ବୃକ୍ଷ ମଣିଷ ବିଜୟ

ଗଛ ସହ ଖାଲି ତାଙ୍କର ଶରୀର ନୁହେଁ, ଆତ୍ମା ଜଡ଼ିତ । ଗଛ ପାଇଁ ସେ ବଂଚୁଥିଲେ, ଏବେ ବଂଚୁଛନ୍ତି ଆଉ ଶରୀରରେ ରକ୍ତ ଥିବା ଯାଏ ବଂଚୁଥିବେ । ଗୋଟିଏ କି ଦୁଇଟି ନୁହେଁ ପାଖାପାଖି ୧ ଲକ୍ଷ ଗଛ ଲଗେଇସାରିଲେଣି ବିଜୟ ଜେନା । ଏ ନିଶା ତାଙ୍କୁ ଖାଲି ଖୁସି ଦେଉନି ବରଂ ପ୍ରକୃତି ମନରେ ମଧ୍ୟ ହସ ଫୁଟାଉଛି । ସେଥିପାଇଁ ତ ସିଏ ସମସ୍ତଙ୍କ ପାଇଁ  ବୃକ୍ଷ  ମଣିଷବାଲେଶ୍ୱର ଜିଲ୍ଲା ଅଧିବାସୀ ୪୪ ବର୍ଷୀୟ ବିଜୟ ପରିବାର ସହ ଭୁବନେଶ୍ୱର ସତ୍‌ସଙ୍ଗ ବିହାରରେ ରୁହନ୍ତି । ପିଲାବେଳୁ ଗଛ ପ୍ରତି ତାଙ୍କର ଭିନ୍ନ ଏକ ଆବେଗ ।  ଅଂଶୁଘାତରେ ପ୍ରାଣ ହରାଇଥିବା  ନିଜ ସାଙ୍ଗର ମୃତ୍ୟୁ ପରେ ୨୦୦୨ ରୁ ପରିବେଶକୁ ଗଛରେ ପରିପୂର୍ଣ୍ଣ କରିବା ଅଭିଯାନ ସେ ଆରମ୍ଭ କରିଛନ୍ତି । ଆଉ ଏହି ଅଭିଯାନରେ ନିଜର ସ୍ତ୍ରୀ ଓ ପୁଅକୁ ସାମିଲ କରିଛନ୍ତି । ଖାଲି ସେତିକି ନୁହେଁ, ଆୟକର ବିଭାଗରେ ଚାକିରି କରୁଥିବା ବିଜୟଙ୍କୁ ଅଫିସ୍‌ରୁ ମଧ୍ୟ ବେଶ୍ ସହଯୋଗ ମିଳୁଛି ।  ଭୁବନେଶ୍ୱର, ପୁରୀ, କଟକ, ବାଲେଶ୍ୱର ଜିଲ୍ଲାରେ ସେ ଗଛ ଲଗାଉଛନ୍ତି ।

ବିଜୟ କହିଛନ୍ତି, ଯେଉଁ ପରିବେଶ ପାଇଁ ଆମେ ବଂଚୁଛେ ସେଇ ପରିବେଶରୁ ଗଛ କାଟି ତାକୁ କ୍ଷତି ପହଂଚାଉଛେ । ଗଛ ତ କାଟୁଛନ୍ତି କିନ୍ତୁ ତାର ଭରଣା କରୁ ନାହାନ୍ତି । ସେଥିପାଇଁ ପ୍ରାକୃତିକ ବିପର୍ଯ୍ୟୟ ହେଉଛି । ଅଂଶୁଘାତ ଲୋକଙ୍କ ଜୀବନ ନେଉଛି । ଏସବୁରୁ  ମୁକ୍ତି ପାଇଁ ବୃକ୍ଷ ହିଁ ଏକମାତ୍ର ଉପାୟ । ଗତ ୧୯ ବର୍ଷ ହେବ ଗଛ ଲଗାଉଛି, ଆଉ  ଅନ୍ୟକୁ  ଲଗାଇବାକୁ ନିବେଦନ କରୁଛି ।  ନିଜ ଦରମାରୁ ଟଙ୍କା କାଟି ନର୍ସରୀ କରିଛିଆମ୍ବ, ପଣସ, ନିମ୍ବ, କରଞ୍ଜ ଭଳି ଚାରା ସବୁ ଲଗାଉଛି । ଆଉ ଅନ୍ୟମାନଙ୍କୁ ଲଗାଇବାକୁ ଦେଉଛି ।

1 lakh trees planted୧ ଲକ୍ଷ ଗଛ୧୯ ବର୍ଷ ହେବ ଗଛ ଲଗାଉଛିBijaya JenaEnvironment ProtectionIncome Tax OfficerTree Man Bijaya Jenaଅଂଶୁଘାତଆୟକର ବିଭାଗରେ ଚାକିରିନର୍ସରୀପ୍ରାକୃତିକ ବିପର୍ଯ୍ୟୟବିଜୟ ଜେନାବୃକ୍ଷ ମଣିଷ ବିଜୟଭୁବନେଶ୍ୱର ସତ୍‌ସଙ୍ଗ ବିହାର
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami