ଶୂନ୍ୟରେ ମିଳେଇଗଲା ୨ କୋଟି ନିଯୁକ୍ତି ? ଉପରମୁହାଁ ବେକାରୀଗ୍ରାଫ୍‌

ଲୋଭିଲା ପ୍ରତିଶ୍ରୁତି । ନିଷ୍ଣୁର ବାସ୍ତବତା । ଯୁବପିଢ଼ିଙ୍କୁ ଲାଗିଛି କରୋନା ଗ୍ରହଣ । କର୍ମନିଯୁକ୍ତି ଶୂନ । ବେକାରୀ ବଢ଼ୁଛି ହୁ..ହୁ । ପଶ୍ଚିମବଙ୍ଗରୁ ପଞ୍ଜାବ, ଓଡ଼ିଶାରୁ ଉତ୍ତରାଖଣ୍ଡ ଯେଉଁ ରାଜ୍ୟକୁ ଗଲେ ଛଟପଟ ହେଉଛନ୍ତି ଯୁବକ ଯୁବତୀ । ପାଖରେ ଡିଗ୍ରୀ ଅଛି ।

ଗାଁ ଗଣ୍ଡାରେ କାମଧନ୍ଦା ନାହିଁ ସହରରେ ନୂଆ ନିଯୁକ୍ତିରେ ତାଲା ଛଟେଇ ଚାଲିଛି । ପାଖରେ ଡିଗ୍ରୀ ଅଛିମାତ୍ର ଧାଁ ଦୌଡ଼ କରି ମଧ୍ୟ ଚାକିରି ମିଳୁନିସ୍ୱପ୍ନ ଚୁରମାର୍‌, ବହଳିଆ ଚାପଗ୍ରସ୍ତ ମନକରୋନାଠୁ ବଳିଗଲାଣି ଦେଶରେ ବେକାରୀ ମହାମାରୀ । ହା ହୁତାଶ ମଧ୍ୟରେ କଟୁଛି ଯୁବପିଢ଼ିଙ୍କ ଜୀବନ । କେନ୍ଦ୍ରର ବିଜେପି ସରକାର ଭୋଟ ଇସ୍ତାହାରରେ ଦେଇଥିଲା ଲୋଭିଲା ପ୍ରତିଶ୍ରୁତି । ବାର୍ଷିକ ୨ କୋଟି ନିଯୁକ୍ତି ସୃଷ୍ଟି କରିବୁ । ନୂଆ ଭାରତର ସ୍ୱପ୍ନ ପୂରଣ କରିବାକୁ ଯୁବପିଢ଼ିଙ୍କୁ ନିଯୁକ୍ତି ଦେବାକୁ ଆମ ସରକାର ଫୋକସ୍ କରିବ । ମାତ୍ର ଦ୍ୱିତୀୟ ପାଳି କ୍ଷମତାକୁ ଆସିବାର ଦି ବର୍ଷ ପୂରିଲାଣି । ୨ କୋଟି ନିଯୁକ୍ତି କେବଳ ମିଛ ପ୍ରତିଶ୍ରୁତି ପାଲଟିଛି । ଆମ ଯୁବପିଢ଼ିଙ୍କ ଏ ଗମ୍ଭୀର ସମସ୍ୟା ପାଇଁ ମୋଦି ସରକାରଙ୍କର ଧ୍ୟାନ ନାହିଁ କି ସମୟଭୋଟ ବେଳେ ଦେଇଥିବା ଗୋଲାପି ପ୍ରତିଶ୍ରୁତି କ୍ଷମତା ଚଉକିରେ ବସିବା ପରେ ଉଭେଇ ଯାଇଛି । ଦେଶରେ ଏବେ ବେକାରୀ ହାର ୭.୫ ରହିଛିସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି ( ସିଏମଆଇଇ)ର ଆଜିର ପରିସଂଖ୍ୟାନ କହୁଛି, ଦେଶର ସହରାଞ୍ଚଳରେ ଏଡି ହାର ୭.୫ ଥିଲା ବେଳେ ଗ୍ରାମାଞ୍ଚଳରେ ୭.୬ । ନିକଟ ଭବିଷ୍ୟତରେ ଏ ପରିସଂଖ୍ୟାନରେ ବଡ଼ ପରିବର୍ତ୍ତନର ଆଶଙ୍କା ମଧ୍ୟ ନାହିଁ । କେନ୍ଦ୍ରର ବିଜେପି ସରକାରଙ୍କ ଅବହେଳା ଓ ଅଣଦେଖାରୁ ଯୁବପିଢ଼ିଙ୍କ ଅବସ୍ଥା ସଂଗୀନ୍ ।

ଆମ ଯୁବକ ଯୁବତୀମାନଙ୍କ ଆଗରେ ଏବେ କେବଳ ଆଶଙ୍କା ଆଉ ଅନିଶ୍ଚିତତା ଭାରତ ହେଉଛି ଯୁବପିଢ଼ିଙ୍କ ଦେଶ । ସମଗ୍ର ବିଶ୍ୱରେ ଆମ ଯୁବପିଢ଼ିଙ୍କୁ ‘ଡିଭିଡେଣ୍ଡ୍‌’ ହିସାବରେ ଗଣା ଯାଏ । ମାତ୍ର ସେମାନଙ୍କ ଭାଗ୍ୟ ଏବେ ପଥର ତଳେ । ବିଜେପି ସରକାରଙ୍କ ନିଷ୍ଠା ନଥିବାରୁ ଶିକ୍ଷିତ, ଅର୍ଦ୍ଧଶିକ୍ଷିତ ସବୁ ବର୍ଗ ଏବେ ଛଟପଟ । ସରକାରୀ ହେଉ ଅବା ବେସରକାରୀ ସଂସ୍ଥାରେ କର୍ମନିଯୁକ୍ତି ମିଳୁନିଆତ୍ମନିଯୁକ୍ତି କଥା ନକହିଲେ ଭଲ । କାମଧନ୍ଦା ଯାହା ମିଳୁଛି ତାହା ସମୁଦ୍ରକୁ ଶଙ୍ଖେ । ବୟସ ଗଡ଼ି ଗଡ଼ି ଚାଲିଛି । ନିଯୁକ୍ତିର ହାର ଉପରମୁହାଁ ଧରୁନି । ଗ୍ରାଫ୍ ଖସୁଛି ତଳକୁ, ଆହୁରି ତଳକୁ ।

ସିଏମ୍‌ଆଇଇର ପରିସଂଖ୍ୟାନ କହୁଛି, ଆନ୍ଧ୍ରପ୍ରଦେଶରେ ବେକାରୀ ହାର ଏବେ ୫.୪% ଥିଲା ବେଳେ ବିହାରରେ ୧୩.୯, ଦିଲ୍ଲୀରେ ୧୧.୦, ଓଡ଼ିଶାରେ ୧.୧, ପଞ୍ଜାବରେ ୧୧.୦ ପଡ଼ୋଶୀ ଝାଡ଼ଖଣ୍ଡରେ ଏହି ହାର ୧୮ ପ୍ରତିଶତ ଥିଲା ବେଳେ ପଶ୍ଚିମବଙ୍ଗରେ ୫.୬ । ଦେଶରେ ପ୍ରାୟ ସାଢ଼େ ୫ କୋଟି ଶିକ୍ଷିତ ଯୁବକ ନିଯୁକ୍ତି ଅପେକ୍ଷାରେ । ୨୦ ରୁ ୨୯ ବର୍ଷ ମଧ୍ୟରେ ୩ କୋଟି ପାଖାପାଖି ଯୁବକ ଯୁବତୀ ଏଥିରେ ଅଛନ୍ତି । ଏ ବୟସରେ କର୍ମନିଯୁକ୍ତି ଜରୁରୀ ଥିଲା ବେଳେ ଏମାନଙ୍କ ସଂଖ୍ୟାର ୩୩% ଏବେ ବି ଚାକିରି ଅପେକ୍ଷାରେ ଛଟପଟ ହୋଇ ଦିନ କାଟୁଛନ୍ତି । ୨୦ ରୁ ୪୫ ବର୍ଷ ମଧ୍ୟରେ ବେକାରଙ୍କ ସଂଖ୍ୟାକୁ ମିଶାଇଲେ ଜନସଂଖ୍ୟାର ୨୧ ପ୍ରତିଶତରୁ ଅଧିିକ ବ୍ୟକ୍ତିଙ୍କ ପାଖରେ କାମଧନ୍ଦା ନାହିଁ

କେବଳ ଫମ୍ପା ପ୍ରତିଶ୍ରୁତି ଦେଇ ବିଜେପି କେନ୍ଦ୍ରରେ କ୍ଷମତା ଚୌକିରେ ବସିଛି । ବେକାରଙ୍କ ପାଇଁ କେନ୍ଦ୍ର କିଛି ଆଖିଦୃଶିଆ ପଦକ୍ଷେପ ନେଉନି । ଏଣେ ପ୍ରତିବର୍ଷ ପ୍ରାୟ ୧ କୋଟି ପିଲା ଚାକିରି ବଜାରକୁ ନୂଆ କରି ପ୍ରବେଶ କରୁଛନ୍ତି । ଚାକିରି ଦରାଣ୍ଡୁଛନ୍ତି । ସମସ୍ୟା ଆହୁରି ଉତ୍କଟ ହେଉଛି । ଗତ ୫ ଦଶନ୍ଧିରେ ବେକାରୀ ହାର ସର୍ବୋଚ୍ଚସ୍ତର (୬.୧%)ରେ ପହଞ୍ଚିବା ପରେ ବି ସରକାରଙ୍କ ବୁଦ୍ଧି ଉଦୟ ହୋଇନି । ସେଇମିତି ନିଦା ବିଷ୍ଣୁ ଭଳି ବସିଛନ୍ତିବିରୋଧୀମାନେ ଏଥିପାଇଁ ମୋଦି ସରକାରଙ୍କୁ କୈଫିୟତ୍ ମାଗୁଛନ୍ତିମାତ୍ର କେନ୍ଦ୍ର ସରକାର କେବଳ ଭୁଆଁ ବୁଲାଇ ଚାଲିଛନ୍ତି

ଦେଶରେ ଶ୍ରମଶକ୍ତି ଏବେ ବାଟବଣାମହାତ୍ମା ଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ପାଣ୍ଠି ଅଭାବ ପ୍ରକଳ୍ପରେ ବାଧକ ସାଜିଛି । ଏଥିରେ ମଜୁରୀ ହାର ଶ୍ରମଶକ୍ତିକୁ ଖୁସି ଦେଉନି । ଯେଉଁଥି ପାଇଁ ଗ୍ରାମାଞ୍ଚଳରେ ଲୋକମାନେ ଦାଦନ ଯିବାକୁ ପସନ୍ଦ କରୁଛନ୍ତି । ଦେଶର ଗ୍ରାମାଞ୍ଚଳରେ ଏବେ ପ୍ରାୟ ୩୭ ଲକ୍ଷ ଲୋକ ହାତବାନ୍ଧି ବସିଛନ୍ତି । କେନ୍ଦ୍ରୀୟ ସଂସ୍ଥାରେ ବର୍ଷକୁ ମାତ୍ର ଦେଢ଼ ଲକ୍ଷରୁ ଦୁଇ ଲକ୍ଷ ଚାକିରି ବାହାରୁଥିଲା ବେଳେ ୨କୋଟି ପିଲା ପରୀକ୍ଷା ହଲ୍‌ରେ ବସୁଛନ୍ତି ।

ବେକାରୀ ସମସ୍ୟା ଦେଶରେ ଏବେ ଉତ୍କଟ ରୂପ ଧାରଣ କରିଛି । ଦକ୍ଷତା ବିକାଶ କରି ଚାକିରି ଗୋଟାଇବାକୁ ସରକାରଙ୍କ ମେକ୍ ଇନ ଇଣ୍ଡିଆ, ସ୍କିଲ ଇଣ୍ଡିଆ, ଷ୍ଟାର୍ଟଅପ୍ ଇଣ୍ଡିଆ ଆନ୍ଦୋଳନ ଚମତ୍କାରିତା ଆଣିପାରିନିରେଳବାଇ, ଏମସ୍‌ରୁ ଆରମ୍ଭ କରି ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ପଦବି ଫାଙ୍କା ପଡ଼ିଛି । ରେଳବାଇର ୯୦ ହଜାର ପଦବି ପାଇଁ ୨.୫ କୋଟି ଆବେଦନପତ୍ର ଜମା ହୋଇଛି । ୪ କୋଟି ଯୁବକ ଚାକିରି ଖଣ୍ଡିଏ ପାଇବାକୁ ଦିନରାତି ପରିଶ୍ରମ କରୁଛନ୍ତି । ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି । ମାତ୍ର ଚାକିରି ବାହାରୁନି । ଯାହା ବାହାରୁଛି ତାହା ‘ହାତୀକୁ ହୋମିଓପ୍ୟାଥି’ । ନିଯୁକ୍ତି ପ୍ରକ୍ରିୟା ବି ଅତି ଧିମା । ବର୍ଷ ବର୍ଷ ଗଡ଼ି ଯାଉଛି । ପରୀକ୍ଷା ବାତିଲ୍ ହେଲେ ଆବେଦନକାରୀଙ୍କୁ ଜମାଟଙ୍କା ଫେରସ୍ତ ମିଳୁନି୨୨ ବର୍ଷରୁ ଚାକିରି ଖୋଜିଲେ ୩୫ ଛୁଇଁଲେ ବି ଦହଗଞ୍ଜରୁ ନାହିଁ ନିସ୍ତାରସରକାର କିନ୍ତୁ ନିଦାବିଷ୍ଣୁକର୍ପୋରେଟ୍ ହାଉସଗୁଡ଼ିକର ଲାଭ ବଢ଼ୁଛି, ନିଯୁକ୍ତି କିନ୍ତୁ ହେଉନିବେକାରୀ ଖାତରେ ପଡ଼ି ଯୁବପିଢ଼ି ଛଟପଟ । ସରକାର କିନ୍ତୁ ମିଛ ଆତ୍ମପ୍ରଚାରରେ ମସଗୁଲ୍

2 crore jobs2 crore jobs per year୨ କୋଟି ନିଯୁକ୍ତିAIIMSAndhra Pradesh unemployment rate is now 5.4%BJP govt in centrecenter for monitoring economyCMIEcorona pandemicfalse self promotionIndia Unemployment Rate increasedjobless youthsmake in indiamodi govtmodi govt false commitmentsno jobspunjab unemployment rate is 11%railway jobsskill indiastartup indiaunemployment graphunemployment pandemicunemployment rateunemployment rate 7.5unemployment rate in bihar is 13.9%unemployment rate in delhi is 11%unemployment rate in jharkhand is 18%unemployment rate in odisha is 1.1%unemployment rate in west bengal is 5.6%unemployment youthsଆନ୍ଧ୍ରପ୍ରଦେଶରେ ବେକାରୀ ହାର ଏବେ ୫.୪%ଉପରମୁହାଁ ବେକାରୀଗ୍ରାଫ୍‌ଓଡ଼ିଶାରୁ ଉତ୍ତରାଖଣ୍ଡଓଡ଼ିଶାରେ ୧.୧କେନ୍ଦ୍ରର ବିଜେପି ସରକାରଚାକିରି ମିଳୁନିଝାଡ଼ଖଣ୍ଡରେ ଏହି ହାର ୧୮ ପ୍ରତିଶତଦିଲ୍ଲୀରେ ୧୧.୦ପଞ୍ଜାବରେ ୧୧.୦ପଶ୍ଚିମବଙ୍ଗରୁ ପଞ୍ଜାବପଶ୍ଚିମବଙ୍ଗରେ ୫.୬ବିହାରରେ ୧୩.୯ବେକାରୀ ମହାମାରୀବେକାରୀ ହାର ୭.୫ମିଛ ଆତ୍ମପ୍ରଚାରମେକ୍ ଇନ ଇଣ୍ଡିଆମୋଦି ସରକାରଯୁବପିଢ଼ିରେଳବାଇଷ୍ଟାର୍ଟଅପ୍ ଇଣ୍ଡିଆସିଏମଆଇଇସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମିସ୍କିଲ ଇଣ୍ଡିଆ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami