ମଶା ଓ ଡେଙ୍ଗୁରୁ ଆପଣଙ୍କୁ ବଞ୍ଚାଇବ ଏହି ୫ ଗଛ, ନିଜ ବଗିଚାରେ ନିଶ୍ଚିନ୍ତ ଲଗାନ୍ତୁ

ବର୍ଷା ଦିନେ ମଶା ଉପଦ୍ରୁବ ବୃ୍ଦ୍ଧି ପାଇଥାଏ । ଏହା ସହିତ ମଶାଙ୍କ ବଂଶବୃଦ୍ଧି ମଧ୍ୟ ହୋଇଥାଏ । ବର୍ଷା ଦିନେ ଭାରତରେ ମଶା କାରଣରୁ ମେଲେରିଆ ଓ ଡେଙ୍ଗୁ ଭଳି ରୋଗର ପ୍ରକୋପ ବୃଦ୍ଧି ପାଇଥାଏ । ତେଣୁ ଏହି ସମୟରେ ଆମକୁ ସତର୍କ ରହିବାକୁ ପଡିବ । କିନ୍ତୁ ଘର ବଗିଚାରେ ଯଦି ଆମେ ୫ଟି ଗଛ ଲଗାଇବା ତେବେ ମଶା ଜନିତ ସମସ୍ୟାରୁ କିଛି ମାତ୍ରାରେ ମୁକ୍ତି ମିଳି ପାରିବ । ଆସନ୍ତୁ ଜାଣିବା ସେହି ୫ ଗୁଳ୍ମ ବାବଦରେ ।

ରୋଜମେରି :

ରୋଜମେରି ଗଛକୁ ପ୍ରାକୃତିକ ମଶା ନିବାରକ ବୋଲି କୁହାଯାଇଥାଏ । ଏହାର ଫୁଲ ଦେଖିବାକୁ ସୁନ୍ଦର ହୋଇଥାଏ । ଯାହା ଘରର ସୌନ୍ଦର୍ଯ୍ୟକୁ ବଢାଇ ଥାଏ । ଏହି ଗଛକୁ ଆପଣ ଫୁଲ କୁଣ୍ଡରେ ଲଗାଇ ପାରିବେ । ଏହାକୁ ସୁଖିଲା ଓ ଥଣ୍ଡା ସ୍ଥାନରେ ରଖାଯାଇଥାଏ ।

ଲାଭେଣ୍ଡର:

ମଶାଙ୍କୁ ମାରିବା ପାଇଁ କିମ୍ବା ତଡିବା ପାଇଁ ଯେଉଁ ସବୁ ମସ୍କ୍ୟୁଟୋ ରିପେଲେଣ୍ଟେସ ବ୍ୟବହାର ହୁଏ ସେଥିରେ ଲାଭେଣ୍ଡର ଅଏଲ ଥାଏ । ଲାଭେଣ୍ଡର ଗଛ ମଧ୍ୟ ମଶାଙ୍କୁ ତଡିଥାଏ । ଏହାକୁ ଆପଣ ନିଜ ଘରେ ଲଗାଇ ପାରିବେ । ଏହା ମଧ୍ୟ ଘରର ସୌନ୍ଦର୍ଯ୍ୟକୁ ବଢାଇ ଥାଏ ।

ଲେମନ୍ ଗ୍ରାସ୍

ଲେମନ୍ ଗ୍ରାସ ଏକ ଔଶଧିୟ ଗୁଳ୍ମ ଚା’ ସହିତ ଏହାକୁ ପାନ କରିବା ସ୍ୱାସ୍ଥ୍ୟ ପ୍ରତି ହିତକାରକ ହୋଇଥାଏ ହର୍ବଲ ଟି’ ତିଆରି ସହିତ ଏହାକୁ ଆପଣ ମଶା ତଡିବା ପାଇଁ ମଧ୍ୟ ବ୍ୟବହାର କରିପାରିବେ । ଏହାକୁ ମଧ୍ୟ ଫୁଲକୁଣ୍ଡରେ ଲଗାଇ ପାରିବେ । ଥରୁଟିଏ ଲଗାଇଲେ ଏହା ବର୍ଷ ବର୍ଷ ଧରି ବଂଚିଥାଏ ।

ତୁଳସୀ :

ତୁଳସୀ ଏକ ଔଷଧୀୟ ଗଛଥଣ୍ଡା, କାଶ, ଜର ଆଦିରେ ଏହାର ପତ୍ର ବହୁତ କାମରେ ଆସିଥାଏ । ତୁଲସି ମଧ୍ୟ ମଶାଙ୍କୁ ଦୁରେଇ ରଖିଥାଏ । ଏହାକୁ ଆପଣ ଛୋଟ ଫୁଲକୁଣ୍ଡରେ ଲଗାଇ ଘର ମଧ୍ୟରେ ରଖି ପାରିବେ । ବର୍ଷାଦିନେ ଏହା ସହଜରେ ବଢିଥାଏ ।

ଗେଣ୍ଡୁ :

ଗେଣ୍ଡୁ ଆମର ଅତି ପରିଚିତ । ତେବେ ଆପଣ ଜାଣିନଥିବେ ଯେ, ମାଣବସାରେ ଖୋଜା ପଡୁଥିବା ଗେଣ୍ଡୁ ଫୁଲର ଗଛ ମଶାଙ୍କୁ ଦୁରେଇ ରଖିଥାଏ ।ଏହା ସହିତ ରଙ୍ଗ ବେରଙ୍ଗର ଗେଣ୍ଡୁ ଫୁଲ ଆପଣଙ୍କ ବଗିଚାକୁ ଅଧିକ ସୁନ୍ଦର କରିଥାଏ । ଏହାକୁ ମଧ୍ୟ ଆପଣ ନିଜ ବାଲକୋନିରେ ରଖି ପାରିବେ ।

୫ ଗୁଳ୍ମdengueherbal tealavender oillavender treelemon grass medicianal shrubmalariamarigoldmedicinal plantsmosquito and denguemosquito repellant shrubsmosquito repellant treesmosquito repellantsmosquitoesNatural mosquito repellentrainy seasonRosemaryrosemary flowerTulsi plantଗେଣ୍ଡୁପ୍ରାକୃତିକ ମଶା ନିବାରକମଶା ଓ ଡେଙ୍ଗୁମଶାଙ୍କ ବଂଶବୃଦ୍ଧିମସ୍କ୍ୟୁଟୋ ରିପେଲେଣ୍ଟେସମେଲେରିଆ ଓ ଡେଙ୍ଗୁରୋଜମେରିଲାଭେଣ୍ଡର ଅଏଲଲାଭେଣ୍ଡର ଗଛଲେମନ୍ ଗ୍ରାସ ଏକ ଔଶଧିୟ ଗୁଳ୍ମହର୍ବଲ ଟି
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami