କୋଟିପତିଙ୍କ କଳାଟଙ୍କାର ଗୁମର ଖୋଲୁଥିବା ପାନାମା ପେପର ଓ ପାଣ୍ଡୋରା ବକ୍ସ ମଧ୍ୟରେ ଫରକ କ’ଣ ? କିଏ ଅଧିକ ଗୁରୁତ୍ୱପୂର୍ଣ୍ଣ ?

ପାନାମା ପେପର୍ସ ମାମଲାରେ ବଚ୍ଚନ ପରିବାରର ମୁସ୍କିଲ ବଢିଛି । କାରଣ ସୋମବାର ଦିନ ପୂର୍ବତନ ବିଶ୍ୱ ସୁନ୍ଦରୀ ତଥା ବଚନ ପରିବାରର ବୋହୂ ଐଶର୍ଯ୍ୟାଙ୍କୁ ପାନାମା ପେପର୍ସ ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ଙ୍କ ସମ୍ମୁଖରେ ହାଜର ହେବାକୁ ପଡିଛି । ଗତ ମାସରେ ଏହି ମାମଲାରେ ଅଭିଶେଖ ବଚ୍ଚନଙ୍କୁ ଜେରା କରାଯାଇଥିଲା । ଏକ ରିପୋର୍ଟ ଅନୁସାରେ ଏହି ମାମଲାରେ ଇଡି ସିନିୟର ବଚ୍ଚନଙ୍କୁ ମଧ୍ୟ ପଚରାଉଚରା ପାଇଁ ନୋଟିସ ପଠାଇ ପାରେ । ୨୦୧୬ ମସିହାରେ ପ୍ରଥମ ଥର ପାଇଁ ପାନାମା ପେପର୍ ଆସିଥିଲା । ଯେଉଁଥିରେ ଦେଶ ବିଦେଶର ୫ଶହରୁ ଅଧିକ ଧନୀକଙ୍କ ନାମ ଥିଲା, ଯେଉଁମାନେ ନିଜ କଳାଧନକୁ ଦରିଆପାରିରେ ଲୁଚାଇଛନ୍ତିପାଣ୍ଡୋରା ବକ୍ସ ପାନାମା ପେପର ସାମ୍ନାକୁ ଆସିବାର ୫ ବର୍ଷ ପରେ ଆଇସିଆଇଜେ ଜାରି କରିଥିଲା ।

ତେବେ ଆସନ୍ତୁ ଜାଣିବା କେମିତି ଏହି ଦୁଇ ପେପର୍ସ ସାମ୍ନାକୁ ଆସିଥିଲା ଓ ଦୁଇ ପେପର ମଧ୍ୟରୁ କେଉଁଟି ଅଧିକ ଗୁରୁତ୍ୱପୂର୍ଣ୍ଣ..

କେବେ ସାମ୍ନାକୁ ଆସିଥିଲେ ପାନାମା ଓ ପାଣ୍ଡୋରା ?

୨୦୧୬ ମସିହାରେ ଦୁନିଆର ୧୦୦ ଗଣମାଧ୍ୟମ ସଂଗଠନଙ୍କ ସହିତ ସମ୍ପର୍କ ରଖୁଥିବା ICIJ ( ଇଣ୍ଟରନ୍ୟାସନାଲ କନସୋର୍ଟିୟମ ଅଫ୍ ଇନଭେଷ୍ଟିଗେଟିଭ୍ ଜର୍ଣ୍ଣାଲିଷ୍ଟ୍) ପାନାମା ପେପର୍ସ ଜାରି କରିଥିଲା । ବିଭିନ୍ନ ଦେଶର କୋଟିପତି କେମିତି ନିଜ କଳା ଟଙ୍କାକୁ ଦେଶ ବାହାରେ ନିବେଶ କରୁଛନ୍ତି ସେହି କଥା ଏହି ପେପର୍ସରୁ ଜଣା ପଡିଥିଲା । ଏହାର ୫ ବର୍ଷ ପରେ ଆଇସିଆଇଜେ ପକ୍ଷରୁ ପାଣ୍ଡୋରା ପେପର୍ସ ଜାରି କରାଯାଇଥିଲା

ପାନାମା ଓ ପାଣ୍ଡୋରା ମଧ୍ୟରେ ଫରକ କ’ଣ ?

ICIJ ର ଆଧିକାରିକ ୱେବସାଇଟ୍ ଅନୁସାରେ ପାନାମା ପେପର୍ସ ଏଭଳି ଦସ୍ତାବିଜ ଯେଉଁଥିରେ ଟ୍ୟାକ୍ସ ଚୋରି ଓ କଳାଟଙ୍କାକୁ ଧଳା କରିବାର ବିବରଣୀ ରହିଛି । ଏହି ଦସ୍ତାବିଜକୁ ପାନାମାର ଗୋଟିଏ କମ୍ପାନୀ ମୋସେକ୍ ଫୋସେଁକେର ସର୍ଭରକୁ ହ୍ୟାକ୍ କରି ୨୦୧୩ରେ ହାସଲ କରାଯାଇଥିଲା । ଏହି କମ୍ପାନୀ ଅନେକ ଦେଶର କୋଟିପତିଙ୍କୁ ଟ୍ୟାକ୍ସ ଚୋରି କରିବାରେ ସାହାଯ୍ୟ କରିଥିଲା । ଏଥିରେ ଭାରତ ସମେତ ଅନେକ ଦେଶର ନାମି ଦାମୀ ବ୍ୟକ୍ତି ସାମିଲ ଥିଲେ । ପାନାମା ପେପର୍ସର ଦସ୍ତାବିଜ୍ କେବଳ ମୋସେକ୍ କମ୍ପାନୀର ଦସ୍ତାବିଜକୁ ନେଇ ତିଆରି କରାଯାଇଥିଲା । କିନ୍ତୁ ପାଣ୍ଡୋରା ପେପର୍ସରେ ଅନ୍ୟ ୧୪ଟି କମ୍ପାନୀଙ୍କଠାରୁ ହାସଲ କରାଯାଇଥିବା ଦସ୍ତାବିଜ୍ ସାମିଲ ଥିଲାପାଣ୍ଡୋରା ପେପର୍ସରେ ୨୭ ହଜାର କମ୍ପାନୀଙ୍କ ଟ୍ୟାକ୍ସ ଚୋରି ଡାଟା ରହିଛି । ଏହି ୨୭ ହଜାର କମ୍ପାନୀରେ ୨୯ ହଜାର ବ୍ୟକ୍ତିଙ୍କ ମାଲିକାନା ରହିଛି ତେଣୁ ପାନାମା ପେପର୍ସଠାରୁ ପାଣ୍ଡୋରା ଅଧିକ ଗୁରୁତ୍ୱପୂର୍ଣ୍ଣ

ପାନାମା ଓ ପାଣ୍ଡୋରା ପେପର୍ସରେ କାହା କାହା ନାମ ରହିଛି ?

ଏହି ଦୁଇ ଦସ୍ତାବିଜରେ ପାଖାପାଖି ୫ଶହ ଭାରତୀୟଙ୍କ ନାମ ଅଛି । ଯେଉଁମାନଙ୍କ ମଧ୍ୟରେ ଅମିତାଭ,ଐଶର୍ଯ୍ୟ ଓ ଅଭିଶେକଙ୍କ ନାମ ରହିଛି । ଏହା ସହିତ ଡିଏଲଏଫ୍ ମୁଖ୍ୟ କେପି ସିଂହ, ଶିଳ୍ପପତି ସମୀର ଗହଲୋତଙ୍କ ନାମ ମଧ୍ୟ ଏଥିରେ ଅଛି । ସଚିନ ତେନ୍ଦୁଲକର ଓ ତାଙ୍କ ପତ୍ନୀ ଅଂଜଳୀଙ୍କ ନାମ ମଧ୍ୟ ତାଲିକାରେ ରହିଛି । ରାଜନୈତିକ ନେତାଙ୍କ ମଧ୍ୟରେ କଂଗ୍ରେସର ସତିଶ ଶର୍ମାଙ୍କ ନାମ ମଧ୍ୟ ଅଛି । ପାଣ୍ଡୋରା ପେପର୍ସରେ ୯୦ ଦେଶର ୩୩୦ ଜଣ ନାମିଦାମୀ ଲୋକଙ୍କ ନାମ ଅଛି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ, ଇଂଲଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟର, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ନାମ ମଧ୍ୟ ଏହି ତାଲିକାରେ ଅଛି ।

abhisek bachchanaishwarya and abhisekaishwarya rai bachchanamitabhbachchan familybachchan family daughter in lawblack moneycongress satish sharmaDLF chief kp singhED may summon senior bachchanED summoned aishwarya raiengland former prime minister tony blairformer miss worldICIJindustialist sameer gehlautInternational Consortium of Investigative Journalistspakistan former prime minister nawaj sharifpanama papers leak casepandora box and panama paperrussia president vladimir putinsachin tendulkar and his wife anjalitax theft and black money to whiteଅଭିଶେଖ ବଚ୍ଚନଙ୍କୁ ଜେରାଅମିତାଭଇଡିଇଡି ସିନିୟର ବଚ୍ଚନଙ୍କୁ ମଧ୍ୟ ପଚରାଉଚରାଇଣ୍ଟରନ୍ୟାସନାଲ କନସୋର୍ଟିୟମ ଅଫ୍ ଇନଭେଷ୍ଟିଗେଟିଭ୍ ଜର୍ଣ୍ଣାଲିଷ୍ଟ୍ଇଂଲଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟରଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଐଶର୍ଯ୍ୟ ଓ ଅଭିଶେକଐଶର୍ଯ୍ୟାକଂଗ୍ରେସର ସତିଶ ଶର୍ମାକଳାଧନଟ୍ୟାକ୍ସ ଚୋରି ଓ କଳାଟଙ୍କାକୁ ଧଳାଡିଏଲଏଫ୍ ମୁଖ୍ୟ କେପି ସିଂହପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫପାଣ୍ଡୋରା ବକ୍ସ ପାନାମା ପେପରପାନାମା ପେପର୍ସ ମାମଲାପୂର୍ବତନ ବିଶ୍ୱ ସୁନ୍ଦରୀପ୍ରବର୍ତ୍ତନ ନିର୍ଦ୍ଦେଶାଳୟବଚନ ପରିବାରର ବୋହୂବଚ୍ଚନ ପରିବାରଶିଳ୍ପପତି ସମୀର ଗହଲୋତସଚିନ ତେନ୍ଦୁଲକର ଓ ତାଙ୍କ ପତ୍ନୀ ଅଂଜଳୀ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami