ସ୍ନେହା ଦୁବେ କିଏ, ଯିଏ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜାତିସଂଘରେ ଦେଖାଇଲେ ଆଇନା

Above Post Content

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଜାତିସଂଘରେ ଭାରତକୁ ଘେରିବାକୁ ଚାହୁଁଥିଲେ । ଆଉ ଏଥିପାଇଁ ଇମ୍ରାନଙ୍କ ପାଖରେ ଥିଲା ସେଇ ୭୦ ବର୍ଷ ପୁରୁଣା କାଶ୍ମୀର ପ୍ରସଙ୍ଗ । ଇମ୍ରାନ ଜାତିସଂଘରେ ନିଜ ଭାଷଣରେ ଭାରତ ବିରୋଧରେ ବିଷ ଉଗାଳିବାରେ ଟିକେ ମଧ୍ୟ ହେଳା କରିନଥିଲେ । କିନ୍ତୁ ଇମ୍ରାନଙ୍କୁ ତାଙ୍କ ଷ୍ଟଣ୍ଟ୍ ଓଲଟା ପଡିଥିଲା । ଜାତିସଂଘର ସାଧାରଣ ପରିଷଦରେ ଭାରତର ପ୍ରଥମ ସଚିବ ସ୍ନେହା ଦୁବେ ଇମ୍ରାନଙ୍କୁ ଯେଉଁଭଳି ଉତ୍ତର ଦେଇଛନ୍ତି ଏବେ ତା’ର ଢେର ଚର୍ଚ୍ଚା ହେଉଛି । ଏହି ଯୁବା ଅଧିକାରୀ ଜଣକ ଅନ୍ତର୍ଜାତୀୟ ମଂଚରେ ମିଥ୍ୟା ପ୍ରଚାର ପାଇଁ ଇମ୍ରାନଙ୍କ ଅପଚେଷ୍ଟାକୁ ବିଫଳ କରିଦେଇଛନ୍ତି । ସେ ଏମିତି ଇମ୍ରାନଙ୍କୁ ଧୋଇଛନ୍ତି ଯେ, ପାକିସ୍ତାନ ମିଡିଆରେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା ହେଉଛି । ସ୍ନେହା ଇମ୍ରାନଙ୍କୁ ମିଛ ପ୍ରଚାରରୁ ଦୁରେଇ ରହିବା ସହିତ ନିଜ କଥା ବୁଝିବାକୁ ପରାମର୍ଶ ଦେଇଛନ୍ତି । ସ୍ନେହା ଇମ୍ରାନଙ୍କୁ ମନେ ପକାଇ ଦେଇଥିଲେ ଯେ, ପାକିସ୍ତାନ ଲାଦେନ ଭଳି ଆତଙ୍କବାଦୀଙ୍କୁ କେମିତି ଆଶ୍ରୟ ଦେଇଥିଲା । ଏହା ସହିତ ସେ ପାକିସ୍ତାନକୁ କାଶ୍ମୀରର ସେହି ଅଂଚଳ ଛାଡିବାକୁ କାହିଛନ୍ତି ଯାହା ଉପରେ ଗତ ୭୦ ବର୍ଷ ଧରି ଇମ୍ରାନଙ୍କ ଦେଶ ଅଧିକାର ଜମେଇ ବସିଛି । ତେବେ ଆସନ୍ତୁ ଜାଣିବା କିଏ ଏହି ସ୍ନେହା ଦୁବେ, ଯିଏ ଏବେ ଜାତୀୟ ମିଡିଆରେ ଢେର ଚର୍ଚ୍ଚା ସାଉଁଟୁଛନ୍ତି…

ନଥିଲା କୌଣସି ପ୍ଲାନ୍ ବି

After 2nd paragraph post ads
Middle post content

ସ୍ନେହା ଦୁବେଙ୍କ ଜନ୍ମ ଗୋଆରେ । ମୁଳରୁ ହିଁ ସେ ବିଦେଶ ସେବାରେ ସାମିଲ ହେବାକୁ ଚାହୁଁଥିଲେ । ଭ୍ରମଣପ୍ରିୟ ସ୍ନେହାଙ୍କ ମାନିବା ହେଉଛି ଯେ, ଆଇଏଫଏସ୍ ଅଧିକାରୀ ଭାବେ ତାଙ୍କୁ ଦେଶର ପ୍ରତିନିଧିତ୍ୱ କରିବାର ସର୍ବୋତ୍ତମ ସୁଯୋଗ ମିଳିଛି , ଯାହାକି ସେ ସବୁବେଳେ କରିବାକୁ ଚାହୁଁଥିଲେ । ସେ କୁହନ୍ତି ଯେ, ତାଙ୍କର କୌଣସି ପ୍ଲାନ୍ ବି ନଥିଲା । ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା ଆଇଏଫଏସ ହେବା । ମାତ୍ର ୧୨ ବର୍ଷ ବୟସରେ ସେ ଏହା ନିଶ୍ଚିତ କରିଥିଲେ ଯେ, ତାଙ୍କୁ ସିଭିଲ ସର୍ଭିସେସ୍ ଜଏନ କରିବାର ଅଛି ।

ଗୋଟିଏ ଲକ୍ଷ୍ୟ, ଗୋଟିଏ ସଂଘର୍ଷ

ପୁଣେର ଫର୍ଗ୍ୟୁସନ୍ କଲେଜରୁ ସ୍ମାତକ ସ୍ନେହା ପରେ ନୂଆଦିଲ୍ଲୀର ଜବାହରଲାଲ ବିଶ୍ୱବିଦ୍ୟାଳୟରୁ ଜିୟୋଗ୍ରାଫିରେ ମାଷ୍ଟର୍ସର ଡିଗ୍ରୀ ହାସଲ କରିଥିଲେ । ଅନ୍ତର୍ଜାତୀୟ ପ୍ରସଙ୍ଗରେ ରୂଚି କାରଣରୁ ସେ ପରେ ଜେଏନୟୁର ସ୍କୁଲ ଅଫ୍ ଇଣ୍ଟରନ୍ୟାସନାଲ ଷ୍ଟଡିଜରେ ଏମଫିଲ୍ କରିଥିଲେ । ସ୍ନେହା ୨୦୧୧ରେ ପ୍ରଥମ ପ୍ରୟାସରେ ସିଭିଲ ସର୍ଭିସ କ୍ଲିୟର କରିଥିଲେ । ତାଙ୍କ ପରିବାରରେ କେହି ମଧ୍ୟ ସିଭିଲ ସର୍ଭିସେସରେ ନଥିଲେ । ପିତା ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ମା’ ଶିକ୍ଷୟତ୍ରୀ ଓ ଭାଇ ବ୍ୟବସାୟୀ । ସ୍ନେହାଙ୍କର ଗୋଟିଏ ମାତ୍ର ଲକ୍ଷ୍ୟ ଥିଲା ବୈଦେଶିକ ସେବାରେ ସାମିଲ ହେବା .ଯେଉଁଥିପାଇଁ ସେ ପଢା ସହିତ ଏଥିପାଇଁ ପ୍ରସ୍ତୁତି ମଧ୍ୟ ଜାରି ରଖିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami