ରାଜେଶ ଓ ବିମଳଙ୍କ ବଦାନ୍ୟତା

କରୋନା ମହାମାରୀର ମାୟାଜାଲରେ ଛନ୍ଦି ହୋଇପଡ଼ିଛି ସାରା ବିଶ୍ୱ । ଜୀବନ ମରଣର ଦୋଛକିରେ ମଣିଷ । ବଂଚିବା ପାଇଁ କରିଚାଲିଛି ଅହରହ ସଂଗ୍ରାମ । ସଂଗ୍ରାମର ମହାମୁକାବିଲାରେ ଅକ୍ସିଜେନ ନେଇଛି  ନିର୍ଣ୍ଣାୟକ ଭୂମିକା । ଏପରି ଏକ ଘଡ଼ିସନ୍ଧି ମୂହୂର୍ତରେ ଅକ୍ସିଜେନ ଯୋଗାଇ ଜୀବନ ବିକଳରେ ଛଟପଟ ହେଉଥିବା ରୋଗୀର ଶେଷ ସାହାରା ପାଲଟିଛନ୍ତି ରାଜେଶ ଓ ବିମଳ । ରାଜେଶ ଅଗ୍ରୱାଲ ଓ ବିମଳ ଅଗ୍ରୱାଲ ଦୁଇ ଭାଇ । ମାଗଣାରେ ଅକ୍ସିଜେନ ଯୋଗାଇ ଏବେ ସାରା ରାଜ୍ୟରେ ପ୍ରଶଂସା ସାଉଟିଛନ୍ତି । ପ୍ରତ୍ୟେକ ଦିନ ଅନେକ ରୋଗୀଙ୍କୁ ବିନା ଦ୍ୱିଧାରେ ଅକ୍ସିଜେନ ସିଲିଣ୍ଡର ଦେଇ ଅଶ୍ୱସ୍ତି କରିଥାନ୍ତି ।

ରାଜେଶ ଓ ବିମଳଙ୍କର ଦୁଇଟି ଅକ୍ସିଜେନ କାରଖାନା ରହିଛି । ଗୋଟିଏ ଯାଜପୁର ଜିଲ୍ଲା ଦାନଗଦି ନିକଟ ମାନପୁରଠାରେ ଏବଂ ଅନ୍ୟଟି କଟକର ଜଗତପୁରରେ । ଓଡ଼ିଶାର ବିଭିନ୍ନ ଡାକ୍ତରଖାନାକୁ ଅମ୍ଲଜାନ ଯୋଗାଇବା ବ୍ୟତୀତ ଏହି ଦୁଇଟି କାରଖାନା ଉପକୂଳ ଓଡ଼ିଶାର ବିଭିନ୍ନ ଏନ୍‌ଜିଓ ଏବଂ କୋଭିଡ୍ -୧୯ ରୋଗୀଙ୍କୁ ମାଗଣାରେ ଅମ୍ଲଜାନ ସିଲିଣ୍ଡର ଯୋଗାଇ ଦେଉଛନ୍ତି । କାରଖାନାରେ ୪୦ରୁ ଅଧିକ କର୍ମଚାରୀ ଅମ୍ଲଜାନ ପ୍ରସ୍ତୁତ କରୁଛନ୍ତି । ପୁରୀ, ଭୁବନେଶ୍ୱର, କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ଭଦ୍ରକ, ବାଲେଶ୍ୱର ଏବଂ କେନ୍ଦୁଝର ପ୍ରଭୃତି ଜିଲ୍ଲାର ୫୦ରୁ ଅଧିକ ଏନ୍‌ଜିଓ ଓ ରୋଗୀଙ୍କ ସମ୍ପର୍କୀୟ ଅଗ୍ରୱାଲ ଭ୍ରାତାଙ୍କ କାରଖାନା ଦୁଇଟିରୁ ସିଲିଣ୍ଡର ନେଉଛନ୍ତି । ରାଜେଶଙ୍କ ସୂଚନା ମୁତାବକ ଗତ ଏପ୍ରିଲ ୭ରୁ ତାଙ୍କ କାରଖାନାରୁ ୫୦୦୦ରୁ ଅଧିକ ଅମ୍ଲଜାନ ସିଲିଣ୍ଡର ମାଗଣାରେ ଯୋଗାଇ ଦିଆଯାଇଛି । ମହାମାରୀ କରୋନା ନିୟନ୍ତ୍ରଣକୁ ନ ଆସିବା ପର୍ଯ୍ୟନ୍ତ ଏଭଳି ଅମ୍ଲଜାନ ଯୋଗାଣ ଜାରି ରହିବ ବୋଲି କହିଛନ୍ତି ଦୁଇଭାଇ । ରାଜ୍ୟର ବିଭିନ୍ନ ସ୍ଥାନକୁ ଯୋଗାଇବା ପାଇଁ ଚାରୋଟି ତରଳ ଅମ୍ଲଜାନ ଟ୍ୟାଙ୍କର ରଖିଛନ୍ତି । ମହାମାରୀ ବିରୋଧରେ ଲଢ଼ିବା ପାଇଁ ଦେଶର ଅନ୍ୟ ରାଜ୍ୟମାନଙ୍କୁ ମଧ୍ୟ ତରଳ ଅମ୍ଲଜାନ ଯୋଗାଇ ଦେଉଛି ତାଙ୍କ କାରଖାନା । ଲୋକଙ୍କ ଜୀବନର ମୂଲ୍ୟ ଆଗରେ ବ୍ୟବସାୟିକ ଫାଇଦାକୁ ତଉଲି ନଥାନ୍ତି ଏହି ଦୁଇ ଭାଇ । ଅସହାୟ, ଗରିବ, ନିରାଶ୍ରୟଙ୍କୁ ସହଯୋଗ କରିବାକୁ ଭଗବାନ ଆମକୁ ଏକ ମାଧ୍ୟମ ଦେଇଛନ୍ତି । ଯାହାର ସଦୁପଯୋଗ କରିବା ହିଁ ମଣିଷର ମଣିଷପଣିଆ ବୋଲି କହିଛନ୍ତି ରାଜେଶ ଓ ବିମଳ ।   

୫୦୦୦ରୁ ଅଧିକ ଅମ୍ଲଜାନ ସିଲିଣ୍ଡର ମାଗଣାରେbimal agarwalCovid second waveJagatpur CuttackJajpur RoadNGOOxygen cylinder freeoxygen free of costoxygen tankerrajesh and bimalrajesh kumar agarwalShree Bimal Oxygen and Minerals Private Limitedଅମ୍ଲଜାନ ଟ୍ୟାଙ୍କରଅମ୍ଲଜାନ ସିଲିଣ୍ଡର ମାଗଣାଅସହାୟକଟକର ଜଗତପୁରକରୋନା ମହାମାରୀଗରିବଦୁଇଟି ଅକ୍ସିଜେନ କାରଖାନାବିମଳ ଅଗ୍ରୱାଲମାଗଣାରେ ଅମ୍ଲଜାନ ସିଲିଣ୍ଡରଯାଜପୁର ଜିଲ୍ଲାରାଜେଶ ଅଗ୍ରୱାଲରାଜେଶ ଓ ବିମଳ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami