ସ୍ନେହା ଦୁବେ କିଏ, ଯିଏ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜାତିସଂଘରେ ଦେଖାଇଲେ ଆଇନା

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଜାତିସଂଘରେ ଭାରତକୁ ଘେରିବାକୁ ଚାହୁଁଥିଲେ । ଆଉ ଏଥିପାଇଁ ଇମ୍ରାନଙ୍କ ପାଖରେ ଥିଲା ସେଇ ୭୦ ବର୍ଷ ପୁରୁଣା କାଶ୍ମୀର ପ୍ରସଙ୍ଗ । ଇମ୍ରାନ ଜାତିସଂଘରେ ନିଜ ଭାଷଣରେ ଭାରତ ବିରୋଧରେ ବିଷ ଉଗାଳିବାରେ ଟିକେ ମଧ୍ୟ ହେଳା କରିନଥିଲେ । କିନ୍ତୁ ଇମ୍ରାନଙ୍କୁ ତାଙ୍କ ଷ୍ଟଣ୍ଟ୍ ଓଲଟା ପଡିଥିଲା । ଜାତିସଂଘର ସାଧାରଣ ପରିଷଦରେ ଭାରତର ପ୍ରଥମ ସଚିବ ସ୍ନେହା ଦୁବେ ଇମ୍ରାନଙ୍କୁ ଯେଉଁଭଳି ଉତ୍ତର ଦେଇଛନ୍ତି ଏବେ ତା’ର ଢେର ଚର୍ଚ୍ଚା ହେଉଛି । ଏହି ଯୁବା ଅଧିକାରୀ ଜଣକ ଅନ୍ତର୍ଜାତୀୟ ମଂଚରେ ମିଥ୍ୟା ପ୍ରଚାର ପାଇଁ ଇମ୍ରାନଙ୍କ ଅପଚେଷ୍ଟାକୁ ବିଫଳ କରିଦେଇଛନ୍ତି । ସେ ଏମିତି ଇମ୍ରାନଙ୍କୁ ଧୋଇଛନ୍ତି ଯେ, ପାକିସ୍ତାନ ମିଡିଆରେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା ହେଉଛି । ସ୍ନେହା ଇମ୍ରାନଙ୍କୁ ମିଛ ପ୍ରଚାରରୁ ଦୁରେଇ ରହିବା ସହିତ ନିଜ କଥା ବୁଝିବାକୁ ପରାମର୍ଶ ଦେଇଛନ୍ତି । ସ୍ନେହା ଇମ୍ରାନଙ୍କୁ ମନେ ପକାଇ ଦେଇଥିଲେ ଯେ, ପାକିସ୍ତାନ ଲାଦେନ ଭଳି ଆତଙ୍କବାଦୀଙ୍କୁ କେମିତି ଆଶ୍ରୟ ଦେଇଥିଲା । ଏହା ସହିତ ସେ ପାକିସ୍ତାନକୁ କାଶ୍ମୀରର ସେହି ଅଂଚଳ ଛାଡିବାକୁ କାହିଛନ୍ତି ଯାହା ଉପରେ ଗତ ୭୦ ବର୍ଷ ଧରି ଇମ୍ରାନଙ୍କ ଦେଶ ଅଧିକାର ଜମେଇ ବସିଛି । ତେବେ ଆସନ୍ତୁ ଜାଣିବା କିଏ ଏହି ସ୍ନେହା ଦୁବେ, ଯିଏ ଏବେ ଜାତୀୟ ମିଡିଆରେ ଢେର ଚର୍ଚ୍ଚା ସାଉଁଟୁଛନ୍ତି…

ନଥିଲା କୌଣସି ପ୍ଲାନ୍ ବି

ସ୍ନେହା ଦୁବେଙ୍କ ଜନ୍ମ ଗୋଆରେ । ମୁଳରୁ ହିଁ ସେ ବିଦେଶ ସେବାରେ ସାମିଲ ହେବାକୁ ଚାହୁଁଥିଲେ । ଭ୍ରମଣପ୍ରିୟ ସ୍ନେହାଙ୍କ ମାନିବା ହେଉଛି ଯେ, ଆଇଏଫଏସ୍ ଅଧିକାରୀ ଭାବେ ତାଙ୍କୁ ଦେଶର ପ୍ରତିନିଧିତ୍ୱ କରିବାର ସର୍ବୋତ୍ତମ ସୁଯୋଗ ମିଳିଛି , ଯାହାକି ସେ ସବୁବେଳେ କରିବାକୁ ଚାହୁଁଥିଲେ । ସେ କୁହନ୍ତି ଯେ, ତାଙ୍କର କୌଣସି ପ୍ଲାନ୍ ବି ନଥିଲା । ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା ଆଇଏଫଏସ ହେବା । ମାତ୍ର ୧୨ ବର୍ଷ ବୟସରେ ସେ ଏହା ନିଶ୍ଚିତ କରିଥିଲେ ଯେ, ତାଙ୍କୁ ସିଭିଲ ସର୍ଭିସେସ୍ ଜଏନ କରିବାର ଅଛି ।

ଗୋଟିଏ ଲକ୍ଷ୍ୟ, ଗୋଟିଏ ସଂଘର୍ଷ

ପୁଣେର ଫର୍ଗ୍ୟୁସନ୍ କଲେଜରୁ ସ୍ମାତକ ସ୍ନେହା ପରେ ନୂଆଦିଲ୍ଲୀର ଜବାହରଲାଲ ବିଶ୍ୱବିଦ୍ୟାଳୟରୁ ଜିୟୋଗ୍ରାଫିରେ ମାଷ୍ଟର୍ସର ଡିଗ୍ରୀ ହାସଲ କରିଥିଲେ । ଅନ୍ତର୍ଜାତୀୟ ପ୍ରସଙ୍ଗରେ ରୂଚି କାରଣରୁ ସେ ପରେ ଜେଏନୟୁର ସ୍କୁଲ ଅଫ୍ ଇଣ୍ଟରନ୍ୟାସନାଲ ଷ୍ଟଡିଜରେ ଏମଫିଲ୍ କରିଥିଲେ । ସ୍ନେହା ୨୦୧୧ରେ ପ୍ରଥମ ପ୍ରୟାସରେ ସିଭିଲ ସର୍ଭିସ କ୍ଲିୟର କରିଥିଲେ । ତାଙ୍କ ପରିବାରରେ କେହି ମଧ୍ୟ ସିଭିଲ ସର୍ଭିସେସରେ ନଥିଲେ । ପିତା ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ମା’ ଶିକ୍ଷୟତ୍ରୀ ଓ ଭାଇ ବ୍ୟବସାୟୀ । ସ୍ନେହାଙ୍କର ଗୋଟିଏ ମାତ୍ର ଲକ୍ଷ୍ୟ ଥିଲା ବୈଦେଶିକ ସେବାରେ ସାମିଲ ହେବା .ଯେଉଁଥିପାଇଁ ସେ ପଢା ସହିତ ଏଥିପାଇଁ ପ୍ରସ୍ତୁତି ମଧ୍ୟ ଜାରି ରଖିଥିଲେ ।

civil servicesGraduate from Ferguson College Puneimran khanIndias first secretaryJNU school of internationalkashmir issuemasters degree in geographynew delhi jawaharlal universitypakistan prime ministersneha dubeysneha dubey vs imran khanUN meetyoung diplomat sneha dubeyYoung IFS Sneha Dubeyଆଇଏଫଏସ୍ ଅଧିକାରୀକାଶ୍ମୀର ପ୍ରସଙ୍ଗଜାତିସଂଘଜିୟୋଗ୍ରାଫିରେ ମାଷ୍ଟର୍ସର ଡିଗ୍ରୀଜେଏନୟୁର ସ୍କୁଲ ଅଫ୍ ଇଣ୍ଟରନ୍ୟାସନାଲନୂଆଦିଲ୍ଲୀର ଜବାହରଲାଲ ବିଶ୍ୱବିଦ୍ୟାଳୟପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ପୁଣେର ଫର୍ଗ୍ୟୁସନ୍ କଲେଜରୁ ସ୍ମାତକଭାରତର ପ୍ରଥମ ସଚିବ ସ୍ନେହା ଦୁବେସିଭିଲ ସର୍ଭିସେସ୍ସ୍ନେହା ଦୁବେ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami