବ୍ରାଣ୍ଡ୍ ତିଆରି କରିପାରେ ତେବେ ବ୍ରାଣ୍ଡ୍ ଧ୍ୱଂସ ମଧ୍ୟ କରିପାରେ ।

ସୋସିଆଲ ମିଡିଆରୁ ଦୁରେଇ ରହିବାର ଲାଭ ଓ କ୍ଷତି କ’ଣ

ବ୍ୟବସାୟ ଦୁନିଆରେ ସକ୍ରିୟ ଥିବା ବ୍ୟକ୍ତିଙ୍କ ପାଇଁ ସୋସିଆଲ ମିଡିଆ ଏକ ଜରୁରି ଟୁଲ୍ ହୋଇଥାଏ । ଏହା ଜରିଆରେ ସେମାନେ ଉପଭୋକ୍ତାଙ୍କ ନାଡି ପଢି ପାରନ୍ତି । ଏହା ଜରିଆରେ ସେମାନେ ଉଦ୍ୟୋଗୀଙ୍କ ନୂଆ ପୀଢିକୁ ଅନୁପ୍ରେରିତ କରିଥାନ୍ତି । ସୋସିଆଲ ମିଡିଆ ଜରିଆରେ ଜଣେ ଶିଳ୍ପପତି ନିଜ ପର୍ସନାଲ ବ୍ରାଣ୍ଡ୍ ଓ କମ୍ପାନୀର ବିଜନେସର ସକରାତ୍ମକ ଚିତ୍ର ପ୍ରସ୍ତୁତ କରିପାରନ୍ତି । ଏହା ଜରିଆରେ ସେମାନେ ନିଜ ଜନସମ୍ପର୍କ ରଣନୀତିକୁ ଅଧିକ ପ୍ରଭାବୀ କରିପାରିବେ । ଏଲନ ମସ୍କ ଏହାର ବଡ ଉଦାହରଣ । ଅନେକ ଥର ଏହା ଦେଖିବାକୁ ମିଳିଛି ଯେ, ମସ୍କଙ୍କ ଟ୍ୱିଟ୍ ପାଇଁ କେତେବେଳେ ବିଟ୍ କଏନର ମୂଲ୍ୟ ଆକାଶ ଛୁଇଁଛି ତ’ କେତେବେଳେ ତଳକୁ ଖସିଛି ।

ରତନ ଟାଟା ଓ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ହିରୋ

ବଡ଼ ବ଼ଡ଼ ଶିଳ୍ପପତି ସୋସିଆଲ ମିଡିଆରେ ଲୋକଙ୍କ ପାଇଁ ରୋଲ ମଡେଲ । ରତନ ଟାଟା, ଆନନ୍ଦ ମହିନ୍ଦ୍ରା ଓ ଅନିଲ ଅଗ୍ରୱାଲ ଏହାର ଉଦାହରଣ । ସୋସିଆଲ ମିଡିଆରେ ଏହି ତିନିଜଣଙ୍କର ତଗଡା ଫ୍ୟାନ୍ ଫଲୋଇଂ ରହିଛି ।

ତେବେ ଧିରେ ଧିରେ ଭାରତରେ ଟ୍ରେଣ୍ଡ୍ ବଦଳୁଛି । ଅଧିକରୁ ଅଧିକ ଶିଳ୍ପପତି ସୋସିଆଲ ମିଡିଆକୁ ଆସୁଛନ୍ତି । ଭାରତର ଟପ୍ ଧନୀ ଏହା ବୁଝିସାରିଲେଣି ଯେ, ସୋସିଆଲ ମିଡିଆ ଜରିଆରେ ସେମାନେ ନିଜ ବ୍ରାଣ୍ଡର ପ୍ରମୋଟ୍ କରିପାରିବେ । ସେମାନେ ଏହା ଜରିଆରେ ସିଧାସଳଖ ଉପଭୋକ୍ତାଙ୍କ ପାଖରେ ପହଂଚି ପାରିବେ । ତେଣୁ ଆଗକୁ ଭାରତର ଟପ୍ ଟାଇକୁନ୍ ମାନଙ୍କ ସୋସିଆଲ ମିଡିଆ ଅବତାର ଦେଖିବାକୁ ମିଳିବ ।

American CEOanand mahindraanil agrawalAustraliabitcoinbrand promotionDenmark CEOECCO InternationalElon Muskfacebookfan followingfrance CEOGautam AdaniIndian richest billionairesIndias top 30 richest personIndias top business tycooninstagramKiran MajumdarLinkedinMukesh Ambanipersonal brandsratan tataReliance JIOSabitri jindalsocial media awarenesssocial media is best toolsocial media platformstwitteruday kotakଅନିଲ ଅଗ୍ରୱାଲଅଷ୍ଟ୍ରେଲିଆଆନନ୍ଦ ମହିନ୍ଦ୍ରାଆମେରିକାର ସିଇଓଇନଷ୍ଟାଗ୍ରାମଉଦୟ କୋଟାକଏଲନ ମସ୍କକିରଣ ମଜୁମଦାରଗୌତମ ଆଡାଣିଜିଓଟ୍ୱିଟରଡେନମାର୍କର ସିଇଓଧନୀ ଶିଳ୍ପପତିପର୍ସନାଲ ବ୍ରାଣ୍ଡ୍ଫେସବୁକଫ୍ୟାନ୍ ଫଲୋଇଂଫ୍ରାନ୍ସର ସିଇଓବିଟ୍ କଏନବ୍ରାଣ୍ଡର ପ୍ରମୋଟ୍ଭାରତର ଟପ୍ ଟାଇକୁନ୍ଭାରତର ଟପ୍-୩୦ ଧନୀଭାରତର ଧନାଢ୍ୟ ଶିଳ୍ପପତିଭାରତୀୟ ସିଇଓମୁକେଶ ଅମ୍ବାନୀରତନ ଟାଟାଲିଙ୍କଡ୍ ଇନ୍ସାବିତ୍ରୀ ଜିନ୍ଦଲସୋସିଆଲ ମିଡିଆ ଏକ ଜରୁରି ଟୁଲ୍ସୋସିଆଲ ମିଡିଆ ପ୍ଲାଟଫର୍ମ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami