ରାଜେଶ ଓ ବିମଳଙ୍କ ବଦାନ୍ୟତା

Above Post Content

କରୋନା ମହାମାରୀର ମାୟାଜାଲରେ ଛନ୍ଦି ହୋଇପଡ଼ିଛି ସାରା ବିଶ୍ୱ । ଜୀବନ ମରଣର ଦୋଛକିରେ ମଣିଷ । ବଂଚିବା ପାଇଁ କରିଚାଲିଛି ଅହରହ ସଂଗ୍ରାମ । ସଂଗ୍ରାମର ମହାମୁକାବିଲାରେ ଅକ୍ସିଜେନ ନେଇଛି  ନିର୍ଣ୍ଣାୟକ ଭୂମିକା । ଏପରି ଏକ ଘଡ଼ିସନ୍ଧି ମୂହୂର୍ତରେ ଅକ୍ସିଜେନ ଯୋଗାଇ ଜୀବନ ବିକଳରେ ଛଟପଟ ହେଉଥିବା ରୋଗୀର ଶେଷ ସାହାରା ପାଲଟିଛନ୍ତି ରାଜେଶ ଓ ବିମଳ । ରାଜେଶ ଅଗ୍ରୱାଲ ଓ ବିମଳ ଅଗ୍ରୱାଲ ଦୁଇ ଭାଇ । ମାଗଣାରେ ଅକ୍ସିଜେନ ଯୋଗାଇ ଏବେ ସାରା ରାଜ୍ୟରେ ପ୍ରଶଂସା ସାଉଟିଛନ୍ତି । ପ୍ରତ୍ୟେକ ଦିନ ଅନେକ ରୋଗୀଙ୍କୁ ବିନା ଦ୍ୱିଧାରେ ଅକ୍ସିଜେନ ସିଲିଣ୍ଡର ଦେଇ ଅଶ୍ୱସ୍ତି କରିଥାନ୍ତି ।

Middle post content

ରାଜେଶ ଓ ବିମଳଙ୍କର ଦୁଇଟି ଅକ୍ସିଜେନ କାରଖାନା ରହିଛି । ଗୋଟିଏ ଯାଜପୁର ଜିଲ୍ଲା ଦାନଗଦି ନିକଟ ମାନପୁରଠାରେ ଏବଂ ଅନ୍ୟଟି କଟକର ଜଗତପୁରରେ । ଓଡ଼ିଶାର ବିଭିନ୍ନ ଡାକ୍ତରଖାନାକୁ ଅମ୍ଲଜାନ ଯୋଗାଇବା ବ୍ୟତୀତ ଏହି ଦୁଇଟି କାରଖାନା ଉପକୂଳ ଓଡ଼ିଶାର ବିଭିନ୍ନ ଏନ୍‌ଜିଓ ଏବଂ କୋଭିଡ୍ -୧୯ ରୋଗୀଙ୍କୁ ମାଗଣାରେ ଅମ୍ଲଜାନ ସିଲିଣ୍ଡର ଯୋଗାଇ ଦେଉଛନ୍ତି । କାରଖାନାରେ ୪୦ରୁ ଅଧିକ କର୍ମଚାରୀ ଅମ୍ଲଜାନ ପ୍ରସ୍ତୁତ କରୁଛନ୍ତି । ପୁରୀ, ଭୁବନେଶ୍ୱର, କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ଭଦ୍ରକ, ବାଲେଶ୍ୱର ଏବଂ କେନ୍ଦୁଝର ପ୍ରଭୃତି ଜିଲ୍ଲାର ୫୦ରୁ ଅଧିକ ଏନ୍‌ଜିଓ ଓ ରୋଗୀଙ୍କ ସମ୍ପର୍କୀୟ ଅଗ୍ରୱାଲ ଭ୍ରାତାଙ୍କ କାରଖାନା ଦୁଇଟିରୁ ସିଲିଣ୍ଡର ନେଉଛନ୍ତି । ରାଜେଶଙ୍କ ସୂଚନା ମୁତାବକ ଗତ ଏପ୍ରିଲ ୭ରୁ ତାଙ୍କ କାରଖାନାରୁ ୫୦୦୦ରୁ ଅଧିକ ଅମ୍ଲଜାନ ସିଲିଣ୍ଡର ମାଗଣାରେ ଯୋଗାଇ ଦିଆଯାଇଛି । ମହାମାରୀ କରୋନା ନିୟନ୍ତ୍ରଣକୁ ନ ଆସିବା ପର୍ଯ୍ୟନ୍ତ ଏଭଳି ଅମ୍ଲଜାନ ଯୋଗାଣ ଜାରି ରହିବ ବୋଲି କହିଛନ୍ତି ଦୁଇଭାଇ । ରାଜ୍ୟର ବିଭିନ୍ନ ସ୍ଥାନକୁ ଯୋଗାଇବା ପାଇଁ ଚାରୋଟି ତରଳ ଅମ୍ଲଜାନ ଟ୍ୟାଙ୍କର ରଖିଛନ୍ତି । ମହାମାରୀ ବିରୋଧରେ ଲଢ଼ିବା ପାଇଁ ଦେଶର ଅନ୍ୟ ରାଜ୍ୟମାନଙ୍କୁ ମଧ୍ୟ ତରଳ ଅମ୍ଲଜାନ ଯୋଗାଇ ଦେଉଛି ତାଙ୍କ କାରଖାନା । ଲୋକଙ୍କ ଜୀବନର ମୂଲ୍ୟ ଆଗରେ ବ୍ୟବସାୟିକ ଫାଇଦାକୁ ତଉଲି ନଥାନ୍ତି ଏହି ଦୁଇ ଭାଇ । ଅସହାୟ, ଗରିବ, ନିରାଶ୍ରୟଙ୍କୁ ସହଯୋଗ କରିବାକୁ ଭଗବାନ ଆମକୁ ଏକ ମାଧ୍ୟମ ଦେଇଛନ୍ତି । ଯାହାର ସଦୁପଯୋଗ କରିବା ହିଁ ମଣିଷର ମଣିଷପଣିଆ ବୋଲି କହିଛନ୍ତି ରାଜେଶ ଓ ବିମଳ ।   

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami