ଶୂନ୍ୟରେ ମିଳେଇଗଲା ୨ କୋଟି ନିଯୁକ୍ତି ? ଉପରମୁହାଁ ବେକାରୀଗ୍ରାଫ୍‌

Above Post Content

ଲୋଭିଲା ପ୍ରତିଶ୍ରୁତି । ନିଷ୍ଣୁର ବାସ୍ତବତା । ଯୁବପିଢ଼ିଙ୍କୁ ଲାଗିଛି କରୋନା ଗ୍ରହଣ । କର୍ମନିଯୁକ୍ତି ଶୂନ । ବେକାରୀ ବଢ଼ୁଛି ହୁ..ହୁ । ପଶ୍ଚିମବଙ୍ଗରୁ ପଞ୍ଜାବ, ଓଡ଼ିଶାରୁ ଉତ୍ତରାଖଣ୍ଡ ଯେଉଁ ରାଜ୍ୟକୁ ଗଲେ ଛଟପଟ ହେଉଛନ୍ତି ଯୁବକ ଯୁବତୀ । ପାଖରେ ଡିଗ୍ରୀ ଅଛି ।

ଗାଁ ଗଣ୍ଡାରେ କାମଧନ୍ଦା ନାହିଁ ସହରରେ ନୂଆ ନିଯୁକ୍ତିରେ ତାଲା ଛଟେଇ ଚାଲିଛି । ପାଖରେ ଡିଗ୍ରୀ ଅଛିମାତ୍ର ଧାଁ ଦୌଡ଼ କରି ମଧ୍ୟ ଚାକିରି ମିଳୁନିସ୍ୱପ୍ନ ଚୁରମାର୍‌, ବହଳିଆ ଚାପଗ୍ରସ୍ତ ମନକରୋନାଠୁ ବଳିଗଲାଣି ଦେଶରେ ବେକାରୀ ମହାମାରୀ । ହା ହୁତାଶ ମଧ୍ୟରେ କଟୁଛି ଯୁବପିଢ଼ିଙ୍କ ଜୀବନ । କେନ୍ଦ୍ରର ବିଜେପି ସରକାର ଭୋଟ ଇସ୍ତାହାରରେ ଦେଇଥିଲା ଲୋଭିଲା ପ୍ରତିଶ୍ରୁତି । ବାର୍ଷିକ ୨ କୋଟି ନିଯୁକ୍ତି ସୃଷ୍ଟି କରିବୁ । ନୂଆ ଭାରତର ସ୍ୱପ୍ନ ପୂରଣ କରିବାକୁ ଯୁବପିଢ଼ିଙ୍କୁ ନିଯୁକ୍ତି ଦେବାକୁ ଆମ ସରକାର ଫୋକସ୍ କରିବ । ମାତ୍ର ଦ୍ୱିତୀୟ ପାଳି କ୍ଷମତାକୁ ଆସିବାର ଦି ବର୍ଷ ପୂରିଲାଣି । ୨ କୋଟି ନିଯୁକ୍ତି କେବଳ ମିଛ ପ୍ରତିଶ୍ରୁତି ପାଲଟିଛି । ଆମ ଯୁବପିଢ଼ିଙ୍କ ଏ ଗମ୍ଭୀର ସମସ୍ୟା ପାଇଁ ମୋଦି ସରକାରଙ୍କର ଧ୍ୟାନ ନାହିଁ କି ସମୟଭୋଟ ବେଳେ ଦେଇଥିବା ଗୋଲାପି ପ୍ରତିଶ୍ରୁତି କ୍ଷମତା ଚଉକିରେ ବସିବା ପରେ ଉଭେଇ ଯାଇଛି । ଦେଶରେ ଏବେ ବେକାରୀ ହାର ୭.୫ ରହିଛିସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି ( ସିଏମଆଇଇ)ର ଆଜିର ପରିସଂଖ୍ୟାନ କହୁଛି, ଦେଶର ସହରାଞ୍ଚଳରେ ଏଡି ହାର ୭.୫ ଥିଲା ବେଳେ ଗ୍ରାମାଞ୍ଚଳରେ ୭.୬ । ନିକଟ ଭବିଷ୍ୟତରେ ଏ ପରିସଂଖ୍ୟାନରେ ବଡ଼ ପରିବର୍ତ୍ତନର ଆଶଙ୍କା ମଧ୍ୟ ନାହିଁ । କେନ୍ଦ୍ରର ବିଜେପି ସରକାରଙ୍କ ଅବହେଳା ଓ ଅଣଦେଖାରୁ ଯୁବପିଢ଼ିଙ୍କ ଅବସ୍ଥା ସଂଗୀନ୍ ।

After 2nd paragraph post ads

ଆମ ଯୁବକ ଯୁବତୀମାନଙ୍କ ଆଗରେ ଏବେ କେବଳ ଆଶଙ୍କା ଆଉ ଅନିଶ୍ଚିତତା ଭାରତ ହେଉଛି ଯୁବପିଢ଼ିଙ୍କ ଦେଶ । ସମଗ୍ର ବିଶ୍ୱରେ ଆମ ଯୁବପିଢ଼ିଙ୍କୁ ‘ଡିଭିଡେଣ୍ଡ୍‌’ ହିସାବରେ ଗଣା ଯାଏ । ମାତ୍ର ସେମାନଙ୍କ ଭାଗ୍ୟ ଏବେ ପଥର ତଳେ । ବିଜେପି ସରକାରଙ୍କ ନିଷ୍ଠା ନଥିବାରୁ ଶିକ୍ଷିତ, ଅର୍ଦ୍ଧଶିକ୍ଷିତ ସବୁ ବର୍ଗ ଏବେ ଛଟପଟ । ସରକାରୀ ହେଉ ଅବା ବେସରକାରୀ ସଂସ୍ଥାରେ କର୍ମନିଯୁକ୍ତି ମିଳୁନିଆତ୍ମନିଯୁକ୍ତି କଥା ନକହିଲେ ଭଲ । କାମଧନ୍ଦା ଯାହା ମିଳୁଛି ତାହା ସମୁଦ୍ରକୁ ଶଙ୍ଖେ । ବୟସ ଗଡ଼ି ଗଡ଼ି ଚାଲିଛି । ନିଯୁକ୍ତିର ହାର ଉପରମୁହାଁ ଧରୁନି । ଗ୍ରାଫ୍ ଖସୁଛି ତଳକୁ, ଆହୁରି ତଳକୁ ।

Middle post content

ସିଏମ୍‌ଆଇଇର ପରିସଂଖ୍ୟାନ କହୁଛି, ଆନ୍ଧ୍ରପ୍ରଦେଶରେ ବେକାରୀ ହାର ଏବେ ୫.୪% ଥିଲା ବେଳେ ବିହାରରେ ୧୩.୯, ଦିଲ୍ଲୀରେ ୧୧.୦, ଓଡ଼ିଶାରେ ୧.୧, ପଞ୍ଜାବରେ ୧୧.୦ ପଡ଼ୋଶୀ ଝାଡ଼ଖଣ୍ଡରେ ଏହି ହାର ୧୮ ପ୍ରତିଶତ ଥିଲା ବେଳେ ପଶ୍ଚିମବଙ୍ଗରେ ୫.୬ । ଦେଶରେ ପ୍ରାୟ ସାଢ଼େ ୫ କୋଟି ଶିକ୍ଷିତ ଯୁବକ ନିଯୁକ୍ତି ଅପେକ୍ଷାରେ । ୨୦ ରୁ ୨୯ ବର୍ଷ ମଧ୍ୟରେ ୩ କୋଟି ପାଖାପାଖି ଯୁବକ ଯୁବତୀ ଏଥିରେ ଅଛନ୍ତି । ଏ ବୟସରେ କର୍ମନିଯୁକ୍ତି ଜରୁରୀ ଥିଲା ବେଳେ ଏମାନଙ୍କ ସଂଖ୍ୟାର ୩୩% ଏବେ ବି ଚାକିରି ଅପେକ୍ଷାରେ ଛଟପଟ ହୋଇ ଦିନ କାଟୁଛନ୍ତି । ୨୦ ରୁ ୪୫ ବର୍ଷ ମଧ୍ୟରେ ବେକାରଙ୍କ ସଂଖ୍ୟାକୁ ମିଶାଇଲେ ଜନସଂଖ୍ୟାର ୨୧ ପ୍ରତିଶତରୁ ଅଧିିକ ବ୍ୟକ୍ତିଙ୍କ ପାଖରେ କାମଧନ୍ଦା ନାହିଁ

କେବଳ ଫମ୍ପା ପ୍ରତିଶ୍ରୁତି ଦେଇ ବିଜେପି କେନ୍ଦ୍ରରେ କ୍ଷମତା ଚୌକିରେ ବସିଛି । ବେକାରଙ୍କ ପାଇଁ କେନ୍ଦ୍ର କିଛି ଆଖିଦୃଶିଆ ପଦକ୍ଷେପ ନେଉନି । ଏଣେ ପ୍ରତିବର୍ଷ ପ୍ରାୟ ୧ କୋଟି ପିଲା ଚାକିରି ବଜାରକୁ ନୂଆ କରି ପ୍ରବେଶ କରୁଛନ୍ତି । ଚାକିରି ଦରାଣ୍ଡୁଛନ୍ତି । ସମସ୍ୟା ଆହୁରି ଉତ୍କଟ ହେଉଛି । ଗତ ୫ ଦଶନ୍ଧିରେ ବେକାରୀ ହାର ସର୍ବୋଚ୍ଚସ୍ତର (୬.୧%)ରେ ପହଞ୍ଚିବା ପରେ ବି ସରକାରଙ୍କ ବୁଦ୍ଧି ଉଦୟ ହୋଇନି । ସେଇମିତି ନିଦା ବିଷ୍ଣୁ ଭଳି ବସିଛନ୍ତିବିରୋଧୀମାନେ ଏଥିପାଇଁ ମୋଦି ସରକାରଙ୍କୁ କୈଫିୟତ୍ ମାଗୁଛନ୍ତିମାତ୍ର କେନ୍ଦ୍ର ସରକାର କେବଳ ଭୁଆଁ ବୁଲାଇ ଚାଲିଛନ୍ତି

ଦେଶରେ ଶ୍ରମଶକ୍ତି ଏବେ ବାଟବଣାମହାତ୍ମା ଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ପାଣ୍ଠି ଅଭାବ ପ୍ରକଳ୍ପରେ ବାଧକ ସାଜିଛି । ଏଥିରେ ମଜୁରୀ ହାର ଶ୍ରମଶକ୍ତିକୁ ଖୁସି ଦେଉନି । ଯେଉଁଥି ପାଇଁ ଗ୍ରାମାଞ୍ଚଳରେ ଲୋକମାନେ ଦାଦନ ଯିବାକୁ ପସନ୍ଦ କରୁଛନ୍ତି । ଦେଶର ଗ୍ରାମାଞ୍ଚଳରେ ଏବେ ପ୍ରାୟ ୩୭ ଲକ୍ଷ ଲୋକ ହାତବାନ୍ଧି ବସିଛନ୍ତି । କେନ୍ଦ୍ରୀୟ ସଂସ୍ଥାରେ ବର୍ଷକୁ ମାତ୍ର ଦେଢ଼ ଲକ୍ଷରୁ ଦୁଇ ଲକ୍ଷ ଚାକିରି ବାହାରୁଥିଲା ବେଳେ ୨କୋଟି ପିଲା ପରୀକ୍ଷା ହଲ୍‌ରେ ବସୁଛନ୍ତି ।

ବେକାରୀ ସମସ୍ୟା ଦେଶରେ ଏବେ ଉତ୍କଟ ରୂପ ଧାରଣ କରିଛି । ଦକ୍ଷତା ବିକାଶ କରି ଚାକିରି ଗୋଟାଇବାକୁ ସରକାରଙ୍କ ମେକ୍ ଇନ ଇଣ୍ଡିଆ, ସ୍କିଲ ଇଣ୍ଡିଆ, ଷ୍ଟାର୍ଟଅପ୍ ଇଣ୍ଡିଆ ଆନ୍ଦୋଳନ ଚମତ୍କାରିତା ଆଣିପାରିନିରେଳବାଇ, ଏମସ୍‌ରୁ ଆରମ୍ଭ କରି ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ପଦବି ଫାଙ୍କା ପଡ଼ିଛି । ରେଳବାଇର ୯୦ ହଜାର ପଦବି ପାଇଁ ୨.୫ କୋଟି ଆବେଦନପତ୍ର ଜମା ହୋଇଛି । ୪ କୋଟି ଯୁବକ ଚାକିରି ଖଣ୍ଡିଏ ପାଇବାକୁ ଦିନରାତି ପରିଶ୍ରମ କରୁଛନ୍ତି । ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି । ମାତ୍ର ଚାକିରି ବାହାରୁନି । ଯାହା ବାହାରୁଛି ତାହା ‘ହାତୀକୁ ହୋମିଓପ୍ୟାଥି’ । ନିଯୁକ୍ତି ପ୍ରକ୍ରିୟା ବି ଅତି ଧିମା । ବର୍ଷ ବର୍ଷ ଗଡ଼ି ଯାଉଛି । ପରୀକ୍ଷା ବାତିଲ୍ ହେଲେ ଆବେଦନକାରୀଙ୍କୁ ଜମାଟଙ୍କା ଫେରସ୍ତ ମିଳୁନି୨୨ ବର୍ଷରୁ ଚାକିରି ଖୋଜିଲେ ୩୫ ଛୁଇଁଲେ ବି ଦହଗଞ୍ଜରୁ ନାହିଁ ନିସ୍ତାରସରକାର କିନ୍ତୁ ନିଦାବିଷ୍ଣୁକର୍ପୋରେଟ୍ ହାଉସଗୁଡ଼ିକର ଲାଭ ବଢ଼ୁଛି, ନିଯୁକ୍ତି କିନ୍ତୁ ହେଉନିବେକାରୀ ଖାତରେ ପଡ଼ି ଯୁବପିଢ଼ି ଛଟପଟ । ସରକାର କିନ୍ତୁ ମିଛ ଆତ୍ମପ୍ରଚାରରେ ମସଗୁଲ୍

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami