ମଶା ଓ ଡେଙ୍ଗୁରୁ ଆପଣଙ୍କୁ ବଞ୍ଚାଇବ ଏହି ୫ ଗଛ, ନିଜ ବଗିଚାରେ ନିଶ୍ଚିନ୍ତ ଲଗାନ୍ତୁ

Above Post Content

ବର୍ଷା ଦିନେ ମଶା ଉପଦ୍ରୁବ ବୃ୍ଦ୍ଧି ପାଇଥାଏ । ଏହା ସହିତ ମଶାଙ୍କ ବଂଶବୃଦ୍ଧି ମଧ୍ୟ ହୋଇଥାଏ । ବର୍ଷା ଦିନେ ଭାରତରେ ମଶା କାରଣରୁ ମେଲେରିଆ ଓ ଡେଙ୍ଗୁ ଭଳି ରୋଗର ପ୍ରକୋପ ବୃଦ୍ଧି ପାଇଥାଏ । ତେଣୁ ଏହି ସମୟରେ ଆମକୁ ସତର୍କ ରହିବାକୁ ପଡିବ । କିନ୍ତୁ ଘର ବଗିଚାରେ ଯଦି ଆମେ ୫ଟି ଗଛ ଲଗାଇବା ତେବେ ମଶା ଜନିତ ସମସ୍ୟାରୁ କିଛି ମାତ୍ରାରେ ମୁକ୍ତି ମିଳି ପାରିବ । ଆସନ୍ତୁ ଜାଣିବା ସେହି ୫ ଗୁଳ୍ମ ବାବଦରେ ।

ରୋଜମେରି :

After 2nd paragraph post ads

ରୋଜମେରି ଗଛକୁ ପ୍ରାକୃତିକ ମଶା ନିବାରକ ବୋଲି କୁହାଯାଇଥାଏ । ଏହାର ଫୁଲ ଦେଖିବାକୁ ସୁନ୍ଦର ହୋଇଥାଏ । ଯାହା ଘରର ସୌନ୍ଦର୍ଯ୍ୟକୁ ବଢାଇ ଥାଏ । ଏହି ଗଛକୁ ଆପଣ ଫୁଲ କୁଣ୍ଡରେ ଲଗାଇ ପାରିବେ । ଏହାକୁ ସୁଖିଲା ଓ ଥଣ୍ଡା ସ୍ଥାନରେ ରଖାଯାଇଥାଏ ।

ଲାଭେଣ୍ଡର:

ମଶାଙ୍କୁ ମାରିବା ପାଇଁ କିମ୍ବା ତଡିବା ପାଇଁ ଯେଉଁ ସବୁ ମସ୍କ୍ୟୁଟୋ ରିପେଲେଣ୍ଟେସ ବ୍ୟବହାର ହୁଏ ସେଥିରେ ଲାଭେଣ୍ଡର ଅଏଲ ଥାଏ । ଲାଭେଣ୍ଡର ଗଛ ମଧ୍ୟ ମଶାଙ୍କୁ ତଡିଥାଏ । ଏହାକୁ ଆପଣ ନିଜ ଘରେ ଲଗାଇ ପାରିବେ । ଏହା ମଧ୍ୟ ଘରର ସୌନ୍ଦର୍ଯ୍ୟକୁ ବଢାଇ ଥାଏ ।

Middle post content

ଲେମନ୍ ଗ୍ରାସ୍

ଲେମନ୍ ଗ୍ରାସ ଏକ ଔଶଧିୟ ଗୁଳ୍ମ ଚା’ ସହିତ ଏହାକୁ ପାନ କରିବା ସ୍ୱାସ୍ଥ୍ୟ ପ୍ରତି ହିତକାରକ ହୋଇଥାଏ ହର୍ବଲ ଟି’ ତିଆରି ସହିତ ଏହାକୁ ଆପଣ ମଶା ତଡିବା ପାଇଁ ମଧ୍ୟ ବ୍ୟବହାର କରିପାରିବେ । ଏହାକୁ ମଧ୍ୟ ଫୁଲକୁଣ୍ଡରେ ଲଗାଇ ପାରିବେ । ଥରୁଟିଏ ଲଗାଇଲେ ଏହା ବର୍ଷ ବର୍ଷ ଧରି ବଂଚିଥାଏ ।

ତୁଳସୀ :

ତୁଳସୀ ଏକ ଔଷଧୀୟ ଗଛଥଣ୍ଡା, କାଶ, ଜର ଆଦିରେ ଏହାର ପତ୍ର ବହୁତ କାମରେ ଆସିଥାଏ । ତୁଲସି ମଧ୍ୟ ମଶାଙ୍କୁ ଦୁରେଇ ରଖିଥାଏ । ଏହାକୁ ଆପଣ ଛୋଟ ଫୁଲକୁଣ୍ଡରେ ଲଗାଇ ଘର ମଧ୍ୟରେ ରଖି ପାରିବେ । ବର୍ଷାଦିନେ ଏହା ସହଜରେ ବଢିଥାଏ ।

ଗେଣ୍ଡୁ :

ଗେଣ୍ଡୁ ଆମର ଅତି ପରିଚିତ । ତେବେ ଆପଣ ଜାଣିନଥିବେ ଯେ, ମାଣବସାରେ ଖୋଜା ପଡୁଥିବା ଗେଣ୍ଡୁ ଫୁଲର ଗଛ ମଶାଙ୍କୁ ଦୁରେଇ ରଖିଥାଏ ।ଏହା ସହିତ ରଙ୍ଗ ବେରଙ୍ଗର ଗେଣ୍ଡୁ ଫୁଲ ଆପଣଙ୍କ ବଗିଚାକୁ ଅଧିକ ସୁନ୍ଦର କରିଥାଏ । ଏହାକୁ ମଧ୍ୟ ଆପଣ ନିଜ ବାଲକୋନିରେ ରଖି ପାରିବେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami