40 ବର୍ଷ ତଳର ସେହି ପୁରୁଣା ପ୍ରେମକାହାଣୀ ଅଖିଳେଶଙ୍କୁ ଆଗାମୀ ୪୯ ଦିନ ପାଇଁ ଦେବ ଯନ୍ତ୍ରଣା

ଅଖିଳେଶଙ୍କୁ ସେତେବେଳେ ୯ ବର୍ଷ ହୋଇଥିଲା । ନା ସେ ରାଜନୀତିକୁ ବୁଝୁଥିଲେ ନା ପ୍ରେମ ଅଢେଇ ଅକ୍ଷର ବୋଲି ଜାଣିଥିଲେ । ସେତେବେଳେ ସେ ଜାଣିନଥିଲେ ଯେ, ତାଙ୍କ ଘରେ ଏବେ ଯାହା କିଛି ଘଟୁଛି ତାହା ଆଗକୁ ତାଙ୍କ ରାଜନୈତିକ ଓ ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରିବ । ଜାନୁଆରୀ ୧୯ ୨୦୨୨ରେ ଅଖିଳେଶ ଯେଉଁ ସାମ୍ବାଦିକ ସମ୍ମିଳନୀ କରିଥିଲେ ସେଥିରେ ତାଙ୍କୁ ଭାଇ ବୋହୂ ଅପର୍ଣ୍ଣା ଯାଦବଙ୍କ ବିଜେପିରେ ସାମିଲ ହେବା ନେଇ ପ୍ରଶ୍ନ କରାଯାଇଥିଲା । ଏହି ପ୍ରଶ୍ନର ଉତ୍ତରରେ ଅଖିଳେଶ ବାସ ଏତିକି କହିଥିଲେ ଯେ, ତାଙ୍କୁ ଶୁଭେଛା

କାହାଣୀର ଆରମ୍ଭ ୪୦ ବର୍ଷ ତଳେ..

୧୯୮୨ ମସିହାର କଥା । କଂଗ୍ରେସ ଶକ୍ତ ହୋଇ ପୁଣି କ୍ଷମତାକୁ ଫେରିଥିଲା କିନ୍ତୁ ତଥାପି ଏହା ବିଘଟନର ରାସ୍ତାରେ ଥିଲା । ଆଂଚଳିକ ଶକ୍ତି ସବୁ କଂଗ୍ରେସର ରାଜନୈତିକ ଭିତ୍ତିଭୂମିକୁ ଚ୍ୟାଲେଂଜ୍ କରିବାକୁ ପ୍ରସ୍ତୁତ ହେଉଥିଲେ । ବିଶେଷକରି ଉତ୍ତର ପ୍ରଦେଶରେ ଜଣେ ନେତା ଲୋକଙ୍କ ମଧ୍ୟରେ ବେସ ପରିଚିତ ଥିଲେ । ନାମ ଥିଲା ମୁଲାୟମ ସିଂ ଯାଦବ । ବୟସ ୪୩ । କଳା ନିଶ ସହ ମୁହଁରେ ହସ ଲୋକଙ୍କୁ ତାଙ୍କ ଆଡକୁ ଟାଣୁଥିଲା । ସେତେବେଳେ ସମାଜବାଦୀ ପାର୍ଟି ନଥିଲା । ଥିଲା ରାଷ୍ଟ୍ରୀୟ ଲୋକଦଳ ଔରେୟାର ବାସିନ୍ଦା କମଳାପତିଙ୍କ ୨୩ ବର୍ଷିୟ ଝିଅ ସାଧନା ଯାଦବ ମଧ୍ୟ ରାଜନୀତିରେ ରୂଚି ରଖୁଥିଲେ । କିଛି ରାଜନୈତିକ କାର୍ଯ୍ୟକ୍ରମ କାଳରେ ସାଧନା ଓ ମୁଲାୟମଙ୍କ ମଧ୍ୟରେ ଦେଖାସାକ୍ଷାତ ହୋଇଥିଲା । ଏହି ଦେଖାଚାହାଁ ପରେ ପ୍ରେମରେ ବଦଳି ଯାଇଥିଲା । ଆଉ ଏହି ଲୁଚାଚୋରା ପ୍ରେମ ବାବଦରେ କେହି ମଧ୍ୟ ଟେର ପାଇନଥିଲେ । କେବଳ ଜଣେ ବ୍ୟକ୍ତି ଜାଣିଥିଲେ ନେତାଜୀଙ୍କୁ ପ୍ରେମ ଘାରିଛି । ସେହି ବ୍ୟକ୍ତିଙ୍କ ନାମ ଥିଲା ଅମର ସିଂହ । ଅମର ସିଂହ ଆଜି ନାହାନ୍ତି କିନ୍ତୁ କାହାଣୀ ଅଛି ।

ଏମିତି ମୁଲାୟମଙ୍କ ପ୍ରେମରୁ ଉଠିଥିଲା ପରଦା..

ଜଣେ ଲେଖିକା ଅଛନ୍ତି । ନାଁ ହେଉଛି ସୁନିତା ଏରୋନ୍ । ସେ ଅଖିଳେଶଙ୍କ ବାୟୋଗ୍ରାଫି ‘ବଦଲାବ କି ଲହର’ ଲେଖିଛନ୍ତି । ଏହି ବହିର କିଛି ପୃଷ୍ଠା ମୁଲାୟମଙ୍କ ପ୍ରେମକୁ ଉତ୍ସର୍ଗ ହୋଇଥିଲା । ଏରୋନଙ୍କ ଅନୁସାରେ ଆରମ୍ଭରେ ମୁଲାୟମ ଓ ସାଧାନାଙ୍କ ମଧ୍ୟରେ ସାକ୍ଷାତ ସୌଜନ୍ୟମୁଳକ ଥିଲା । ମୁଲାୟମଙ୍କ ମା’ଙ୍କ ପାଇଁ ଉଭୟ ପରସ୍ପରର ନିକଟତର ହୋଇଥିଲେମୁଲାୟମଙ୍କ ମା’ ମୁର୍ତ୍ତି ଦେବୀ ରୋଗଶଯ୍ୟାରେ ଥିବା ବେଳେ ଜଣେ ନର୍ସ ଭୁଲ ଇଂଜେକ୍ସନ ଦେବାକୁ ଯାଉଥିଲେ । ଏହି ସମୟରେ ସାଧନା ନର୍ସକୁ ଅଟକାଇ ମୁର୍ତ୍ତି ଦେବୀଙ୍କ ଜୀବନ ବଂଚାଇଥିଲେ । ଏହାପରେ ମୁଲାୟମ ସାଧନାଙ୍କୁ ଭଲ ପାଇବାରେ ଲାଗିଥିଲେ । ସେତେବେଳେ ଅଖିଳେଶ ସ୍କୁଲରେ ପଢୁଥିଲେ ।

ଅଖିଳେଶଙ୍କୁ ଚାପୁଡା ମାରିଥିଲେ ସାଧନା

କାରୱାଁ ମେଗାଜିନରେ ନେହା ଦିକ୍ଷିତଙ୍କ ଏକ ରିପୋର୍ଟରେ ଏହି କାହାଣୀ ପ୍ରକାଶିତ ହୋଇଥିଲା । ଯାଦବ ପରିବାରର ଜଣେ ସଦସ୍ୟଙ୍କ ନାମ ପ୍ରକାଶ ନକରି ନେହା ରିପୋର୍ଟରେ ଲେଖିଥିଲେ ଯେ, ୧୯୮୮ରେ ମୁଲାୟମ ଅଖିଳେଶଙ୍କୁ ନେଇ ସାଧନାଙ୍କ ଘରକୁ ଯାଇଥିଲେସେତେବେଳେ ଅଖିଳେଶଙ୍କୁ ୧୫ ବର୍ଷ ହୋଇଥିଲା । କିନ୍ତୁ କେହି କାହାକୁ ପସନ୍ଦ କରିନଥିଲେ । ଥରେ କୌଣସି କାରଣରୁ ବିରକ୍ତ ହୋଇ ସାଧନା ଅଖିଳେଶଙ୍କୁ ଚାପୁଡା ମଧ୍ୟ ମାରିଥିଲେ । ଏହାପରେ ଅଖିଳେଶଙ୍କୁ ପଢିବା ପାଇଁ ପିତା ମୁଲାୟମ ଘରୁ ବାହାରକୁ ପଠାଇ ଦେଇଥିଲେ

କିନ୍ତୁ ଆପଣ ଯଦି ଭାବୁଛନ୍ତି କାହାଣୀ ସରିଗଲା ତେବେ ଭୁଲ । କାହାଣୀ ଆହୁରି ଅଛି । ମୁଲାୟମ ଓ ସାଧନା ପ୍ରେମକାହାଣୀରେ ୨୦୦୫ରେ ଏଣ୍ଟ୍ରି ହୋଇଥିଲା ବିଶ୍ୱନାଥ ଚତୁର୍ବେଦୀଙ୍କରଚତୁର୍ବେଦୀ ହିଁ ଥିଲେ ସେହି ବ୍ୟକ୍ତି ଯିଏ ମୁଲାୟମଙ୍କ ଗୁପ୍ତ ପ୍ରେମ କାହାଣୀକୁ ପବ୍ଲିକ କରି ଦେଇଥିଲେ । ୨୦୦୫ରେ ବିଶ୍ୱନାଥ ସୁପ୍ରିମକୋର୍ଟରେ ଏକ ସତ୍ୟାପଠ ଦାଖଲ କରି ପଚାରିଥିଲେ ଯେ, ୧୯୭୯ ମସିହାରେ ୭୯ ହଜାରଟଙ୍କାର ସମ୍ପତ୍ତି ଥିବା ବ୍ୟକ୍ତିଙ୍କ ପାଖକୁ ହଜାର ହଜାର କୋଟି କେମିତି ଆସିଲା ? ସୁପ୍ରିମକୋର୍ଟ କହିଲେ…ସିବିଆଇ ମୁଲାୟମଙ୍କ ସମ୍ପତ୍ତିର ତଦନ୍ତ କରୁ..

ମୁଲାୟମଙ୍କ ସମ୍ପତ୍ତିର ଖୋଳତାଡ ହେଉ ହେଉ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ସାଧନା ଗୁପ୍ତା ଓ ତାଙ୍କ ପୁଅଙ୍କ ବାବଦରେ ତଥ୍ୟ ସାମ୍ନାକୁ ଆସିଥିଲା ସିବିଆଇ ରିପୋର୍ଟରେ କୁହାଯାଇଥିଲା ଯେ, ମୁଲାୟମଙ୍କର ଦ୍ୱିତୀୟ ପତ୍ନୀ ଅଛନ୍ତି । ୧୯୯୪ରେ ପ୍ରତିକ ଗୁପ୍ତା ସ୍କୁଲ ଫର୍ମରେ ନିଜ ସ୍ଥାୟୀ ଠିକଣା ଭାବେ ମୁଲାୟମଙ୍କ ସରକାରୀ ବାସଭବନର ଠିକଣା ଦେଇଥିଲେ ମାଙ୍କ ନାମ ସାଧନା ଗୁପ୍ତା ଓ ପିତାଙ୍କ ନାମ ଏମଏସ ଯାଦବ ବୋଲି ସ୍କୁଲ କାଗଜପତ୍ରରେ ଥିଲା । ୨୦୦୦ ମସିହାରେ ପ୍ରତୀକଙ୍କ ଗାର୍ଡିଆନ୍ ଭାବେ ମୁଲାୟମଙ୍କ ନାମ ଲେଖା ଯାଇଥିଲା । ମେ ୨୩ ୨୦୦୩ରେ ମୁଲାୟମ ସାଧନାଙ୍କୁ ନିଜ ପତ୍ନୀର ମର୍ଯ୍ୟଦା ଦେଇଥିଲେଏହାପରେ ସ୍ୱୟଂ ମୁଲାୟମ ସୁପ୍ରିମକୋର୍ଟରେ ୨୦୦୭ରେ ଦାଖଲ କରିଥିଲା ଶପଥପତ୍ରରେ ସାଧନା ତାଙ୍କ ପତ୍ନୀ ବୋଲି ସ୍ୱୀକାର କରିଥିଲେ ।

ସାଧନାଙ୍କ ସହିତ ସମ୍ପର୍କ ପରେ ହିଁ ମୁଲାୟମ ମୁଖ୍ୟମନ୍ତ୍ରୀ ହୋଇଥିଲେ । ତେଣୁ ସେ ସାଧନାଙ୍କୁ ଲକି ବୋଲି ଭାବୁଥିଲେ । ଏବେ କିନ୍ତୁ ପୁଅ ଅଖିଳେଶ ନିଶ୍ଚିତ ରୂପେ ପିତାଙ୍କ ଏହି ପ୍ରେମ କାହାଣୀକୁ ପଛରେ ରଖି ଆଗକୁ ବଢିବାକୁ ଚାହିଁବେ । ତେବେ ସମସ୍ୟା ହେଉଛି ଭାଇବୋହୂ ଅପର୍ଣ୍ଣା ଯେମିତି ବିଜେପିରେ ସାମିଲ ହୋଇଛନ୍ତି ତାହା ଯାଦବ ପରିବାରକୁ ନିଶ୍ଚିତ ଭାବେ ବ୍ୟାକଫୁଟକୁ ନେଇଛି ଓ ଆଗାମୀ ୪୯ ଦିନ ଯାଏ ଗଣତି ନସରିବା ପର୍ଯ୍ୟନ୍ତ ଅଖିଳେଶଙ୍କୁ ସେହି ୪୦ ବର୍ଷର ପୁରୁଣା ପ୍ରେମ କାହାଣୀ ବ୍ୟତିବ୍ୟସ୍ତ କରିବ…

akhilesh yadavakhilesh yadav sister in law aparnaamar singhaparna yadavaparna yadav joins bjpbadlav ki lehar by sunita aronbiswanath chaturvedicaravan magazinemulayam singh yadavmulayam singh yadav and sadhan gupta love storymulayam singh yadav daughter in lawmulayam singh yadav love storymulayam singh yadav second wifemulayam singh yadav's love storymulayam singh yadav's mother murty devineha dixitprateek guptaprateek yadavprateek yadav wife aparna yadavrashtriya lokdalsadhan slapped akhileshsadhana guptasadhana yadavsamajwadi partysamajwadi party chiefSunita Aronup assembly elections 2022up elections 2022ଅପର୍ଣ୍ଣା ଯାଦବଙ୍କ ବିଜେପିରେ ସାମିଲଅମର ସିଂହଉତ୍ତର ପ୍ରଦେଶକାରୱାଁ ମେଗାଜିନନେହା ଦିକ୍ଷିତପ୍ରତିକ ଗୁପ୍ତାବଦଲାବ କି ଲହରବିଶ୍ୱନାଥ ଚତୁର୍ବେଦୀଭାଇବୋହୂ ଅପର୍ଣ୍ଣାମୁଲାୟମ ଓ ସାଧନା ପ୍ରେମକାହାଣୀମୁଲାୟମ ସିଂ ଯାଦବମୁଲାୟମଙ୍କ ପ୍ରେମମୁଲାୟମଙ୍କ ମା’ ମୁର୍ତ୍ତି ଦେବୀରାଷ୍ଟ୍ରୀୟ ଲୋକଦଳଲୁଚାଚୋରା ପ୍ରେମସମାଜବାଦୀ ପାର୍ଟିସାଧନା ଅଖିଳେଶଙ୍କୁ ଚାପୁଡା ମଧ୍ୟ ମାରିଥିଲେସାଧନା ଓ ମୁଲାୟମସାଧନା ଯାଦବସୁନିତା ଏରୋନ୍
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami