ବୃକ୍ଷ ମଣିଷ ବିଜୟ

Above Post Content

ଗଛ ସହ ଖାଲି ତାଙ୍କର ଶରୀର ନୁହେଁ, ଆତ୍ମା ଜଡ଼ିତ । ଗଛ ପାଇଁ ସେ ବଂଚୁଥିଲେ, ଏବେ ବଂଚୁଛନ୍ତି ଆଉ ଶରୀରରେ ରକ୍ତ ଥିବା ଯାଏ ବଂଚୁଥିବେ । ଗୋଟିଏ କି ଦୁଇଟି ନୁହେଁ ପାଖାପାଖି ୧ ଲକ୍ଷ ଗଛ ଲଗେଇସାରିଲେଣି ବିଜୟ ଜେନା । ଏ ନିଶା ତାଙ୍କୁ ଖାଲି ଖୁସି ଦେଉନି ବରଂ ପ୍ରକୃତି ମନରେ ମଧ୍ୟ ହସ ଫୁଟାଉଛି । ସେଥିପାଇଁ ତ ସିଏ ସମସ୍ତଙ୍କ ପାଇଁ  ବୃକ୍ଷ  ମଣିଷବାଲେଶ୍ୱର ଜିଲ୍ଲା ଅଧିବାସୀ ୪୪ ବର୍ଷୀୟ ବିଜୟ ପରିବାର ସହ ଭୁବନେଶ୍ୱର ସତ୍‌ସଙ୍ଗ ବିହାରରେ ରୁହନ୍ତି । ପିଲାବେଳୁ ଗଛ ପ୍ରତି ତାଙ୍କର ଭିନ୍ନ ଏକ ଆବେଗ ।  ଅଂଶୁଘାତରେ ପ୍ରାଣ ହରାଇଥିବା  ନିଜ ସାଙ୍ଗର ମୃତ୍ୟୁ ପରେ ୨୦୦୨ ରୁ ପରିବେଶକୁ ଗଛରେ ପରିପୂର୍ଣ୍ଣ କରିବା ଅଭିଯାନ ସେ ଆରମ୍ଭ କରିଛନ୍ତି । ଆଉ ଏହି ଅଭିଯାନରେ ନିଜର ସ୍ତ୍ରୀ ଓ ପୁଅକୁ ସାମିଲ କରିଛନ୍ତି । ଖାଲି ସେତିକି ନୁହେଁ, ଆୟକର ବିଭାଗରେ ଚାକିରି କରୁଥିବା ବିଜୟଙ୍କୁ ଅଫିସ୍‌ରୁ ମଧ୍ୟ ବେଶ୍ ସହଯୋଗ ମିଳୁଛି ।  ଭୁବନେଶ୍ୱର, ପୁରୀ, କଟକ, ବାଲେଶ୍ୱର ଜିଲ୍ଲାରେ ସେ ଗଛ ଲଗାଉଛନ୍ତି ।

Middle post content

ବିଜୟ କହିଛନ୍ତି, ଯେଉଁ ପରିବେଶ ପାଇଁ ଆମେ ବଂଚୁଛେ ସେଇ ପରିବେଶରୁ ଗଛ କାଟି ତାକୁ କ୍ଷତି ପହଂଚାଉଛେ । ଗଛ ତ କାଟୁଛନ୍ତି କିନ୍ତୁ ତାର ଭରଣା କରୁ ନାହାନ୍ତି । ସେଥିପାଇଁ ପ୍ରାକୃତିକ ବିପର୍ଯ୍ୟୟ ହେଉଛି । ଅଂଶୁଘାତ ଲୋକଙ୍କ ଜୀବନ ନେଉଛି । ଏସବୁରୁ  ମୁକ୍ତି ପାଇଁ ବୃକ୍ଷ ହିଁ ଏକମାତ୍ର ଉପାୟ । ଗତ ୧୯ ବର୍ଷ ହେବ ଗଛ ଲଗାଉଛି, ଆଉ  ଅନ୍ୟକୁ  ଲଗାଇବାକୁ ନିବେଦନ କରୁଛି ।  ନିଜ ଦରମାରୁ ଟଙ୍କା କାଟି ନର୍ସରୀ କରିଛିଆମ୍ବ, ପଣସ, ନିମ୍ବ, କରଞ୍ଜ ଭଳି ଚାରା ସବୁ ଲଗାଉଛି । ଆଉ ଅନ୍ୟମାନଙ୍କୁ ଲଗାଇବାକୁ ଦେଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami