ରାଏବରେଲୀରୁ ନିର୍ବାଚନ ଲଢିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ରାଏବରେଲୀରୁ ଲଢିବେ କଂଗ୍ରେସ ବରିଷ୍ଠ ନେତା ରାହୁଲ ଗାନ୍ଧୀ । ସେପଟେ ଅମେଠୀ ଆସନରୁ ପ୍ରାର୍ଥୀ ହୋଇଛନ୍ତି କଂଗ୍ରେସ ନେତା କିଶୋରୀଲାଲ ଶର୍ମା । ଏ ନେଇ ଆଜି ଏଆଇସିସି ପକ୍ଷରୁ ଟିକେଟ ଘୋଷଣା ହୋଇଛି । ଆଜି ରାୟବରେଲୀ ଓ ଅମେଠୀ ଆସନ ନାମାଙ୍କନର ଶେଷ ଦିନ ରହିଛି । ଅମେଠୀରୁ ଲଢୁଥିବା କେ. ଏଲ ଶର୍ମା ଗାନ୍ଧୀ ପରିବାରର ନିକଟତର କୁହାଯାଉଛି । ଅମେଠୀରୁ ପୂର୍ବରୁ ବିଜେପିର ସ୍ମୃତି ଇରାନୀ ନାମାଙ୍କନ ଦାଖଲ କରିସାରିଛନ୍ତି ।

ରାଏବରେଲୀ ଗାନ୍ଧି-ନେହେରୁ ପରିବାରର ପାରମ୍ପରିକ ଆସନ

ରାୟବରେଲୀରୁ ବିଜେପି ଦୀନେଶ ପ୍ରତାପ ସିଂହଙ୍କୁ ଟିକେଟ ଦେଇଛି । ଦୀନେଶ ପ୍ରତାପ ସିଂହ ୨୦୧୯ରେ ରାୟବରେଲୀରେ ସୋନିଆଗାନ୍ଧିଙ୍କ ବିପକ୍ଷରେ ନିର୍ବାଚନ ଲଢିଥିଲେ । ୨୦୧୯ରେ ସୋନିଆ ଗାନ୍ଧିଙ୍କ ଠାରୁ ଦିନେଶ ପ୍ରତାପ ସିଂହ ୧ ଲକ୍ଷ ୬୦ ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଥିଲେ । ଅମେଠୀ ଏବଂ ରାଏବରେଲୀ ଗାନ୍ଧି-ନେହେରୁ ପରିବାର ପାରମ୍ପରିକ କ୍ଷେତ୍ର ଭାବେ ରହିଛି । ଅନେକ ଦଶକ ଧରି ଏହି ପରିବାର ଦୁଇ ଆସନରୁ ପ୍ରତିନିଧିତ୍ୱ କରି ଆସୁଛନ୍ତି । ତେବେ ୨୦୧୯ରେ ରାହୁଲ ଅମେଠୀରୁ ନିର୍ବାଚନ ହାରି ଯାଇଥିଲେ । ରାହୁଲ ଗାନ୍ଧି ଏବେ ୱାଇନାଡରୁ ସାଂସଦ ଅଛନ୍ତି ।ଚଳିତ ଥର ମଧ୍ୟ କେରଳ ୱାଇନାଡ ଆସନରୁ ନିର୍ବାଚନ ଲଢୁଛନ୍ତି ରାହୁଲ । ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୨୬ରେ ୱାଏନାଡରେ ଭୋଟଗ୍ରହଣ ସରିଛି । ୨୦୦୪ରୁ ୨୦୨୪ ପର୍ଯ୍ୟନ୍ତ ସୋନିଆ ଗାନ୍ଧୀ ରାୟବରେଲୀରୁ ପ୍ରତିନିଧିତ୍ୱ କରିଥିଲେ । ଏହା ପୂର୍ବରୁ ସୋନିଆ ଗାନ୍ଧି ରାଜନୀତି ପ୍ରବେଶ କରିବା ପରେ ଅମେଠୀରୁ ପ୍ରତିନିଧିତ୍ୱ କରିଥିଲେ । ୧୯୯୯ରେ ପ୍ରଥମଥର ଲାଗି ଅମେଠୀରୁ ନିର୍ବାଚନ ଲଢିଥିଲେ ସୋନିଆ ଗାନ୍ଧି ।

congerss leader rahul gandhicongress mp rahul gandhirahul gandhi contest from raibarely
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami